Posted inଜାତୀୟ

ପେଟିଏମ୍‌ ସିଇଓ ଗିରଫ, ପରେ ଜାମିନ୍‌ …

ନୂଆଦିଲ୍ଲୀ, ୧୩।୩ : ପେଟିଏମ୍‌ ସିଇଓଙ୍କୁ ଗିରଫ କରାଯାଇଛି। ଏହାର କିଛି ସମୟ ପରେ ତାଙ୍କୁ ଜାମିନ୍‌ ମଧ୍ୟ ମିଳିଛି। ଦିଲ୍ଲୀର ମାଲବ୍ୟ ନଗର ଅଞ୍ଚଳର ମଦର ଇଣ୍ଟରନ୍ୟାସନାଲ ସ୍କୁଲ ନିକଟରେ ପେଟିଏମ ପ୍ରତିଷ୍ଠାତା ବିଜୟ ଶେଖର ଶର୍ମାଙ୍କ କାର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ବିଜୟ ଶେଖର ଶର୍ମା ଏକ ଜାଗୁଆର ଲ୍ୟାଣ୍ଡ ରୋଭର ଗାଡିରେ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ କାରକୁ ଧକ୍କା ଦେଇଥିଲା। ଏହି ଘଟଣା ୨୨ ଫେବୃଆରୀରେ ଘଟିଥିଲା।

ପୋଲିସ ଅଧିକାରୀଙ୍କ କହିବାନୁସାରେ, ଏହି ଘଟଣା ପରେ ବିଜୟ ଶେଖର ଶର୍ମା ତାଙ୍କ ଗାଡି ସହିତ ଘଟଣାସ୍ଥଳରୁ ପଳାୟନ କରିଥିଲେ। ଯେଉଁ ଗାଡିରେ ଜାଗୁଆର ଲ୍ୟାଣ୍ଡ ରୋଭର ଧକ୍କା ହୋଇଥିଲା ତାହା ଦକ୍ଷିଣ ଦିଲ୍ଲୀର ଡିସିପିଙ୍କର ଗାଡି ଥିଲା। ଡ୍ରାଇଭର ପେଟ୍ରୋଲ ଭରିବା ପାଇଁ ଯାଉଥିବା ସମୟରେ ଏଭଳି ଘଟିଥିଲା। ତେବେ ସେହି ଦୁର୍ଘଟଣାରେ କେହି ଆହତ ହୋଇ ନଥିଲେ।

ପୋଲିସ ଅଧିକାରୀଙ୍କ କହିବାନୁସାରେ, ଗାଡିଟି ଗୁରୁଗାଓଁର ଏକ କମ୍ପାନୀ ନାମରେ ପଞ୍ଜିକୃତ ହୋଇଥିଲା। ଯେତେବେଳେ ପୋଲିସ ଟିମ୍‌ କମ୍ପାନୀ ସହ ଯୋଗାଯୋଗ କଲେ, ସେତେବେଳେ ଜଣାପଡିଥିଲା ଯେ ଗାଡିଟି ଗ୍ରେଟର କୈଳାସ ପାର୍ଟ-୨ର ବାସିନ୍ଦା ବିଜୟ ଶେଖର ଶର୍ମାଙ୍କ ଦ୍ୱାରା ପରିଚାଳିତ ହେଉଛି। ପରେ ପୋଲିସ ବିଜୟ ଶେଖର ଶର୍ମାଙ୍କୁ ଗିରଫ କରିଥିଲା। ତେବେ ତାଙ୍କୁ ପୋଲିସ ଷ୍ଟେସନରୁ ଜାମିନ ପ୍ରଦାନ କରାଯାଇଥିଲା।

ମୋବାଇଲ ୱାଲେଟ ପେଟିଏମର ପ୍ରତିଷ୍ଠାତା ୩୯ ବର୍ଷ ବୟସ୍କ ବିଜୟ ଶେଖର ଶର୍ମା ହେଉଛନ୍ତି ସର୍ବକନିଷ୍ଠ ଭାରତୀୟ ବିଲିୟନେୟାର। ଫୋର୍ବସ ପତ୍ରିକାରେ ୨୦୧୮ରେ ସେ ୧୩୯୪ ତମ ସ୍ଥାନରେ ରହିଥିଲେ। ତାଙ୍କର ମୋଟର ନିଟ ସମ୍ପତ୍ତି ମୂଲ୍ୟ ୧.୭ ବିଲିୟନ ଡଲାର।

ଶର୍ମା ହେଉଛନ୍ତି ୪୦ ବର୍ଷରୁ କମ ଭାରତୀୟ କୋଟିପତି। ବିଜୟ ଶର୍ମା ୨୦୧୧ ରେ ମୋବାଇଲ ୱାଲେଟ ପେଟିଏମ ପ୍ରତିଷ୍ଠା କରିଥିଲେ। ଏହା ସହିତ ଇ-କମର୍ସ ବ୍ୟବସାୟ ପେଟିଏମ ମଲ ଏବଂ ପେଟିଏମ ପେମେଣ୍ଟ ବ୍ୟାଙ୍କ ମଧ୍ୟ ସ୍ଥାପନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri