Posted inଜାତୀୟ

ବିରୋଧ ପ୍ରଦର୍ଶନକାରୀଙ୍କୁ ପେମେଣ୍ଟ, ଟଙ୍କା କେଉଁଠୁ ଆସିଲା,ଟିଏମସିକୁ ଭାଜପାର ପ୍ରଶ୍ନ…

କୋଲକାତା,୨୮।୧୧ : ନିକଟରେ ଦିଲ୍ଲୀରେ ଦୁଇ ଦିନିଆ ବିକ୍ଷୋଭରେ ଅଂଶଗ୍ରହଣ କରିଥିବା ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଆକ୍ଟ (ମନରେଗା) କର୍ମୀଙ୍କୁ ପେମେଣ୍ଟ ପ୍ରଦାନ କରିବାକୁ ତୃଣମୂଳ (ଟିଏମସି) ଏମପି ଅଭିଷେକ ବାନାର୍ଜୀ କରିଥିବା ପ୍ରତିଶ୍ରୁତି ପାଳନ କରିଛନ୍ତି। ସେ ବିରୋଧ ପ୍ରଦର୍ଶନକାରୀଙ୍କ ପାଇଁ ଟଙ୍କା ପଠାଇଛନ୍ତି। ମନରେଗା କାର୍ଯ୍ୟ ପାଇଁ ପଶ୍ଚିମବଙ୍ଗକୁ କେନ୍ଦ୍ରୀୟ ପାଣ୍ଠି ଛାଡ କରିବାରେ ବିଳମ୍ବକୁ ନେଇ ଏହି ବିରୋଧ କରାଯାଇଥିଲା। ଭାରତୀୟ ଜନତା ପାର୍ଟି ବଣ୍ଟନ ହୋଇଥିବା ଟଙ୍କାର ଉତ୍ସକୁ ନେଇ ପ୍ରଶ୍ନ ଉଠାଇଛି।

ଦିଲ୍ଲୀରେ ଦୁଇ ଦିନିଆ ଆନ୍ଦୋଳନ ସମୟରେ ଅଭିଷେକ ବାନାର୍ଜୀଙ୍କୁ ୧୦୦ ଦିନ କାମ ପାଇଁ ମନରେଗା ପାଣ୍ଠି ଛାଡିବାରେ ବିଳମ୍ବକୁ ନେଇ ବିରୋଧ ପ୍ରଦର୍ଶନ କରୁଥିବାରୁ ଗିରଫ କରାଯାଇଥିଲା। ସେ ବିକ୍ଷୋଭକାରୀଙ୍କୁ ଆଶ୍ୱାସନା ଦେଇଥିଲେ ଯେ ଯଦି ଦୁଇ ମାସ ମଧ୍ୟରେ କେନ୍ଦ୍ର ଅର୍ଥ ବଣ୍ଟନ କରିବାରେ ବିଫଳ ହୁଏ, ତେବେ ସେ ବ୍ୟକ୍ତିଗତ ଭାବେ ଖର୍ଚ୍ଚ ବହନ କରିବେ। ନଭେମ୍ବର ୩୦ ତାରିଖ ପୂର୍ବରୁ ସୋମବାର ଅଭିଷେକ ବାନାର୍ଜୀଙ୍କ ଆର୍ଥିକ ସହାୟତା ମନରେଗା ଶ୍ରମିକଙ୍କ ନିକଟରେ ପହଞ୍ଚିଥିଲା। ଶ୍ରମିକମାନେ ସେମାନଙ୍କ କାମ ପାଇଁ ଦେୟ ପାଇ ନ ଥିଲେ। ବାନାର୍ଜୀ ୩୦୦୦ ଲୋକଙ୍କ ପାଖ ଟଙ୍କା ଏବଂ ଚିଠି ପଠାଇ ଏହି ପ୍ରକ୍ରିୟା ଆରମ୍ଭ କରିଥିଲେ।

ସେ ଶ୍ରମିକଙ୍କ ଉଦ୍ଦେଶ୍ୟରେ କହିଛନ୍ତି ପ୍ରତିଶ୍ରୁତି ଅନୁଯାୟୀ ମୁଁ ଆର୍ଥିକ ସହାୟତା ପଠାଯାଇଛି। ଆପଣଙ୍କ ପରିବାର ଭଲରେ ରୁହନ୍ତୁ। ମା-ମାଟି-ମାନୁଷ ଆନ୍ଦୋଳନ ଜାରି ରହୁ। ଲୋକଙ୍କ ଶ୍ରମ ପାପ୍ୟ ଅଧିକାର ପାଇଁ ସଂଗ୍ରାମ ଜାରି ରହିବ। ଆମେ ଏହି ସଂଗ୍ରାମରେ ଜିତିବା। ଟିଏମସି ମୁଖପାତ୍ର କୁନାଲ ଘୋଷ କହିଛନ୍ତି ଅଭିଷେକ ବାନାର୍ଜୀ ଅକ୍ଟୋବର ୩ ରେ ଦେଇଥିବା ପ୍ରତିଶ୍ରୁତି ପାଳନ କରିଛନ୍ତି।

ଭାଜପା ମୁଖପାତ୍ର ସମିକ ଭଟ୍ଟାଚାର୍ଯ୍ୟ କହିଛନ୍ତି, ଅଭିଷେକ ବାନାର୍ଜୀ କେବଳ ତାଙ୍କ ସହ ଦିଲ୍ଲୀ ଆସିଥିବା ବ୍ୟକ୍ତିଙ୍କ ପାଇଁ ଆର୍ଥିକ ସୁବିଧା ଘୋଷଣା କରିଥିଲେ। ଆମେ ଦେଖିଛୁ କିଏ କିଏ ତାଙ୍କ ସହ ଥିଲେ। ପଶ୍ଚିମବଙ୍ଗର ଲୋକମାନେ ଏହା ବୁଝି ସାରିଛନ୍ତି କିପରି ଟିଏମସି ସେମାନଙ୍କୁ ବଞ୍ଚିତ କରିଛି। ବିଶେଷ କରି ଟିଏମସି ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦିଲ୍ଲୀରେ ଆଉ ଏକ ରାଉଣ୍ଡ ବିରୋଧ ପାଇଁ ପ୍ରସ୍ତୁତି କରୁଥିବାରୁ ସହାୟତା ବଣ୍ଟନ ଏକ ଚର୍ଚ୍ଚାର ବିଷୟ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରିଜ୍‌ ଉପରେ ହଠାତ୍‌ ଫାଟିଲା ପାନୀଳ ଜଳ ପାଇପ୍‌, ଆଉ ତା’ ପରେ…

ଗୁଣପୁର,୨୬ା୩(ସଂକେତ ପାତ୍ର): ସ୍ଥାନୀୟ ଗୁଣପୁର-ବିକ୍ରମପୁରକୁ ସଂଯୋଗ କରୁଥିବା ବ୍ରିଜ୍‌ ଉପରେ ଥିବା ପାନୀୟଜଳ ପାଇପ୍‌ ଫାଟିଯାଇ ଅଧିକ ସମୟ ଧରି ପାଣି ବହୁଥିବା ଦେଖାଯାଇଛି। ସୂଚନାନୁସାରେ, କେନ୍ଦ୍ର…

ଯୁଦ୍ଧ ଭିତରେ ଚାଇନା ଯିବେ ଟ୍ରମ୍ପ, ତାରିଖ ଘୋଷଣା କଲା ହ୍ବାଇଟ ହାଉସ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମେ ୧୪ ରୁ ୧୫ ମଧ୍ୟରେ ଚାଇନା ଗସ୍ତ କରିବେ ଏବଂ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ସାକ୍ଷାତ…

ଇରାନକୁ ନୂଆ ଧମକ ଦେଲେ ଟ୍ରମ୍ପ, ଇରାନୀ କୋଠରୀ ଭିତରେ ନିବେଦନ କରନ୍ତି କିନ୍ତୁ…

ନୂଆଦିଲ୍ଲୀ,୨୬ା୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଅତ୍ୟନ୍ତ ଆକ୍ରମଣାତ୍ମକ ହୋଇଯାଇଛନ୍ତି। ତାଙ୍କ ପ୍ଲାଟଫର୍ମ, ଟ୍ରୁଥ୍ ସୋସିଆଲରେ, ସେ ଇରାନକୁ ଏକ ନୂତନ ଧମକ ଦେଇଛନ୍ତି। ସେ…

ଚୌକା-ଛକାରେ ଝୁମି ଉଠୁଥିବା ଚିୟରଲିଡର୍ସଙ୍କୁ କେତେ ମିଳେ ଦରମା… ଗୋଟିଏ ମ୍ୟାଚର ପାରିଶ୍ରମିକ ସହ ବିଳାସପୂର୍ଣ୍ଣ ସୁବିଧା ପଛର କାହାଣୀ ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୩: ଆଇପିଏଲର ୧୯ତମ ସିଜିନ ୨୮ ମାର୍ଚ୍ଚରୁ ଆରମ୍ଭ ହେଉଛି। ଫାଇନାଲ ମ୍ୟାଚ ୩୧ ମଇରେ ଖେଳାଯିବ। ପଡ଼ିଆରେ ଖେଳାଳିମାନେ ସେମାନଙ୍କ ବିଡ ଏବଂ ଦୌଡ଼ ପାଇଁ…

ଆସନ୍ତାକାଲି ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ ମହାପ୍ରଭୁ, ୫ ଘଣ୍ଟା ବନ୍ଦ ରହିବ ଶ୍ରୀମନ୍ଦିର

ପୁରୀ,୨୬ା୩(ଅଜିତ କୁମାର ମହାନ୍ତି):  ଆସନ୍ତାକାଲି ଅର୍ଥାତ୍‌ ଶୁକ୍ରବାର ଭଗବାନ ଆଉ ଭକ୍ତଙ୍କ ମଧ୍ୟରେ ବଢ଼ିବ ଦୂରତା। ୫ ଘଣ୍ଟା ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ ମହାପ୍ରଭୁ। ଚୈତ୍ର…

ହର୍ମୁଜ ବନ୍ଦ ହେଲେ LPG ପାଇଁ ଛଟପଟ ହେବ ସାରା ବିଶ୍ୱ, ଇରାନ ଏହି ରାସ୍ତା ବନ୍ଦ କଲେ କ’ଣ ହେବ? ଜାଣନ୍ତୁ…

ନୂଆଦିଲ୍ଲୀ/ତେହରାନ୍‌,୨୬।୩: ଯେତେବେଳେ ଇରାନ ଆମେରିକା ସହିତ ଚାଲିଥିବା ଯୁଦ୍ଧ ମଧ୍ୟରେ ହର୍ମୁଜ ପ୍ରଣାଳୀ ବନ୍ଦ କରିଦେଲା, ସମଗ୍ର ବିଶ୍ୱ ଚିନ୍ତାରେ ପଡ଼ିଗଲା। ପେଟ୍ରୋଲ ପମ୍ପରେ ଧାଡ଼ି ଲାଗିଲା…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ତାତିରୁ ମିଳିଲା ତ୍ରାହି; ରାଜଧାନୀରେ ଘଡ଼ଘଡ଼ି ସହ କୁଆପଥର ବର୍ଷା

ଭୁବନେଶ୍ବର,୨୬ା୩: ଭୁବନେଶ୍ବରରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । ପବନ, ଘଡ଼ଘଡ଼ି ସହିତ କୁଆପଥର ବର୍ଷା ହୋଇଛି । ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ମାଡ଼ ଯୋଗୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri