ଆଳ ଦର୍ଶାଇ ଅଟକାଯାଇପାରିବ ନାହିଁ ଗ୍ରାଚ୍ୟୁଇଟି ଦେୟ

କଟକ,୫ା୧୧(କାର୍ତ୍ତିକ ସାହୁ): ଅବସରପ୍ରାପ୍ତ କର୍ମଚାରୀମାନଙ୍କ ବିରୋଧରେ ଶୃଙ୍ଖଳାଗତ ପ୍ରକ୍ରିୟା ଜାରି ରଖିବାକୁ କେନ୍ଦ୍ର ସମବାୟ ବ୍ୟାଙ୍କ ଚାକିରି ସର୍ତ୍ତାବଳୀ-୨୦୧୧ରେ କୌଣସି ଉଲ୍ଲେଖ ନାହିଁ। କଟକ କେନ୍ଦ୍ର ସମବାୟ ବ୍ୟାଙ୍କ କର୍ତ୍ତୃପକ୍ଷ ଜଣେ କର୍ମଚାରୀଙ୍କ ବିରୋଧରେ ଅଡିଟ ସରଚାର୍ଜ କେସ୍‌ କିମ୍ବା ଭିଜିଲାନ୍ସ କେସ୍‌ ଆଦି ଆଳରେ କୌଣସି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ ନାହିଁ କିମ୍ବା ତାଙ୍କ ଗ୍ରାଚ୍ୟୁଇଟି ଦେୟକୁ ଅଟକାଇପାରିବେ ନାହିଁ ବୋଲି ହାଇକୋର୍ଟର ବିଚାରପତି ସଞ୍ଜୟ କୁମାର ମିଶ୍ର ଏ ସଂକ୍ରାନ୍ତୀୟ ମାମଲାର ବିଚାର କରି ରାୟ ପ୍ରଦାନ କରିଛନ୍ତି।

ଏଥିସହ ଗ୍ରାଚ୍ୟୁଇଟି ଆଇନ ଅପିଲ କର୍ତ୍ତୃପକ୍ଷ ଏବଂ ନିୟନ୍ତ୍ରଣ କର୍ତ୍ତୃପକ୍ଷ କଟକ ସେଣ୍ଟ୍ରାଲ କୋଅପରେଟିଭ ବ୍ୟାଙ୍କର ଅବସରପ୍ରାପ୍ତ ସହକାରୀ ପରିଚାଳକ-ନଳିନୀକାନ୍ତ ଷଡ଼ଙ୍ଗୀଙ୍କ ଗ୍ରାଚ୍ୟୁଇଟି ସମ୍ବନ୍ଧୀୟ ସମସ୍ତ ପ୍ରାପ୍ୟ ୧୦% ସୁଧ ସହ ପ୍ରଦାନ କରିବାକୁ ଦେଇଥିବା ନିର୍ଦ୍ଦେଶ ବିରୋଧରେ ବ୍ୟାଙ୍କ କର୍ତ୍ତୃପକ୍ଷ ଦାୟର କରିଥିବା ରିଟ୍‌କୁ ହାଇକୋର୍ଟ ଖାରଜ କରିବା ସହ ଅପିଲ କର୍ତ୍ତୃପକ୍ଷ ଏବଂ ନିୟନ୍ତ୍ରଣ କର୍ତ୍ତୃପକ୍ଷଙ୍କ ଆଦେଶକୁ କାଏମ ରଖିଥିବା ଜଣାଯାଇଛି।

ବିବରଣୀରୁ ପ୍ରକାଶ ଯେ, ସମବାୟ କର୍ମଚାରୀ ନଳିନୀକାନ୍ତ ଷଡ଼ଙ୍ଗୀ ଚାକିରିରେ ଯୋଗଦେବାଠାରୁ ବିଭିନ୍ନ ଆର୍ଥତ୍କ ଅନିୟମିତତାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଅନେକ ଥର ତାଙ୍କ ବିରୋଧରେ ଚାର୍ଜଶିଟ୍‌ ହୋଇଥିଲା। ଅବସର ଗ୍ରହଣ କରିବା ପୂର୍ବରୁ ତାଙ୍କ ବିରୋଧରେ ଦୁର୍ନୀତି ନିବାରଣ ଆଇନ, ୧୯୮୮ର ଧାରା ୧୩ (୧) (ଘ) ସହିତ ଭାରତୀୟ ପିଙ୍ଗଳ କୋଡ୍‌ର ଧାରା ୪୬୮, ୪୨୦ ଓ ୧୨୦-ଖ ଅନୁଯାୟୀ ଦୁର୍ନୀତି ନିବାରଣ ବିଭାଗ ତରଫରୁ ଭିଜିଲାନ୍ସ କେସ୍‌ ନଂ. ୪୩/୨୦୧୧ ରୁଜୁ କରାଯାଇଥିଲା, ଯାହା ଏବେ ବିଚାରାଧୀନ ଅଛି।

ଷଡ଼ଙ୍ଗୀ କଟକ କେନ୍ଦ୍ର ସମବାୟ ବ୍ୟାଙ୍କର ବରୀ ଶାଖାରେ କାର୍ଯ୍ୟ କରୁଥିବାବେଳେ ଆର୍ଥିକ ଅନିୟମିତତା ଅଭିଯୋଗରେ ତାଙ୍କ ବିରୋଧରେ ଦୁଇଟି ଅଡିଟ ସରଚାର୍ଜ କେସ୍‌ ମଧ୍ୟ ରହିଛି। ଏହାକୁ ଭିତ୍ତିକରି କଟକ କେନ୍ଦ୍ର ସମବାୟ ବ୍ୟାଙ୍କ କର୍ତ୍ତୃପକ୍ଷ ତାଙ୍କ ଗ୍ରାଚ୍ୟୁଇଟି ଦେୟ ପ୍ରଦାନ ନ କରିବାରୁ ସେ ୬,୧୭,୫୧୩ ଟଙ୍କାର ଗ୍ରାଚ୍ୟୁଇଟି ଏବଂ ସୁଧ ଦାବି କରି ନିୟନ୍ତ୍ରଣ କର୍ତ୍ତୃପକ୍ଷଙ୍କ ନିକଟରେ ଆବେଦନ କରିଥିଲେ। ନିୟନ୍ତ୍ରଣ କର୍ତ୍ତୃପକ୍ଷ ୨୦୨୦ ଜାନୁୟାରୀ ୩ରେ କଟକ କେନ୍ଦ୍ର ସମବାୟ ବ୍ୟାଙ୍କକୁ ୩୦ ଦିନ ମଧ୍ୟରେ ଷଡ଼ଙ୍ଗୀଙ୍କୁ ୯,୭୯,୦୫୪/- ଟଙ୍କା ସୁଧ ସହ ଗ୍ରାଚ୍ୟୁଇଟି ବାବଦରେ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଆଦେଶ ବିରୋଧରେ ବ୍ୟାଙ୍କ ଦ୍ୱାରା କରାଯାଇଥିବା ଅପିଲକୁ କେସ୍‌ ନଂ.୦୯/୨୦୨୧କୁ ଅପିଲ କର୍ତ୍ତୃପକ୍ଷ ଖାରଜ କରି ନିୟନ୍ତ୍ରଣ କର୍ତ୍ତୃପକ୍ଷଙ୍କ ଆଦେଶକୁ କାଏମ ରଖିବା ସହ ଷଡ଼ଙ୍ଗୀଙ୍କୁ ୯,୭୯,୦୫୪/- ଟଙ୍କା ସୁଧ ସହ ଗ୍ରାଚ୍ୟୁଇଟି ବାବଦରେ ପ୍ରଦାନ କରିବାକୁ ୨୦୨୨ ମାର୍ଚ୍ଚ ୨୮ରେ ଆଦେଶ ଦେଇଥିଲେ। ଉକ୍ତ ଆଦେଶକୁ ବିରୋଧ କରି କଟକ କେନ୍ଦ୍ର ସମବାୟ ବ୍ୟାଙ୍କ କର୍ତ୍ତୃପକ୍ଷ ହାଇକୋର୍ଟରେ ରିଟ୍‌ ପିଟଶନ ଦାୟର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଉରକେଲାକୁ ୮୮୮୪ କୋଟିର ଭେଟି, ବମ୍ପର ନିଯୁକ୍ତି ସୃଷ୍ଟି ହେବ କହିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୨୮।୧: ରାଉରକେଲାରେ ଏଣ୍ଟରପ୍ରାଇଜ ଓଡ଼ିଶାର ରଜତ ଜୟନ୍ତୀ ସଂସ୍କରଣ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଉରକେଲା ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଆଜି ବଡ଼ ଘୋଷଣା…

କିଏ ସେହି ମହିଳା ପାଇଲଟ ? ଯିଏ ଚଲାଉଥିଲେ ଅଜିତଙ୍କ ବିମାନ

ପୁଣେ,୨୮।୧: ଏକ ଦୁଖଦଃ ବିମାନ ଦୁର୍ଘଟଣାରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ମୃତ୍ୟୁ ଘଟିଛି। ମୃତକ ୫ ଜଣଙ୍କ ମଧ୍ୟରେ ବିମାନର କୋ-ପାଇଲଟ୍ ଶମ୍ଭାବୀ ପାଠକ ମଧ୍ୟ…

ନବୀନଙ୍କୁ ଭେଟିବେ ପିସିସି ସଭାପତି ଭକ୍ତ ଦାସ, କହୁକହୁ କହିଦେଲେ ଏହି ବଡ଼ କଥା…

ଭୁବନେଶ୍ୱର,୨୮ା୧: ରାଜ୍ୟ ସଭା ନିର୍ବାଚନ ନେଇ ନବୀନଙ୍କ କୋର୍ଟକୁ ବଲ୍‌ ଫିଙ୍ଗିଛନ୍ତି ପିସିସି ସଭାପତି ଭକ୍ତ ଦାସ। ସେ କହିଛନ୍ତି, ମିଶିକି ଆଲୋଚନା କରିବା ପାଇଁ ମୁଁ…

୨୯ରେ ଗଞ୍ଜାମରେ କୃଷ୍ଣସାର ମୃଗ ଗଣନା, କୌଣସି ଫଟୋ କି ତଥ୍ୟ ପ୍ରଘଟ କରିବେ ନାହିଁ ଛାତ୍ରୀଛାତ୍ର

ଭଞ୍ଜନଗର,୨୮ା୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଗର୍ବ ଓ ଗୌରବ ହେଉଛି କୃଷ୍ଣସାର ମୃଗ। ଏହି ମୃଗ ଘୁମୁସର ଦକ୍ଷିଣ ବନଖଣ୍ଡରେ ବହୁ ବର୍ଷ ପୂର୍ବେ ଦେଖା ଦେଇଥିଲା।…

ରାଜ୍ୟ ସଭା ପ୍ରସଙ୍ଗରେ ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନ, ୨୦୨୬ ମସିହାରେ ହେବାକୁ ଯାଉଛି…

ଭୁବନେଶ୍ବର,୨୮।୧: ରାଜ୍ୟ ସଭା ପ୍ରସଙ୍ଗରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ବୟାନ ଦେଇଛନ୍ତି । ୨୦୨୬ ମସିହାରେ ବହୁତ କିଛି ହେବ ବୋଲି କହିଛନ୍ତି ।…

ଏମିତି ଭୟଙ୍କର ଥିଲା ବିମାନ ଦୁର୍ଘଟଣାସ୍ଥଳ: ଅଜିତ ପାଓ୍ବାରଙ୍କୁ ଚିହ୍ନିବାରେ ସାହାଯ୍ୟ କଲା ତାଙ୍କ…

ମୁମ୍ବାଇ,୨୮ା୧: ବୁଧବାର ଏକ ବିମାନ ଦୁର୍ଘଟଣାରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କ ମୃତ୍ୟୁ ଘଟିଛି। ବିମାନରେ ଥିବା ସମସ୍ତ ୬ ଜଣ ଯାତ୍ରୀଙ୍କର ମଧ୍ୟ ମୃତ୍ୟୁ ଘଟିଛି।…

ଦିଗପହଣ୍ଡିରେ ବନ୍ଦ ପ୍ରଭାବ ଶୂନ୍ୟ: ସବୁ ଖୋଲା, ଗାଡ଼ି ଚଳାଚଳ ବି ସ୍ବାଭାବିକ

ଦିଗପହଣ୍ଡି,୨୮ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଓ ଆଖପାଖ ଅଞ୍ଚଳରେ ନବ ନିର୍ମାଣକୃଷକ ସଙ୍ଗଠନ ପକ୍ଷରୁ ବୁଧବାର ଡାକରା ଦିଆଯାଇଥିବା ୮ ଘଣ୍ଟିଆ ବନ୍ଦ ପାଳନ…

ସାକ୍ଷୀଗୋପାଳରେ ଓଡ଼ିଶା ବନ୍ଦ: ଯାନବାହନ ଚଳାଚଳ ବାଧାପ୍ରାପ୍ତ

ସାକ୍ଷୀଗୋପାଳ,୨୮ା୧(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରାରେ ସାମିଲ ହୋଇ ସତ୍ୟବାଦୀ ବ୍ଲକ କଂଗ୍ରେସ କର୍ମୀମାନେ ବୁଧବାର ରାଜପଥ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri