ଆଳ ଦର୍ଶାଇ ଅଟକାଯାଇପାରିବ ନାହିଁ ଗ୍ରାଚ୍ୟୁଇଟି ଦେୟ

କଟକ,୫ା୧୧(କାର୍ତ୍ତିକ ସାହୁ): ଅବସରପ୍ରାପ୍ତ କର୍ମଚାରୀମାନଙ୍କ ବିରୋଧରେ ଶୃଙ୍ଖଳାଗତ ପ୍ରକ୍ରିୟା ଜାରି ରଖିବାକୁ କେନ୍ଦ୍ର ସମବାୟ ବ୍ୟାଙ୍କ ଚାକିରି ସର୍ତ୍ତାବଳୀ-୨୦୧୧ରେ କୌଣସି ଉଲ୍ଲେଖ ନାହିଁ। କଟକ କେନ୍ଦ୍ର ସମବାୟ ବ୍ୟାଙ୍କ କର୍ତ୍ତୃପକ୍ଷ ଜଣେ କର୍ମଚାରୀଙ୍କ ବିରୋଧରେ ଅଡିଟ ସରଚାର୍ଜ କେସ୍‌ କିମ୍ବା ଭିଜିଲାନ୍ସ କେସ୍‌ ଆଦି ଆଳରେ କୌଣସି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ ନାହିଁ କିମ୍ବା ତାଙ୍କ ଗ୍ରାଚ୍ୟୁଇଟି ଦେୟକୁ ଅଟକାଇପାରିବେ ନାହିଁ ବୋଲି ହାଇକୋର୍ଟର ବିଚାରପତି ସଞ୍ଜୟ କୁମାର ମିଶ୍ର ଏ ସଂକ୍ରାନ୍ତୀୟ ମାମଲାର ବିଚାର କରି ରାୟ ପ୍ରଦାନ କରିଛନ୍ତି।

ଏଥିସହ ଗ୍ରାଚ୍ୟୁଇଟି ଆଇନ ଅପିଲ କର୍ତ୍ତୃପକ୍ଷ ଏବଂ ନିୟନ୍ତ୍ରଣ କର୍ତ୍ତୃପକ୍ଷ କଟକ ସେଣ୍ଟ୍ରାଲ କୋଅପରେଟିଭ ବ୍ୟାଙ୍କର ଅବସରପ୍ରାପ୍ତ ସହକାରୀ ପରିଚାଳକ-ନଳିନୀକାନ୍ତ ଷଡ଼ଙ୍ଗୀଙ୍କ ଗ୍ରାଚ୍ୟୁଇଟି ସମ୍ବନ୍ଧୀୟ ସମସ୍ତ ପ୍ରାପ୍ୟ ୧୦% ସୁଧ ସହ ପ୍ରଦାନ କରିବାକୁ ଦେଇଥିବା ନିର୍ଦ୍ଦେଶ ବିରୋଧରେ ବ୍ୟାଙ୍କ କର୍ତ୍ତୃପକ୍ଷ ଦାୟର କରିଥିବା ରିଟ୍‌କୁ ହାଇକୋର୍ଟ ଖାରଜ କରିବା ସହ ଅପିଲ କର୍ତ୍ତୃପକ୍ଷ ଏବଂ ନିୟନ୍ତ୍ରଣ କର୍ତ୍ତୃପକ୍ଷଙ୍କ ଆଦେଶକୁ କାଏମ ରଖିଥିବା ଜଣାଯାଇଛି।

ବିବରଣୀରୁ ପ୍ରକାଶ ଯେ, ସମବାୟ କର୍ମଚାରୀ ନଳିନୀକାନ୍ତ ଷଡ଼ଙ୍ଗୀ ଚାକିରିରେ ଯୋଗଦେବାଠାରୁ ବିଭିନ୍ନ ଆର୍ଥତ୍କ ଅନିୟମିତତାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଅନେକ ଥର ତାଙ୍କ ବିରୋଧରେ ଚାର୍ଜଶିଟ୍‌ ହୋଇଥିଲା। ଅବସର ଗ୍ରହଣ କରିବା ପୂର୍ବରୁ ତାଙ୍କ ବିରୋଧରେ ଦୁର୍ନୀତି ନିବାରଣ ଆଇନ, ୧୯୮୮ର ଧାରା ୧୩ (୧) (ଘ) ସହିତ ଭାରତୀୟ ପିଙ୍ଗଳ କୋଡ୍‌ର ଧାରା ୪୬୮, ୪୨୦ ଓ ୧୨୦-ଖ ଅନୁଯାୟୀ ଦୁର୍ନୀତି ନିବାରଣ ବିଭାଗ ତରଫରୁ ଭିଜିଲାନ୍ସ କେସ୍‌ ନଂ. ୪୩/୨୦୧୧ ରୁଜୁ କରାଯାଇଥିଲା, ଯାହା ଏବେ ବିଚାରାଧୀନ ଅଛି।

ଷଡ଼ଙ୍ଗୀ କଟକ କେନ୍ଦ୍ର ସମବାୟ ବ୍ୟାଙ୍କର ବରୀ ଶାଖାରେ କାର୍ଯ୍ୟ କରୁଥିବାବେଳେ ଆର୍ଥିକ ଅନିୟମିତତା ଅଭିଯୋଗରେ ତାଙ୍କ ବିରୋଧରେ ଦୁଇଟି ଅଡିଟ ସରଚାର୍ଜ କେସ୍‌ ମଧ୍ୟ ରହିଛି। ଏହାକୁ ଭିତ୍ତିକରି କଟକ କେନ୍ଦ୍ର ସମବାୟ ବ୍ୟାଙ୍କ କର୍ତ୍ତୃପକ୍ଷ ତାଙ୍କ ଗ୍ରାଚ୍ୟୁଇଟି ଦେୟ ପ୍ରଦାନ ନ କରିବାରୁ ସେ ୬,୧୭,୫୧୩ ଟଙ୍କାର ଗ୍ରାଚ୍ୟୁଇଟି ଏବଂ ସୁଧ ଦାବି କରି ନିୟନ୍ତ୍ରଣ କର୍ତ୍ତୃପକ୍ଷଙ୍କ ନିକଟରେ ଆବେଦନ କରିଥିଲେ। ନିୟନ୍ତ୍ରଣ କର୍ତ୍ତୃପକ୍ଷ ୨୦୨୦ ଜାନୁୟାରୀ ୩ରେ କଟକ କେନ୍ଦ୍ର ସମବାୟ ବ୍ୟାଙ୍କକୁ ୩୦ ଦିନ ମଧ୍ୟରେ ଷଡ଼ଙ୍ଗୀଙ୍କୁ ୯,୭୯,୦୫୪/- ଟଙ୍କା ସୁଧ ସହ ଗ୍ରାଚ୍ୟୁଇଟି ବାବଦରେ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଆଦେଶ ବିରୋଧରେ ବ୍ୟାଙ୍କ ଦ୍ୱାରା କରାଯାଇଥିବା ଅପିଲକୁ କେସ୍‌ ନଂ.୦୯/୨୦୨୧କୁ ଅପିଲ କର୍ତ୍ତୃପକ୍ଷ ଖାରଜ କରି ନିୟନ୍ତ୍ରଣ କର୍ତ୍ତୃପକ୍ଷଙ୍କ ଆଦେଶକୁ କାଏମ ରଖିବା ସହ ଷଡ଼ଙ୍ଗୀଙ୍କୁ ୯,୭୯,୦୫୪/- ଟଙ୍କା ସୁଧ ସହ ଗ୍ରାଚ୍ୟୁଇଟି ବାବଦରେ ପ୍ରଦାନ କରିବାକୁ ୨୦୨୨ ମାର୍ଚ୍ଚ ୨୮ରେ ଆଦେଶ ଦେଇଥିଲେ। ଉକ୍ତ ଆଦେଶକୁ ବିରୋଧ କରି କଟକ କେନ୍ଦ୍ର ସମବାୟ ବ୍ୟାଙ୍କ କର୍ତ୍ତୃପକ୍ଷ ହାଇକୋର୍ଟରେ ରିଟ୍‌ ପିଟଶନ ଦାୟର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଏବେ ଏମାନଙ୍କୁ ମିଳିବ ନାହିଁ LPG ସିଲିଣ୍ଡର, ବଢ଼ିଲା ଚିନ୍ତା

ନୂଆଦିଲ୍ଲୀ, ୧୪।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପରିସ୍ଥିତିକୁ ଦୃଷ୍ଟିରେ ରଖି ଦେଶରେ ଗ୍ୟାସ ଯୋଗାଣକୁ ନେଇ ସାଧାରଣ ଜନତାଙ୍କ ମଧ୍ୟରେ ଚିନ୍ତା ବଢ଼ିବାରେ…

ଭେଟିବାକୁ ଆସିଲେନି ପ୍ରେମିକ, ବୈତରଣୀ ପୋଲ ଉପରୁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ; ପୋଲିସ ପହଞ୍ଚି…

ପାଟଣା, ୧୪।୩ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟ ନିକଟସ୍ଥ ବୈତରଣୀ ନଦୀ ପୋଲ ଉପରେ ଶନିବାର ଏକ ଚକିତ କଲାଭଳି ଘଟଣା…

ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଲେ ମାଓବାଦୀ ନେତ୍ରୀ ରାଣୀତା

ମାଲକାନଗିରି,୧୪ା୩(ସୁଚିତ୍ରା ଦାସ): ମାର୍ଚ୍ଚ ୩୧ ସୁଦ୍ଧା ମାଓବାଦୀ କାର୍ଯ୍ୟକଳାପରୁ ନିବୃତ୍ତ ହୋଇ ମୁଖ୍ୟସ୍ରୋତରେ ସାମିଲହେବାକୁ ସରକାର ମାଓବାଦୀମାନଙ୍କୁ ଆହ୍ବାନ ଦେଇଥିଲେ। ଏହି ସମୟସୀମା ମଧ୍ୟରେ ଆତ୍ମସମର୍ପଣ କରୁଥିବା…

ମେଡିକାଲ ସିସିଟିଭି ଫୁଟେଜ୍‌ରେ ପୂରା ଘଟଣା : ଦିବ୍ୟାଙ୍ଗଙ୍କୁ ମାଡ ମାରିଥିବା ଡାକ୍ତରଙ୍କ ବିରୋଧରେ ମାମଲା: ରୁଜୁ 

ଭଞ୍ଜନଗର,୧୪।୩(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ମେଡିକାଲକୁ ସାସ୍ଥ୍ୟ ପରୀକ୍ଷା କରିବାକୁ ଶୁକ୍ରବାର ଯାଇଥିବା ଜଣେ ଦିବ୍ୟାଙ୍ଗ ମହିଳାଙ୍କୁ ଜଣେ ମହିଳା ଡାକ୍ତର ଆକ୍ରମଣ କରିଥିଲେ। ଏନେଇ…

ବରିଷ୍ଠ IPS ସୌମେନ୍ଦ୍ର ପ୍ରିୟଦର୍ଶୀ ରଥଯାତ୍ରା ଦାୟିତ୍ୱ

ଭୁବନେଶ୍ୱର,୧୪।୩: ବରିଷ୍ଠ IPS ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଆସନ୍ତା ରଥଯାତ୍ରା ଦାୟିତ୍ୱ ଦିଆଯାଇଛି। ଶୃଙ୍ଖଳିତ ରଥଯାତ୍ରା ପାଇଁ ପୋଲିସ ମୁଖ୍ୟାଳୟ ସୂତ୍ରରୁ ଦାୟିତ୍ୱ ପ୍ରଦାନ କରାଯାଇଛି। ଆଇନଶୃଙ୍ଖଳା, ଟ୍ରାଫିକ,…

ଜେଲ୍‌ ଭିତରେ କଏଦୀ ମୃତ୍ୟୁ ଘଟଣା: ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମୃତଦେହ ରଖି…

ବଲାଙ୍ଗୀର,୧୪ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କାରାଗାର ଭିତରେ ଶନିବାର ସକାଳେ ଜଣେ କଏଦୀ ଆତ୍ମହତ୍ୟା କରିଥିଲେ। ତେବେ ପରିବାର ଲୋକେ ଏହାକୁ ହତ୍ୟା ଘଟଣା ବୋଲି…

୨୯ରେ ମା’ ମଝିଘରିଆଣୀଙ୍କ ଚୈତ୍ର ଯାତ୍ରା

ରାୟଗଡ଼ା ,୧୪।୩(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ଚୈତ୍ର ପର୍ବ ମାର୍ଚ୍ଚ ୨୯ରୁ ଏପ୍ରିଲ ୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି…

କାର ଧକ୍କାରେ ଜଣେ ମୃତ, ୭ ଗୁରୁତର : କ୍ଷତିପୂରଣ ଦାବିରେ

କୁଚିଣ୍ଡା,୧୪।୩(ବିରଞ୍ଚି ଦର୍କା):ସମ୍ବଲପୁର ଜିଲା ମହୁଲପାଲି ଥାନା ଅନ୍ତର୍ଗତ ଟାଇଁସର କଦୋପଡାଠାରେଶୁକ୍ରବାର ରାତିରେ ଯାତ୍ରା ଦେଖି ଘରକୁ ଫେରୁଥିବା ୮ଜଣଙ୍କୁ ଏକ ଦ୍ରୁତଗାମୀ କାର ଧକ୍କା ଦେଇଥିଲା। ସ୍ଥାନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri