ଟିକସ ଆଦାୟ କରୁଛି, ରକ୍ଷଣାବେକ୍ଷଣ କରୁନି ଆର୍‌ଏମ୍‌ସି

କୁନ୍ଦୁରା,୨୫ା୧୨ (ସନ୍ତୋଷ ପ୍ରହରାଜ): କୋରାପୁଟ ଜିଲା କୁନ୍ଦୁରା ବ୍ଳକ ସଦର ମହକୁମାରେ ବୁଧବାର ବସୁଥିବା ସାପ୍ତାହିକ ହାଟ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଛି। ହାଟ ମଧ୍ୟରେ ଥିବା ପିଣ୍ଡି ଏବଂ ପୁରୁଣା ଆଶ୍ରୟସ୍ଥଳୀଗୁଡ଼ିକ ପରିତ୍ୟକ୍ତ ଅବସ୍ଥାରେ ରହିଛି। ଏଠାରେ ବିପଜ୍ଜନକ ଅବସ୍ଥାରେ ଚାଷୀ ବ୍ୟବସାୟ କରୁଛନ୍ତି। କୁନ୍ଦୁରା ବ୍ଲକ ଅଧୀନରେ ୧୬ ପଞ୍ଚାୟତ ରହିଥିବା ବେଳେ ସେଥିରୁ ୮ ପଞ୍ଚାୟତର ଚାଷୀ ପରିବା ଚାଷକରି ଜୀବିକା ନିର୍ବାହ କରିଥାନ୍ତି। ଏହି ସାପ୍ତାହିକ ହାଟରେ ପନି ପରିବା ସମେତ ବାଉଁଶ ତିଆରି ଘରୋଇ ଉପକରଣ,ମାଟିହାଣ୍ଡି,ଝାଡ଼ୁ ଆଦି ବିକ୍ରି ହୋଇଥାଏ। ବର୍ଷାଦିନେ ହାଟ ମଧ୍ୟରେ କାଦୁଅ ଭର୍ତ୍ତି ହୋଇଯାଏ। ବହୁ କଷ୍ଟରେ ଚାଷୀ ଏଠାରେ ବ୍ୟବସାୟ କରିଥାନ୍ତି। ପୁରୁଣା କାଳର ଏହି ହାଟର ଆଶ୍ରୟସ୍ଥଳୀଗୁଡ଼ିକରେ ମହିଳାମାନେ ପ୍ରତ୍ୟହ ବିଭିନ୍ନ ଜିନିଷ ବିକ୍ରି କରିଥାନ୍ତି। ବୁଧବାର ସାପ୍ତାହିକ ହାଟରେ ପ୍ରାୟ ୧୦୦୦ରୁ ୧୨୦୦ ବ୍ୟବସାୟୀ ବିଭିନ୍ନ ବ୍ୟବସାୟ କରୁଥିବା ଦେଖିବାକୁ ମିଳେ। ସେମାନଙ୍କଠାରୁ ଜୟପୁର ନିୟନ୍ତ୍ରିତ ବଜାର କମିଟି ୧୦ ଟଙ୍କା ଲେଖାଏ ଟିକସ ଆଦାୟ କରୁଛି। ଏଠାରୁ ଲକ୍ଷାଧିକ ଟଙ୍କା ପ୍ରତି ମାସରେ ଆଦାୟ ହେଉଥିବା ବେଳେ ହାଟର ରକ୍ଷଣାବେକ୍ଷଣ ପ୍ରତି ଆର୍‌ଏମ୍‌ସି କର୍ତ୍ତୃପକ୍ଷ ଗୁରୁତ୍ୱ ଦେଉନାହାନ୍ତି। ବାଣୁଆଗୁଡ଼ା ପଞ୍ଚାୟତର ତାରାପୁଟ ହାଟ ସୋମବାର,ଡଙ୍ଗରପାଉଁଶି ପଞ୍ଚାୟତର ଭେଜାହାଣ୍ଡି ହାଟ ରବିବାର,ଲିମା ପଞ୍ଚାୟତର ପ୍ରଧାନିଗୁଡ଼ା ହାଟ ଗୁରୁବାର, ଦିଗାପୁର ପଞ୍ଚାୟତର ଖୁଡ଼ୁପିଠାରେ ମଧ୍ୟ ହାଟ ଗୁରୁବାର ବସେ। ଏହି ହାଟଗୁଡ଼ିକର ଉନ୍ନତି, ରକ୍ଷଣାବେକ୍ଷଣ ପ୍ରତି ଆର୍‌ଏମ୍‌ସି ଗୁରୁତ୍ୱ ନ ଦେବାରୁ ଧୀରେ ଧୀରେ ସବୁ ବନ୍ଦ ହୋଇଗଲାଣି। ବୁଧବାର କୁନ୍ଦୁରାରେ ବସୁଥିବା ହାଟରେ ଥିବା ପୁରୁଣା ଘରଗୁଡ଼ିକ ଜରାଜୀର୍ଣ୍ଣ ଅବସ୍ଥାରେ ପହଞ୍ଚତ୍ଲାଣି। ସେଗୁଡ଼ିକର ନିର୍ମାଣ ପରିବର୍ତ୍ତେ ଜରିପାଲ ଦେଇ ଘୋଡ଼େଇ ରଖାଯାଇଛି। ହାଟରେ ପରିବା ବ୍ୟବସାୟୀଙ୍କୁ ବସିବାକୁ ଜାଗା ହେଉ ନ ଥିବାରୁ ସେମାନେ ରାସ୍ତାରେ ବସି ବ୍ୟବସାୟ କରିବା ପାଇଁ ବାଧ୍ୟ ହେଉଛନ୍ତି। ଫଳରେ ରାସ୍ତାରେ ଟ୍ରାଫିକ ସମସ୍ୟା ଦେଖାଦେଇଥାଏ। ଏନେଇ ତତ୍କାଳୀନ ପଞ୍ଚାୟତ ସମିତି ଅଧକ୍ଷ ସୁରେନ୍ଦ୍ର ପରଜା ନିୟନ୍ତ୍ରିତ ବଜାର କମିଟି ସମ୍ପାଦକଙ୍କୁ ଭେଟି ହାଟର ପୁନରୁଦ୍ଧାର ଲାଗି ଦାବି କରିଥିେଲେ ମଧ୍ୟ ଏଯାଏ କିଛି ସୁଫଳ ମିଳିନାହିଁ। ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେବାକୁ ଦାବି ହେଉଛି। ଏ ସମ୍ପର୍କରେ ଆରଏମ୍‌ସି ସମ୍ପାଦକ ଚନ୍ଦ୍ର ସେଠିଆଙ୍କୁ ପଚାରିବାକୁ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ ଉଠାଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

କିଏ ସେହି ଅଜଣା ବ୍ୟକ୍ତି? ମହେନ୍ଦ୍ରଗିରି ପାଦଦେଶରୁ ମୃତଦେହ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

ପାରଳାଖେମୁଣ୍ଡି, ୨୬।୩ (ଗିରିଧାରୀ ପରିଚ୍ଛା): ଗଜପତି  ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ମହେନ୍ଦ୍ରଗିରି ପାଦଦେଶରେ ଥିବା ମାଡ଼ବା ଗ୍ରାମ ନିକଟସ୍ଥ ଏଙ୍ଗାରସିଂ ପାହାଡ଼ ଉପରୁ ଜଣେ ଅଜଣା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଛିଡ଼ା ହୋଇଥିଲା ଜେସିବି, ପଛରୁ ପିଟିଲା ବାଇକ: ଯୁବକ ଗୁରୁତର, ଆମ୍ବୁଲାନ୍ସ ନମିଳିବାରୁ…

ନନ୍ଦପୁର, ୨୬।୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ  ଜିଲା ନନ୍ଦପୁର-ସେମିଳିଗୁଡ଼ା ସଂଯୋଗୀ ଏମଡିଆର-୫୫ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri