Odisha Elections 2024

ବିଧା-ଚାପୁଡା-ମୁଥ ମାରି ଅପରେଶନ କରୁଥିବା ଡାକ୍ତରଙ୍କୁ ନେଇ ରୋଗୀ ଆତଙ୍କିତ: ଭିଡିଓ ହେଲା ଭାଇରାଲ…

ବେଜିଂ,୨୫।୧୨ : ଚାଇନାରେ ପ୍ରତିଦିନ ଅଜବ ଘଟଣା ଘଟୁଛି, ଯାହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ। ଏହି କ୍ରମରେ, ଏକ ଘଟଣାର ଭିଡିଓ ଏବେ ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ଡାକ୍ତର ଜଣେ ବୃଦ୍ଧ ମହିଳା ରୋଗୀଙ୍କୁ ଅପରେଶନ ସମୟରେ ପିଟିଥିବାର ନଜର ଆସିଛନ୍ତି। ଏହି ଘଟଣା ସାମ୍ନାକୁ ଆସିବା ପରେ ଅଧିକାରୀମାନେ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଉହାନରେ କରୋନା ମହାମାରୀ ସଂକ୍ରମଣ ବିଷୟରେ ସୂଚନା ଦେଇଥିବା ଡାକ୍ତର ଏହି ଘଟଣାର ଭିଡିଓ ଶେୟାର କରିଛନ୍ତି। ଡାକ୍ତର ଏଇ ଫେନ ସୋସିଆଲ ମିଡିଆରେ ହୋଇଥିବା ଆକ୍ରମଣର ଭିଡିଓ ଶେୟାର କରିଛନ୍ତି।

ବିସିସିର ରିପୋର୍ଟ ଅନୁଯାୟୀ, ଏହି ସପ୍ତାହରେ ଫେନ ଏହି ଭିଡିଓକୁ ଚାଇନାର ସୋସିଆଲ ମିଡିଆ ୱିବୋରେ ପୋଷ୍ଟ କରିବା ପରେ ଏହା ଭାଇରାଲ ହୋଇଥିଲା, ଯାହା ହସ୍ପିଟାଲର ପ୍ୟାରେଣ୍ଟ କମ୍ପାନୀ ଏୟାର ଚାଇନାକୁ ଡାକ୍ତରଙ୍କୁ ନିଲମ୍ବନ କରିବା ଏବଂ ସିଇଓଙ୍କୁ ବରଖାସ୍ତ କରିବାକୁ କହିଥିଲା। ଏହି ଭିଡିଓରେ ଦେଖିବାକୁ ମିଳୁଛି ଅପରେଶନ ସମୟରେ ସର୍ଜନ ତାଙ୍କ ରୋଗୀଙ୍କୁ ବିଧା-ଚାପୁଡା-ମୁଥ ମାରୁଛନ୍ତି। ଅପରେଶନ ସମୟରେ ସେ ରୋଗୀଙ୍କୁ ତିନିଥର ପିଟିଥିଲେ। ଏୟାର ଚାଇନା କହିଛି ୨୦୧୯ ରେ ଚାଇନାର ଗୁଆଙ୍ଗସି ପ୍ରଦେଶର ଗୁଇଗାଙ୍ଗର ଏକ ଚକ୍ଷୁ ଡାକ୍ତରଖାନାରେ ଏଭଳି ଘଟିଥିଲା।

ପୀଡିତା ଜଣକ ଜଣେ ବୃଦ୍ଧ ମହିଳା। ଅସ୍ତ୍ରୋପଚାର ପାଇଁ ତାଙ୍କୁ ଆନାସ୍ଥେସିଆ ଦିଆଯାଇଥିଲା ବୋଲି ଏର ଆଇ ହସ୍ପିଟାଲ ଗ୍ରୁପ ଏକ ବିବୃତ୍ତିରେ କହିଛି। ଏହା ପରେ ମଧ୍ୟ ସେ ବାରମ୍ବାର ମୁଣ୍ଡ ଓ ଆଖି ହଲାଉଥିଲେ, ଏହି କାରଣରୁ ଡାକ୍ତରଙ୍କୁ ଅପରେଶନ କରିବାରେ ଅସୁବିଧା ହେଉଥିଲା। ସେ ତାଙ୍କୁ ବାରମ୍ବାର ମାନ୍ଦାରିନ ଭାଷାରେ ବୁଝାଇଥିଲେ, କିନ୍ତୁ ମହିଳା ଜଣକ କେବଳ ସ୍ଥାନୀୟ ଭାଷା ବୁଝୁଥିବାରୁ ଡାକ୍ତର କ‘ଣ କହୁଛନ୍ତି ତାହା ଜାଣି ପାରି ନ ଥିଲେ ତେଣୁ ଡାକ୍ତର କ୍ରୋଧିତ ହୋଇ ତାଙ୍କୁ ପିଟି ଥିଲେ।

ସ୍ଥାନୀୟ ଅଧିକାରୀ କହିଛନ୍ତି ମହିଳାଙ୍କ କପାଳରେ ଆଘାତ ଲାଗିଥିଲା ଏବଂ ଡାକ୍ତରଖାନା ରୋଗୀଙ୍କ ପରିବାରକୁ କ୍ଷତିପୂରଣ ବାବଦରେ ୫୦୦ ୟୁଆନ ଦେଇଛି। ସ୍ଥାନୀୟ ଗଣମାଧ୍ୟମକୁ ସୂଚନା ଦେଇ ପୀଡିତାଙ୍କ ପୁଅ ଏହା ମଧ୍ୟ ଦାବି କରିଛନ୍ତି ତାଙ୍କ ମା’ଙ୍କର ବାମ ଆଖିକୁ ଦେଖାଯାଉ ନାହିଁ। ପ୍ରାୟ ଚାରି ବର୍ଷ ଧରି ଘଟଣାର ଅନୁସନ୍ଧାନ ହୋଇପାରି ନ ଥିଲା। କାରଣ ସେତେବେଳେ ଏହି ଘଟଣା ସାମ୍ନାକୁ ଆସି ନ ଥିଲା।

ଗୁରୁବାର ଡାକ୍ତରଖାନା ସିଇଓଙ୍କ ବରଖାସ୍ତ ଏବଂ ସର୍ଜନଙ୍କ ନିଲମ୍ବନ ଘୋଷଣା କରି କହିଛି ଗୋଷ୍ଠୀ ନିୟମର ଗୁରୁତର ଉଲ୍ଲଂଘନ ହୋଇଛି। ଫେନ ତାଙ୍କର ଦୁଇ ଲକ୍ଷ ଫାଲୋଅରଙ୍କ ପାଇଁ ଅନଲାଇନରେ ସିସିଟିଭି ଫୁଟେଜ ଅନଲାଇନରେ ପ୍ରକାଶ କରିବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା। ଡିସେମ୍ବର ୨୦୧୯ ରେ ସେ କରୋନାଭାଇରସ ସଂକ୍ରମଣ ସହିତ ନିମୋନିଆର ସମ୍ମୁଖୀନ ହୋଇଥିବା ପ୍ରଥମ ଡାକ୍ତରମାନଙ୍କ ମଧ୍ୟରୁ ଜଣେ ଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଆସ୍ଥାଭୋଟ ଜିତିଲେ ପ୍ରଚଣ୍ଡ

କାଠମାଣ୍ଡୁ ,୨୧ା୫:ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ‘ପ୍ରଚଣ୍ଡ’ ସୋମବାର ପାର୍ଲାମେଣ୍ଟରେ ଆସ୍ଥାଭୋଟ ଜିତିଛନ୍ତି। ଦେଶରେ କ୍ଷମତା କନ୍ଦଳ ଲାଗିରହିଥିବାବେଳେ ପ୍ରଚଣ୍ଡଙ୍କ ପାଇଁ ରାଜନୈତିକ ସ୍ଥିରତା...

ଶାନ୍ତି, ସୌହାର୍ଦ୍ଦ୍ୟ ରକ୍ଷା ଜରୁରୀ

ଆତଙ୍କବାଦ ବିରୋଧୀ ଦିବସ ପ୍ରତିବର୍ଷ ମେ’ ୨୧ରେ ଭାରତରେ ପାଳନ କରାଯାଏ। ଆତଙ୍କବାଦ ବିଷୟରେ ଲୋକଙ୍କୁ ସଚେତନ କରାଇବା ଏବଂ ଆତଙ୍କବାଦ ବିରୋଧରେ ଏକତାର ବାର୍ତ୍ତା...

ଇଭିଏମକୁ ଫୁଲମାଳ ପିନ୍ଧାଇଲେ ସ୍ବାଧୀନ ପ୍ରାର୍ଥୀ

ନାସିକ: ଚଳିତ ଲୋକ ସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ମତଦାନ ସୋମବାର ଅନୁଷ୍ଠିତ ହୋଇ ଯାଇଛି। ତେବେ ଏହି ନିର୍ବାଚନ ଚାଲିଥିବାବେଳେ ମହାରାଷ୍ଟ୍ରର ନାସିକରୁ ଏକ...

ପ୍ରତ୍ୟର୍ପଣକୁ ଚ୍ୟାଲେଞ୍ଜ କରିପାରିବେ ଅସାଞ୍ଜ

ଲଣ୍ଡନ,୨୧ା୫: ଆମେରିକାକୁ ପ୍ରତ୍ୟର୍ପଣ ବିରୋଧରେ ଓ୍ବିକିଲିକ୍ସ ଓ୍ବେବ୍‌ସାଇଟ୍‌ର ପ୍ରତିଷ୍ଠାତା ଜୁଲିଅନ୍‌ ଅସାଞ୍ଜ ଅପିଲ୍‌ କରିପାରିବେ ବୋଲି ଲଣ୍ଡନର ଏକ ଅଦାଲତ ସୋମବାର ଅନୁମତି ପ୍ରଦାନ କରିଛନ୍ତି। ଫଳରେ...

ନେତାନ୍ୟାହୁ, ହମାସ୍‌ ନେତାଙ୍କ ନାଁରେ ଗିରଫ ପରଓ୍ବାନା ଜାରି କରିବ ଆଇସିସି

ହେଗ୍‌,୨୧ା୫: ଯୁଦ୍ଧ ଅପରାଧରେ ସମ୍ପୃକ୍ତ ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ, ପ୍ରତିରକ୍ଷା ମନ୍ତ୍ରୀ ୟୋଆଭ୍‌ ଗାଲାଣ୍ଟ, ହମାସ୍‌ ନେତା ୟାହୟା ସିନ୍‌ଓ୍ବାର, ମହମ୍ମଦ ଡିଆବ ଇବ୍ରାହିମ ଅଲ୍‌-ମସ୍ରି...

ମହମ୍ମଦ ମୋଖବେର ଇରାନର କାର୍ଯ୍ୟକାରୀ ରାଷ୍ଟ୍ରପତି

ଦୁବାଇ,୨୦ା୫: ହେଲିକପ୍ଟର ଦୁର୍ଘଟଣାରେ ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କର ମୃତ୍ୟୁ ଘଟିବା ପରେ ଦେଶର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମନେଇ ସୋମବାର ପ୍ରଥମ ଉପରାଷ୍ଟ୍ରପତି...

ଶେଷ ହେଉଛି ଜେଲନସ୍କିଙ୍କ ଟର୍ମ, ଏବେ ପ୍ରଶ୍ନ କ’ଣ ହେବ ୟୁକ୍ରେନରେ

କ୍ୱିଭ,୨୦।୫: ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡେମିର ଜେଲେନସ୍କିଙ୍କ କାର୍ଯ୍ୟକାଳ ନିୟମ ଅନୁଯାୟୀ ଆଜି ବା ସୋମବାର ଶେଷ ହେଉଛି, କିନ୍ତୁ ସେ ତାଙ୍କ ପଦରେ ରହିବେ। ତେବେ...

ସେନାକୁ ମିଳିଲା ଇରାନ ରାଷ୍ଟ୍ରପତିଙ୍କ ମୃତ ଦେହ

ତେହେରାନ,୨୦।୫: ହେଲିକପ୍ଟର ଦୁର୍ଘଟଣାରେ ଇରାନର ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ମୃତ୍ୟୁ ନିଶ୍ଚିତ ହୋଇଛି। ଇରାନର ଅଧିକାରୀମାନେ କହିଛନ୍ତି ଯେ ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରର ଧ୍ୱଂସାବଶେଷ ସେନାକୁ ମିଳିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri