ପେଟ୍ରୋଲ-ଡିଜେଲ ଭରିବା ହେବ ମହଙ୍ଗା! ଏବେ ଲାଗିବ ଅତିରିକ୍ତ ଚାର୍ଜ, ଜାଣନ୍ତୁ କେତେ…

ନୂଆଦିଲ୍ଲୀ: UPI ପେମେଣ୍ଟକୁ ନେଇ ବଡ଼ ପରିବର୍ତ୍ତନ ଆସିଛି। ନ୍ୟାଶନାଲ ପେମେଣ୍ଟ୍ସ କର୍ପୋରେସନ ଅଫ ଇଣ୍ଡିଆ (NPCI) ଘୋଷଣା କରିଥିବା ନୂଆ ମର୍ଚ୍ଚାଣ୍ଟ ଡିସ୍କାଉଣ୍ଟ ରେଟ (MDR) ଫ୍ରେମୱର୍କ ୧୫ ଅକ୍ଟୋବର ୨୦୨୬ରୁ ଲାଗୁ ହେବ। ଏହା ଅନୁସାରେ ୨,୦୦୦ ଟଙ୍କାରୁ ଅଧିକ P2M (Person-to-Merchant) UPI ପେମେଣ୍ଟରେ ସାଧାରଣ ମର୍ଚ୍ଚାଣ୍ଟଙ୍କ ପାଇଁ ୦.୪ ପ୍ରତିଶତ MDR ଲାଗିବ। ଏହି ଚାର୍ଜର ସର୍ବାଧିକ ସୀମା ପ୍ରତି ଟ୍ରାଞ୍ଜାକ୍ସନରେ ୩୦୦ ଟଙ୍କା ରହିବ।

ଫ୍ୟୁଏଲ ସେକ୍ଟରକୁ ନୂଆ ଫ୍ରେମୱର୍କରେ ବିଶେଷ ଶ୍ରେଣୀରେ ରଖାଯାଇଛି। ପେଟ୍ରୋଲ ପମ୍ପରେ UPI ମାଧ୍ୟମରେ ୨,୦୦୦ ଟଙ୍କାରୁ ଅଧିକ ପେମେଣ୍ଟ କଲେ ସାଧାରଣ ୦.୪ ପ୍ରତିଶତ ବଦଳରେ ପ୍ରତି ଟ୍ରାଞ୍ଜାକ୍ସନରେ ଫ୍ଲାଟ ୫ ଟଙ୍କା MDR ଲାଗିବ। ରେଳ, ଟେଲିକମ, ଇନ୍ସ୍ୟୁରାନ୍ସ ଭଳି କିଛି ଅନ୍ୟ କ୍ଷେତ୍ର ପାଇଁ ମଧ୍ୟ ଏହି ୫ ଟଙ୍କାର ଫ୍ଲାଟ ରେଟ ରହିଛି।

ଉଦାହରଣ ସ୍ବରୂପ, ୫,୦୦୦ ଟଙ୍କାର ପେଟ୍ରୋଲ ନେଇ UPIରେ ପେମେଣ୍ଟ କଲେ ପେଟ୍ରୋଲ ପମ୍ପ ମର୍ଚ୍ଚାଣ୍ଟଙ୍କ ପାଇଁ MDR ୫ ଟଙ୍କା ହେବ। ୧୦,୦୦୦ ଟଙ୍କାର ଫ୍ୟୁଏଲ ପେମେଣ୍ଟରେ ମଧ୍ୟ ଫ୍ଲାଟ ୫ ଟଙ୍କା ହିଁ MDR ରହିବ। ସବୁଠାରୁ ବଡ଼ କଥା ହେଉଛି, ଏହି MDR ଗ୍ରାହକଙ୍କ ଉପରେ ଲାଗୁ ହେବ ନାହିଁ। ଅର୍ଥାତ୍‌ UPIରେ ପେଟ୍ରୋଲ-ଡିଜେଲ କିମ୍ବା ଅନ୍ୟ ସାମଗ୍ରୀ ପାଇଁ ପେମେଣ୍ଟ କରୁଥିବା ଗ୍ରାହକଙ୍କଠାରୁ ଅଲଗା ଭାବେ ଏହି ଚାର୍ଜ ନେବାକୁ ମର୍ଚ୍ଚାଣ୍ଟଙ୍କୁ ଅନୁମତି ନାହିଁ। ବ୍ୟାଙ୍କଗୁଡ଼ିକୁ ମଧ୍ୟ ଏହି ଚାର୍ଜ ଗ୍ରାହକଙ୍କ ଉପରେ ପାସ-ଅନ ନ କରିବାକୁ କୁହାଯାଇଛି।
୨,୦୦୦ ଟଙ୍କା ପର୍ଯ୍ୟନ୍ତ UPI P2M ପେମେଣ୍ଟରେ MDR ଶୂନ ରହିବ। ତେଣୁ ୨,୦୦୦ ଟଙ୍କାରୁ କମ ମୂଲ୍ୟର ଫ୍ୟୁଏଲ ପେମେଣ୍ଟରେ ମଧ୍ୟ ଏହି ନୂଆ MDR ଲାଗିବ ନାହିଁ। ସେହିପରି ବ୍ୟକ୍ତିରୁ ବ୍ୟକ୍ତି (P2P) UPI ଟ୍ରାଞ୍ଜାକ୍ସନରେ କୌଣସି MDR ଲାଗିବ ନାହିଁ। ଅର୍ଥାତ୍‌ ଜଣେ ବ୍ୟକ୍ତି ଅନ୍ୟ ଜଣେ ବ୍ୟକ୍ତିଙ୍କୁ UPIରେ ଟଙ୍କା ପଠାଇଲେ, ଟ୍ରାଞ୍ଜାକ୍ସନ ରାଶି ଯେତେ ହେଉନା କାହିଁକି, ଏହି ନିୟମ ଲାଗୁ ହେବ ନାହିଁ। ୨,୦୦୦ ଟଙ୍କାରୁ ଅଧିକ ସାଧାରଣ P2M UPI ପେମେଣ୍ଟରେ ୦.୪ ପ୍ରତିଶତ MDR ରହିବ। ୫୦,୦୦୦ ଟଙ୍କାର ପେମେଣ୍ଟରେ ଏହା ୨୦୦ ଟଙ୍କା ହେବ। ୭୫,୦୦୦ ଟଙ୍କା କିମ୍ବା ତା’ଠାରୁ ଅଧିକ ପେମେଣ୍ଟରେ ମଧ୍ୟ ସର୍ବାଧିକ ୩୦୦ ଟଙ୍କା MDR ଲାଗିବ।
ତେଣୁ ନୂଆ ନିୟମ ଅନୁସାରେ UPI ବ୍ୟବହାରକାରୀ ସାଧାରଣ ଗ୍ରାହକଙ୍କ ଉପରେ ସିଧାସଳଖ ଚାର୍ଜ ଲାଗୁ ହେବ ନାହିଁ; ଏହା ମୁଖ୍ୟତଃ ମର୍ଚ୍ଚାଣ୍ଟ ପେମେଣ୍ଟ ଇକୋସିଷ୍ଟମରେ MDR ଭାବେ ଲାଗୁ ହେବ।

 

Dharitri – Odisha’s No.1 Odia Daily

Share
Tags: UPI