୧୨ ବର୍ଷ ଡେଟିଂ ପରେ ଜୁଲାଇରେ ପଡ଼ିବ ହାତଗଣ୍ଠି

ବମ୍ବେ: ଦୀର୍ଘ ୧୨ ବର୍ଷ ଧରି ପରସ୍ପରକୁ ଡେଟ୍‌ କରିବା ପରେ ଏବେ ଆଉ ପାଦେ ଆଗକୁ ବଢ଼ିବ ସମ୍ପର୍କ। ଜୁଲାଇ ୨୧ରେ ବାଜିବ ସାହାନାଇ। ହାତକୁ ଦୁଇ ହାତ ହେବେ ‘ଲକ୍‌ ଅପ୍‌ ଶୋ’ର ଅନ୍ୟତମ ପ୍ରତିଯୋଗୀ ପାୟଲ ରୋହତଗୀ। ପ୍ରେମିକ ତଥା ରେସଲର ସଂଗ୍ରାମ ସିଂଙ୍କୁ ସେ ବିବାହ କରିବେ। ସଂଗ୍ରାମ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ କରି ପ୍ରଶଂସକଙ୍କୁ ଖୁସି ଖବର ଜଣାଇଛନ୍ତି।

ବିବାହଟି ଜାକଜମକରେ ନ ହୋଇ ସାଧାସିଧା ରହିବ। ଏହି ପ୍ରେମିଯୁଗଳ ବିବାହ ପୂର୍ବରୁ ପ୍ରି-ଓ୍ବେଡିଂ ଶୁଟ୍‌ ବି କରିଛନ୍ତି। ଶୀଘ୍ର ସେମାବେ ବିବାହକୁ ନେଇ କିଣାକିଣି ଆରମ୍ଭ କରିବେ। ଉଭୟଙ୍କ ବିବାହ ପୋଷାକ ଦିଲ୍ଲୀର ଏକ ଫ୍ୟାଶନ ବ୍ରାଣ୍ଡ ‘ଷ୍ଟଡି ବୟ ଜନକ’ଙ୍କ ଦ୍ୱାରା ଡିଜାଇନ୍‌ କରାଯିବ ବୋଲି କୁହାଯାଉଛି।

Share