Categories: ଜାତୀୟ

ବେତନର ଅର୍ଦ୍ଧାଧିକ ଟିକସ ଦିଏ: ରାଷ୍ଟ୍ରପତି

ନୂଆଦିଲ୍ଲୀ, ୨୯ା୬: ଦେଶର ବିକାଶ ଲାଗି ନିୟମିତ ଟିକସ ଦେବା ପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶବାସୀଙ୍କୁ ଆହ୍ବାନ ଦେଇଛନ୍ତି। ଉତ୍ତରପ୍ରଦେଶ ଗସ୍ତରେ ଥିବା ରାଷ୍ଟ୍ରପତି ଏକ କାର୍ଯ୍ୟକ୍ରମରେ କହିଛନ୍ତି, ସେ ମାସିକ ୫ ଲକ୍ଷ ଟଙ୍କା ବେତନ ପାଉଥିବାବେଳେ ଏହାର ୫୦ ପ୍ରତିଶତରୁ ଅଧିକ (୨.୭୫ ଲକ୍ଷ ଟଙ୍କା) ଟିକସ ପୈଠ କରିଥାନ୍ତି। ପରେ ତାଙ୍କ ପାଖରେ ଯେତିକି ଅର୍ଥ ବଳେ ତାହାଠାରୁ ଅଧିକ ଦରମା ଅନ୍ୟ ଅଧିକାରୀମାନେ ପାଉଥିବା ସେ କହିଛନ୍ତି। ଏପରିକି ଶିକ୍ଷକମାନଙ୍କ ଆୟ ମଧ୍ୟ ଅଧିକ ବୋଲି ରାଷ୍ଟ୍ରପତି ମଜାଳିଆ ଢଙ୍ଗରେ କହିଥିଲେ।

Share