Categories: ଜାତୀୟ

ଚାଷୀଙ୍କୁ ଫସଲ ବୀମା ଅର୍ଥ ଦିଅ: ସଙ୍ଗୀତା

ନୂଆଦିଲ୍ଲୀ,୮।୧୨ : ଓଡ଼ିଶାର ଚାଷୀମାନଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (ପିଏମ୍‌ଏଫ୍‌ବିଓ୍ବାଇ)ରେ ସେମାନଙ୍କ ପ୍ରାପ୍ୟ ରାଶି ପ୍ରଦାନ ସକାଶେ ରାଜ୍ୟର ବିଜେଡି ସରକାରଙ୍କୁ କେନ୍ଦ୍ର ନିର୍ଦ୍ଦେଶ ଦେଉ ବୋଲି ଲୋକ ସଭାରେ ଭାଜପା ସଦସ୍ୟ ସଙ୍ଗୀତା କୁମାରୀ ସିଂଦେଓ ଦାବି କରିଛନ୍ତି।

ବଲାଙ୍ଗୀର ଏମ୍‌ପି ସଙ୍ଗୀତା ନିମ୍ନ ସଦନର ରୁଲ୍‌ ୩୭୭ ବଳରେ ଏହି ପ୍ରସଙ୍ଗ ଉଠାଇ କହିଛନ୍ତି, ଓଡ଼ିଶା ବିପର୍ଯ୍ୟୟପ୍ରବଣ ହୋଇଥିବାରୁ ରାଜ୍ୟର ଚାଷୀମାନଙ୍କ ପାଇଁ ପିଏମ୍‌ଏଫ୍‌ବିଓ୍ବାଇ ଏକ ବଡ଼ ସହାୟତା। କିନ୍ତୁ ଏହି କେନ୍ଦ୍ରୀୟ ଯୋଜନାରେ ରାଜ୍ୟ ସରକାର ଚାଷୀଙ୍କୁ କିସ୍ତି ଦେଉ ନାହାନ୍ତି। ଫସଲହାନିର ସର୍ଭେ କରି କ୍ଷତିପୂରଣ ପ୍ରଦାନ ରାଜ୍ୟ ସରକାରଙ୍କ ଉତ୍ତରଦାୟିତ୍ୱ। କିନ୍ତୁ ବୀମା ରାଶି ଦେବାରେ ଅହେତୁକ ବିଳମ୍ବ ଚାଷୀମାନଙ୍କୁ ବହୁଳ ପ୍ରଭାବିତ କରୁଛି।

Share