Posted inଜାତୀୟ

ଶିନ୍ଦେ-ଫଡନଭିସଙ୍କ ସହିତ ପାଓ୍ବାରଙ୍କ ରାତ୍ରଭୋଜନ…

ମୁମ୍ବାଇ,୧୯।୧୦ : ଅନ୍ଧେରୀ ଇଷ୍ଟ ଆସନରେ ଉପ-ନିର୍ବାଚନ ଏବଂ ବ୍ରିହନମୁମ୍ବାଇ ମୁନିସିପାଲ କର୍ପୋରେଶନ ନିର୍ବାଚନ ଯୋଗୁଁ ମହାରାଷ୍ଟ୍ରରେ ରାଜନୈତିକ କାର୍ଯ୍ୟକଳାପ ଜୋରଦାର ଜାରି ରହିଛି। ବର୍ତ୍ତମାନ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ସୁପ୍ରିମୋ ଶରଦ ପାୱାରଙ୍କ ରାତ୍ରଭୋଜନ ଯୋଜନା ରାଜ୍ୟ ରାଜନୀତିରେ ମୁଖ୍ୟ ବିଷୟ ପାଲଟିଛି। ବୁଧବାର ସେ ରାଜ୍ୟ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଏବଂ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ସହ ଏକ ରାତ୍ରଭୋଜନ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଛନ୍ତି ବୋଲି ସୂଚନା ମିଳିଛି।

ବିଶେଷ କଥା ହେଉଛି ମୁମ୍ବାଇ କ୍ରିକେଟ ଆସୋସିଏଶନ(ଏମସିଏ)ର ନିର୍ବାଚନ ପାଖେଇ ଆସୁଛି। ତେବେ ଏହି ରାତ୍ରଭୋଜନ ସମ୍ପର୍କରେ ଉଭୟ ପକ୍ଷ ରାଜନୀତିଠାରୁ ଦୂରେଇ ରହିବା ବିଷୟରେ କହୁଛନ୍ତି।

ଗଣମାଧ୍ୟମ ରିପୋର୍ଟ ଏବଂ ଭାଜପା ସୂତ୍ରରୁ ପ୍ରକାଶ ଯେ, ମୁଖ୍ୟମନ୍ତ୍ରୀ ଶିନ୍ଦେ, ଫଡନାଭିସ ଏବଂ ପାୱାରଙ୍କ ସହ ବୁଧବାର ୱାଙ୍ଖେଡେ ଷ୍ଟାଡିୟମର ଗାରୱେର୍‌ କ୍ଲବରେ ରାତ୍ରଭୋଜନ କରିବେ। ଏକ ରିପୋର୍ଟ ଅନୁଯାୟୀ, ଫଡନାଭିସଙ୍କର ଜଣେ ଘନିଷ୍ଠ ସହଯୋଗୀ କହିଛନ୍ତି ଯେ ଏମସିଏ ଏକ ସମ୍ମାନଜନକ ସଙ୍ଗଠନ ଏବଂ ଫଡନାଭିସ ଏବଂ ପାୱାରଙ୍କ ରାତ୍ରଭୋଜନ ଯୋଜନା ଏମସିଏ ସହ ଜଡିତ। ଏହା ସମ୍ପୁର୍ଣ୍ଣ ଭାବରେ ଖେଳର ବିଷୟ। ଏଭଳି ପ୍ରସଙ୍ଗରେ ରାଜନୀତି ଦେଖାଯାଏ ନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

Bangladesh Violence: ବାଂଲାଦେଶ ଫେରୁ ଫେରୁ ତାରିକ ଅହମଦଙ୍କୁ କାହିଁକି ଫୋନ କଲେ ୟୁନୁସ? ପିତାଙ୍କ କବର ସ୍ଥଳକୁ ଯିବେ ‘ଡାର୍କ ପ୍ରିନ୍ସ’

ଢାକା,୨୬।୧୨: ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP)ର କାର୍ଯ୍ୟକାରୀ ସଭାପତି ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କ ପୁଅ ତାରିକ ରହମାନ ୧୭ ବର୍ଷ ପରେ ଗୁରୁବାର...

ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ବଡ଼ ପୁରସ୍କାର: ରାଷ୍ଟ୍ରପତି ଦେଲେ….

ନୂଆଦିଲ୍ଲୀ,୨୬।୧୨: ଭାରତର ଯୁବ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ ପ୍ରତ୍ୟେକ ଦିନ ନୂଆ ନୂଆ ସଫଳତା ହାସଲ କରୁଛନ୍ତି। ମାତ୍ର ୧୪ ବର୍ଷ ବୟସରେ ବୈଭବ କ୍ରିକେଟ...

୨୦୨୬ର ପ୍ରଥମ ଦିନ ଭୁଲ୍‌ରେ ବି କରନ୍ତୁ ନାହିଁ ଏହି କାମ: ନଚେତ୍‌ ବର୍ଷସାରା ଗୋଡ଼ାଇବ ଦରିଦ୍ରତା

ନୂଆଦିଲ୍ଲୀ,୨୬।୧୨: ପ୍ରତିବର୍ଷ ଜାନୁଆରୀ ୧ କେବଳ ତାରିଖ ପରିବର୍ତ୍ତନ ନୁହେଁ, ବରଂ ବର୍ଷ ପରିବର୍ତ୍ତନକୁ ମଧ୍ୟ ଚିହ୍ନିତ କରେ। ୨୦୨୬ ନୂତନ ବର୍ଷ ଆସିବାକୁ ଆଉ...

ଚଳନ୍ତା କାର୍‌ରେ ଆଇଟି କମ୍ପାନୀ ମ୍ୟାନେଜରଙ୍କୁ ଗଣବଳାତ୍କାର, ସିଇଓଙ୍କ ସମେତ ୩ ଗିରଫ

ଉଦୟପୁର,୨୬।୧୨: ଚଳନ୍ତା ଗାଡ଼ିରେ ଗଣବଳାତ୍କାର। ଲିଫ୍ଟ ଦେଇ ଲୁଟିନେଲେ ଇଜ୍ଜତ। ନିଜ କମ୍ପାନୀର ଆଇଟି ମ୍ୟାନେଜରଙ୍କୁ ବଳାତ୍କାର କଲେ ସିଇଓ। ଏଭଳି ଏକ ଚାଞ୍ଚଲ୍ୟକର ଘଟଣା...

ଜଳସମ୍ପଦ କର୍ମଚାରୀଙ୍କ ଦାନ ଅର୍ଥରେ ଚାଲିଛି ଅଞ୍ଚଳବାସୀଙ୍କ ସେବା, ଆଗାମୀ ଦିନରେ…

ଭଞ୍ଜନଗର,୨୬ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜଳସମ୍ପଦ ବିଭାଗ କର୍ମଚାରୀମାନେ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି। କର୍ମଚାରୀମାନେ ୨୦୧୦ରେ ମିଶି ଭଞ୍ଜନଗର ଜଳସେଚନ ବିଭାଜନ କର୍ମଚାରୀ...

ରାତି ଅଧରେ ଲାଗିଲା ଗାଡ଼ି ଆଉ ତୁରନ୍ତ ଖାଲି ହେଲା ସରକାରୀ ଘର, ଗୋଟିଏ ମାସ ପୂର୍ବରୁ ମିଳିଥିଲା ନୋଟିସ

ପାଟନା,୨୬।୧୨: ବିହାରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରିଙ୍କ ବାସଭବନରୁ ଛୋଟ ଜିନିଷପତ୍ର ହଟାଇବା ପ୍ରକ୍ରିୟା ଆରମ୍ଭ ହୋଇଛି। ଗୁରୁବାର ରାତିରେ, ପାଟନାର ୧୦ ସର୍କୁଲାର ରୋଡରେ ଥିବା...

୨୯ ବଲରେ ଅର୍ଦ୍ଧଶତକ କରି ପ୍ରଶଂସକଙ୍କ ମନ ଜିଣିଲେ ବିରାଟ

ନୂଆଦିଲ୍ଲୀ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ବ୍ୟାଟସମ୍ୟାନ ବିରାଟ କୋହଲି ୨୦୨୫-୨୬ ବିଜୟ ହଜାରେ ଟ୍ରଫିରେ ଆଉ ଏକ ଚମତ୍କାର ଇନିଂସ ଖେଳି ତାଙ୍କର ପ୍ରଭାବଶାଳୀ ଫର୍ମ...

କାନାଡ଼ାରେ ଆଉ ଜଣେ ଭାରତୀୟ ଯୁବକଙ୍କୁ ଗୁଳି, ଅଭିଯୁକ୍ତ ଫେରାର

ଓଟାଓ୍ବା,୨୬।୧୨: କାନାଡ଼ାର ଟୋରଣ୍ଟୋ ବିଶ୍ୱବିଦ୍ୟାଳୟର ସ୍କାରବୋରୋ କ୍ୟାମ୍ପସ ନିକଟରେ ଗୁଳିକାଣ୍ଡରେ ଜଣେ ଭାରତୀୟ ଛାତ୍ର ପ୍ରାଣ ହରାଇଛନ୍ତି। ଭାରତୀୟ କନସୁଲେଟ ଗୁରୁବାର (ଡିସେମ୍ବର ୨୫) ଦିନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri