Categories: ଜାତୀୟ

ଲଖିମ୍‌ପୁର ଘଟଣାକୁ ‘ଜାଲିଓ୍ବାନାଓ୍ବାଲାବାଗ୍‌ ହତ୍ୟାକାଣ୍ଡ’ ସହ ତୁଳନା କଲେ ପାଓ୍ବାର

ନୂଆଦିଲ୍ଲୀ,୫।୧୦:ଉତ୍ତର ପ୍ରଦେଶର ଲଖିମ୍‌ପୁର ର ଖେରୀରେ ହୋଇଥିବା ହିଂସାର ଆଉ ଏକ ଭିଡିଓ ସାମ୍ନାକୁ ଆସିଛି। ଏକ ଗାଡି ଜାଣିଶୁଣି ଆନ୍ଦୋଳନରତ କୃଷକଙ୍କ ଉପରେ ଚଢିଯାଉଥିବାର ଭିଡିଓରେ ଦେଖାଯାଇଛି। ଭିଡିଓ ଆସିବା ପରେ ୟୁପି ସରକାର ଘେରିଛନ୍ତି ବିରୋଧୀ। ଏନ୍‌ସିପି ନେତା ଶରଦ ପାଓ୍ବାର ଲଖିମ୍‌ପୁର ହିଂସାକୁ ‘ଜାଲିଓ୍ବାନାଓ୍ବାଲାବାଗ୍‌ ହତ୍ୟାକାଣ୍ଡ’ ସହ ତୁଳନା କରିଛନ୍ତି।  ସେହପରି ଭାଜପାର ସହଯୋଗୀ ଜେଡିୟୁ ବି ସରକାରଙ୍କୁ ଘେରିବାକୁ ଚେଷ୍ଟା କରିଛି।
ଏହି ଘଟଣାରେ ଶରଦ ପାଓ୍ବାର କହିଛନ୍ତି, ଜାଲିଓ୍ବାନାଓ୍ବାଲା ବାଗ୍‌ରେ ଯେଉଁଭଳି ପରିସ୍ଥିତି ଥିଲା, ସେଭଳି ପରିସ୍ଥିତି ୟୁପିରେ ହୋଇଛି। କୃଷକ ଏହାକୁ ଭୁଲିପାରିବେ ନାହିଁ। କେନ୍ଦ୍ର ସରକାରଙ୍କ ଅସନ୍ତୋଷର ସାମ୍ନା କରିବାକୁ ପଡିବ। କୃଷକ ହତ୍ୟା ପାଇଁ ୟୁପି ସରକାର ଏବଂ କେନ୍ଦ୍ର ସରକାର ଦାୟୀ। ଏହି ଘଟଣାର ଯାଞ୍ଚ୍‌ ସୁପ୍ରିମକୋର୍ଟର ସିଟିଂ ଜଜ୍‌ କରନ୍ତୁ ବୋଲି ପାଓ୍ବାର ଦାବି କରିଛନ୍ତି।

Share