ପୱନଦୀପ ହେଲେ ଇଣ୍ଡିଆନ୍‌ ଆଇଡଲ୍‌-୧୨ର ବିଜେତା: ମିଳିଲା ଏମିତି ପୁରସ୍କାର

ସୋନି ଟିଭିରେ ପ୍ରସାରିତ ଗୀତ ରିଆଲିଟି ସୋ ଇଣ୍ଡିଆନ ଆଇଡଲ ୧୨ର ଗ୍ରାଣ୍ଡ ଫାଇନାଲ ଶେଷ ହୋଇଛି। ୧୫ ଅଗଷ୍ଟରେ ଇଣ୍ଡିଆନ ଆଇଡଲ ଏହାର ଦ୍ୱାଦଶ ବିଜେତା ପାଇଛି। ପୱନଦୀପ ରାଜନ ଇଣ୍ଡିଆନ ଆଇଡଲ ୧୨ର ବିଜେତା ହୋଇଛନ୍ତି। ତାଙ୍କୁ ବିଳାସପୂର୍ଣ୍ଣ କାର ଟ୍ରଫି ଏବଂ ୨୫ ଲକ୍ଷ ଟଙ୍କା ମଧ୍ୟ ପୁରସ୍କାର ମିଳିଛି। ଫାଇନାଲରେ ପୱନଦୀପ ରାଜନଙ୍କ ଅରୁନିତା କାଞ୍ଜିଲାଲ, ମହମ୍ମଦ ଦାନିଶ, ଶନମୁଖ ପ୍ରିୟା, ନିହାଲ ତାରୋ ଏବଂ ସାୟଲି କାମ୍ବଲେଙ୍କ ସହ କଡ଼ା ପ୍ରତିଯୋଗିତା ହୋଇଥିଲା। ଶେଷରେ ବାଜି ମାରିନେଇଥିଲେ ପୱନଦୀପ। ଇଣ୍ଡିଆନ ଆଇଡଲର ଗ୍ରାଣ୍ଡ ଫାଇନାଲ୧୨ ଘଣ୍ଟା ଧରି ଚାଲିଥିଲା। ଏଥର ଫାଇନାଲ ରେସରେ ସ୍ଥାନ ପାଇବା ପାଇଁ ପ୍ରତିଯୋଗୀମାନଙ୍କୁ ବହୁ ସଂଘର୍ଷ କରିବାକୁ ପଡିଥିଲା।

Share