ରୋମାଣ୍ଟିକ ହେଲେ ପଓ୍ବନଦୀପ୍‌-ଅରୁଣିତା

ମୁମ୍ବାଇ: ଇଣ୍ଡିଆନ ଆଇଡଲ୍‌ର ବିଜେତା ପଓ୍ବନଦୀପ୍‌ ରାଜନ ଏବଂ ଅରୁଣିତା କାଞ୍ଜିଲାଲ କିଛି ନା କିଛି କଥାକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଆସୁଛନ୍ତି। ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେମାନଙ୍କ ଭିତରେ କେବଳ ବନ୍ଧୁତା ଥିବା ନେଇ ସେମାନେ ପ୍ରସଂଶକମାନଙ୍କୁ କହିଥିଲେ।

ନିକଟରେ ଦୁହିଁଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଇଛି। ଯେଉଥିରେ ପଓ୍ବନଦୀପ୍‌ କଳା ରଙ୍ଗର ଶୁଟ୍‌ ଏବଂ ଅରୁଣିତା ଏକ ଲାଲ୍‌ ଶିମିରି ଗାଉନରେ ଜବରଦସ୍ତ ଦେଖାଯାଉଛନ୍ତି। ରୋମାଣ୍ଟିକ୍‌ ବ୍ୟାକଗ୍ରାଉଣ୍ଡରେ ପଓ୍ବନଦୀପ୍‌ ଅରୁଣିତାଙ୍କୁ ଆଣ୍ଠୁମାଡି ପ୍ରପୋଜ୍‌ କରୁଥିବାର ନଜର ଆସୁଛି। ଏହି ଭିଡିଓଟି ତାଙ୍କର ପ୍ରଥମ ମ୍ୟୁଜିକ୍‌ ଭିଡିଓର ବୋଲି ଜଣାପଡିଛି। ଏହା ଖୁବ୍‌ଶୀଘ୍ର ରିଲିଜ୍‌ ହେବାକୁ ଯାଉଛି। ଭିଡିଓକୁ ପଓ୍ବନଦୀପ୍‌ ଇନ୍‌ଷ୍ଟାଗ୍ରାମରେ ଶେୟାର କରି ଗୀତର ଟାଇଟଲ ଅନୁମାନ କରିବା ପାଇଁ କହିଛନ୍ତି, ଯାହାକୁ ଏବେ ୫ଲକ୍ଷରୁ ଅଧିକ ଦେଖିବା ସହ ଅନେକେ ପସନ୍ଦ କରିଛନ୍ତି।

 

Share