Categories: ଜାତୀୟ

ଆସାମ ପୋଲିସକୁ ବଡ଼ ଝଟ୍‌କା: ମୁକୁଳିବେ ପବନ ଖେରା

ନୂଆଦିଲ୍ଲୀ,୨୩।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ମନ୍ତବ୍ୟ ଦେବା ମାମଲାରେ ଆସାମ ପୋଲିସ ଗୁରୁବାର କଂଗ୍ରେସର ମୁଖପାତ୍ର ପବନ ଖେରାଙ୍କୁ ଗିରଫ କରିଥିଲା। କିଛି ଘଣ୍ଟାର ହାଇ ଭୋଲଟେଜ୍‌ ଡ୍ରାମା ପରେ ପବନ ଖେରାଙ୍କୁ ସୁପ୍ରିମକୋର୍ଟରୁ ଅନ୍ତରୀଣ ଜାମିନ ମିଳିସାରିଛି। ଏହାପରେ ଖେରାଙ୍କୁ ରେଗୁଲାର ଜାମିନ ପାଇଁ ଆବେଦନ କରିବାକୁ ପଡ଼ିବ। ମଙ୍ଗଳବାର ଯାଏ ଖେରା ଗିରଫଦାରୀରୁ ମୁକ୍ତ ରହିବେ। ଖେରାଙ୍କୁ ସୁପ୍ରିମକୋର୍ଟଙ୍କଠାରୁ ଆଉ ଏକ ଆଶ୍ୱସ୍ତି ମିଳିଛି। ଏଥିରେ ତାଙ୍କ ବିରୋଧରେ ଦାଖଲ ହୋଇଥିବା ସମସ୍ତ ୩ଟି ଏଫ୍‌ଆଇଆରକୁ ଗୋଟିଏ ସ୍ଥାନରେ କ୍ଲବ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ କେଉଁ କୋର୍ଟରେ ଏକାଠି ଶୁଣାଣି ହେବ ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ। ସୂଚନାଯୋଗ୍ୟ, କଂଗ୍ରେସ ଖେରାଙ୍କ ବିରୋଧରେ ରୁଜୁ ହୋଇଥିବା ଏଫ୍‌ଆଇଆରକୁ ରଦ୍ଦ କରିବାକୁ କଂଗ୍ରେସ ଦାବି କରିଥିଲା। କିନ୍ତୁ କୋର୍ଟ ଏଫ୍‌ଆଇଆର ରଦ୍ଦ କରିବାକୁ ନିର୍ଦ୍ଦେଶ ଦେବାକୁ ମନା କରିଦେଇଛନ୍ତି। ସୂଚନା ମୁତାବକ, ଖେରାଙ୍କ ବିରୋଧରେ ହୋଇଥିବା ଅଭିଯୋଗରେ ତାଙ୍କୁ ୩ରୁ ୫ ବର୍ଷ ପର୍ଯ୍ୟନ୍ତ ଦଣ୍ଡାଦେଶ ହୋଇପାରେ।

Share