ପାଭେଲଙ୍କ ମୃତ୍ୟୁ ମାମଲା: ୩ୟ ଦିନରେ କ୍ରାଇମବ୍ରାଞ୍ଚର ତଦନ୍ତ

ରାୟଗଡ଼ା,୧ା୧(ସ୍ବ.ପ୍ର.): ରୁଷିଆ ପର୍ଯ୍ୟଟକ ପାଭେଲଙ୍କ ମୃତ୍ୟୁ ମାମଲାରେ ନୂତନ ବର୍ଷର ପ୍ରଥମ ଦିନରେ ହୋଟେଲ କର୍ମଚାରୀଙ୍କୁ କ୍ରାଇମବ୍ରାଞ୍ଚ ଜେରା କରିଛି। ଡିଏସ୍‌ପି ସରୋଜକାନ୍ତ ମହାନ୍ତ ଏବଂ ଇନ୍ସପେକ୍ଟର ମମତା ରାଣୀ ପଣ୍ଡାଙ୍କ ସହିତ ୫ ଜଣ ରବିବାର ହୋଟେଲ ସାଇ ଇଣ୍ଟରନ୍ୟାଶନାଲରେ ପହଞ୍ଚି ହୋଟେଲ କର୍ମଚାରୀଙ୍କୁ ଜେରା କରାଯିବା ନେଇ ମହାନ୍ତ ସୂଚନା ଦେଇଛନ୍ତି। ଅପରପକ୍ଷେ ଫରେନ୍‌ସିକ୍‌ ଟିମ୍‌ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଯାଇ ଭିସେରା ନମୁନାକୁ ନେଇ ତଦନ୍ତ କରିବ ବୋଲି ଜଣାପଡ଼ିଛି।