Categories: ଖେଳ

ଇତିହାସ ରଚିଲେ ଆୟାରଲାଣ୍ଡ ବ୍ୟାଟ୍ସମ୍ୟାନ୍‌: କୋହଲିଙ୍କୁ ପଛରେ ପକାଇଲେ

ନୂଆଦିଲ୍ଲୀ,୧୦।୧୦: ଟି-୨୦ କ୍ରିକେଟରେ ଅଧିକାଂଶ ଚୌକା ମାରିବା ପ୍ରସଙ୍ଗରେ ଆୟାରଲାଣ୍ଡର ତାରକା ବ୍ୟାଟ୍ସମ୍ୟାନ ପଲ ଷ୍ଟିରଲିଂ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ପଛରେ ପକାଇ ଦେଇଛନ୍ତି। ଅନ୍ତର୍ଜାତୀୟ ଟି -୨୦ କ୍ରିକେଟରେ ସର୍ବାଧିକ ଚୌକା ମାରିବା ବ୍ୟାଟ୍ସମ୍ୟାନ ହୋଇଛନ୍ତି ଷ୍ଟିରଲିଂ। ସେ ରବିବାର ୟୁଏଇ ବିପକ୍ଷରେ ଏହି ସଫଳତା ହାସଲ କରିଛନ୍ତି। ୟୁଏଇ ବିପକ୍ଷରେ ଓପନର ଷ୍ଟିରଲିଂ ୩୫ ବଲରେ ୪୦ ରନ ସଂଗ୍ରହ କରିଥିଲେ। ସେଥିରେ ୪ଟି ଚୌକା ସାମିଲ ଥିଲା ଏହା ସହ ସେ ଅନ୍ତର୍ଜାତୀୟ ଟି -୨୦ କ୍ରିକେଟରେ ମୋଟ ୨୮୮ ଚୌକା ମାରିଛନ୍ତି। କୋହଲିଙ୍କର ଏବେ ୨୮୫ ଚୌକା ରହିଛି। କୋହଲିଙ୍କଠାରୁ କମ ମ୍ୟାଚ୍‌ରେ ଷ୍ଟାରଲିଂ ଏହି ପ୍ରଦର୍ଶନ କରିଥିଲେ। ସେ ତାଙ୍କର ୮୯ତମ ଅନ୍ତର୍ଜାତୀୟ ଟି -୨୦ ମ୍ୟାଚ ରେ ଏହି ରେକର୍ଡ ସୃଷ୍ଟି କରିଛନ୍ତି। କୋହଲି ୯୦ଟି ମ୍ୟାଚରେ ଏହା କରିଥିଲେ। ଷ୍ଟାରଲିଂ ଏବଂ କୋହଲି ବ୍ୟତୀତ ତୃତୀୟ ସ୍ଥାନରେ ନ୍ୟୁଜିଲାଣ୍ଡର ମାର୍ଟିନ ଗୁପ୍ତିଲ, ଚତୁର୍ଥ ସ୍ଥାନରେ ଭାରତର ରୋହିତ ଶର୍ମା ଏବଂ ପାଞ୍ଚ ନମ୍ବରରେ ଅଷ୍ଟ୍ରେଲିଆର ଆରୋନ ଫିଞ୍ଚ ରହିଛନ୍ତି।

Share