Posted inଫୁରସତ

ପାଉଁଜିର କେବଳ ଧାର୍ମିକ ନୁହେଁ ବରଂ ବୈଜ୍ଞାନିକ ମହତ୍ତ୍ୱ ବି ଅଛି: ଜାଣନ୍ତୁ କ’ଣ

ପାଉଁଜି ବିନା ନାରୀର ଶୃଙ୍ଗାର ଲାଗେ ଅଧା । ଆଉ ଏହି ପାଉଁଜିର କେବଳ ଧାର୍ମିକ ନୁହେଁ ବରଂ ବୈଜ୍ଞାନିକ ମହତ୍ତ୍ୱ ବି ଅଛି। ସେଗୁଡ଼ିକ କ’ଣ
ଜାଣିବା ସେ ସମ୍ପର୍କରେ…
ପାଉଁଜିର ଇତିହାସ ବହୁ ପୁରାତନ। ପ୍ରାୟ ୮୦୦୦ ବର୍ଷ ପୂର୍ବେ ସିନ୍ଧୁ ସଭ୍ୟତା ସମୟରେ ଝିଅ ଓ ମହିଳାମାନେ ପାଉଁଜି ପିନ୍ଧୁଥିବା ଜଣାଯାଏ। ପ୍ରିଡାଇନାଷ୍ଟିକ ଯୁଗରେ ଇଜିପ୍ଟର ସବୁ ବର୍ଗର ମହିଳାମାନେ ପାଉଁଜି ପିନ୍ଧୁଥିବା ବି ଜଣାପଡ଼ିଛି। ଏହି ପାଉଁଜି ଭିନ୍ନ ଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ନାମରେ ପରିଚିତ। ଯେମିତି କି ପାୟଲ, ପଟ୍ଟିଲୁ, ଗୋଲୁସୁ, ନୂପୁର, ପାଜେବ, ପାଟିଲ ଆଦି। ପୂର୍ବେ ଓଜନିଆ ବଡ଼ ବଡ଼ ରୁପାର ପାଉଁଜି ପିନ୍ଧାଯାଉଥିଲା, ଯାହାକି କଡ଼ା ପରି ଲାଗୁଥିଲା। ହାମ୍ପିର ମୂର୍ତ୍ତିଗୁଡ଼ିକରେ ବି ପାଉଁଜି ଦେଖିବାକୁ ମିଳେ। ହିନ୍ଦୁଧର୍ମରେ ପାଉଁଜିକୁ ଶୁଭଙ୍କର ବୋଲି ବିଶ୍ୱାସ କରାଯାଏ। ଜ୍ୟୋତିଷ ଶାସ୍ତ୍ର କହେ, ରୁପା ପାଉଁଜିର ସମ୍ବନ୍ଧ ଚନ୍ଦ୍ର ସହ ଅଛି। ବାସ୍ତୁଶାସ୍ତ୍ରରେ ପାଉଁଜିକୁ ସକାରାତ୍ମକତା ସହ ଯୋଡ଼ା ଯାଇଛି। ଏହା ଅନୁଯାୟୀ ପାଉଁଜିର ଘୁଙ୍ଗୁରରୁ ନିଃସୃତ ଧ୍ୱନି ସକାରାତ୍ମକ ଊର୍ଜା ସଞ୍ଚାର କରିଥାଏ।
ବୈଜ୍ଞାନିକ ମହତ୍ତ୍ୱ: ରୁପା ପାଉଁଜୀର ଯେ କେବଳ ଆଧ୍ୟାତ୍ମିକ ମହତ୍ତ୍ୱ ଅଛି ତାହା ନୁହେଁ ବିଜ୍ଞାନ ବି କହେ ରୁପା ପାଉଁଜି ପିନ୍ଧିବାର ଅନେକ ଉପକାରିତା ଅଛି। ଯେମିତି କି ଏହାକୁ ପିନ୍ଧିଲେ ରକ୍ତ ସଞ୍ଚାର ଭଲଭାବେ ହୁଏ। ତା’ସହ ପାଦର କଷ୍ଟ କମେ। ହାଡ଼ ମଜଭୁତ ହୁଏ। ଏହା ବି କୁହାଯାଏ ରୁପା ପାଉଁଜି ପିନ୍ଧିଲେ ଶରୀରର ରୋଗପ୍ରତିରୋଧକ ଶକ୍ତି ବଢ଼େ। ଏହାପଛର ବୈଜ୍ଞାନିକ କାରଣ ହେଉଛି ପାଦ ଦେଇ ବାହାରୁଥିବା ଶରୀରର ବିଦ୍ୟୁତ୍‌ ଶକ୍ତିକୁ ପାଉଁଜି ବାହାରକୁ ବାହାରିବାକୁ ଦେଇ ନ ଥାଏ। ଫଳରେ ଆମ ଶରୀର ସବୁବେଳେ ସକାରାତ୍ମକ ଶକ୍ତି ଦ୍ୱାରା ଚାର୍ଜ ହୋଇ ରହେ; ଯାହା କି ଆମର ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇବାର କାମ କରେ। ମହିଳାଙ୍କ ଶରୀରରେ ପ୍ରାୟତଃ ହରମୋନ୍‌ର ସ୍ତର ବିଗୁଡ଼ୁଥିବା ଦେଖାଯାଏ। ଯାହାଫଳରେ ଇନ୍‌ଫର୍ଟିଲିଟି ଓ ଋତୁସ୍ରାବ ଅନିୟମିତ ହେବା ଭଳି ସମସ୍ୟା ଆସିଥାଏ। ଏମିତିରେ ରୁପା ପାଉଁଜି ପିନ୍ଧିଲେ ଶରୀରର ହରମୋନ ନିୟନ୍ତ୍ରିତ ହୋଇ ରହିବାରେ ସହାୟକ ହୁଏ।
ମହିଳାଙ୍କ ଜୀବନ ସାଧାରଣତଃ ଧାଁ ଦଉଡ଼ଭରା ହୋଇଥାଏ। ଏମିତିରେ ପାଦରେ ପାଉଁଜି ପିନ୍ଧିଲେ ଏହାଦ୍ୱାରା ଗୋଡ଼ର ଆକ୍ୟୁପ୍ରେସର ପଏଣ୍ଟ ପ୍ରେସ୍‌ ହୋଇଥାଏ। ଫଳରେ ଗୋଡ଼ର ଯନ୍ତ୍ରଣା ଅନେକାଂଶରେ କମେ। ଆଉ ଆରାମ ମିଳେ।
ବିଜ୍ଞାନ ଏହା ବି କହେ ଅଣ୍ଟାରୁ ତଳଭାଗରେ ରୁପା ପିନ୍ଧା ଯାଇଥିଲେ ଶରୀରର ତାପମାତ୍ରା ସାମାନ୍ୟ ରହେ। କାରଣ ଅନ୍ୟ ଧାତୁ ଅପେକ୍ଷା ଏହା ଅଧିକ କ୍ରିୟାଶୀଳ। ଏହା ପୃଥିବୀର ଊର୍ଜା ସହ ସହଜରେ ରିଆକ୍ଟ କରିଥାଏ। ସେଥିପାଇଁ ମହିଳାଙ୍କୁ ପାଦରେ ପାଉଁଜି ପିନ୍ଧିବାକୁ କୁହାଯାଏ। ଏହାବାଦ ଶରୀର ରୁପା ସଂସ୍ପର୍ଶରେ ରହିଲେ ରକ୍ତଚାପ ନିୟନ୍ତ୍ରିତ ରହେ। ସେଇଥିପାଇଁ ବୋଧେ ପାଉଁଜିକୁ ଷୋଳ ଶୃଙ୍ଗାରର ଏକ ପ୍ରମୁଖ ଅଂଶ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri