Posted inଫୁରସତ

ପାଉଁଜିର କେବଳ ଧାର୍ମିକ ନୁହେଁ ବରଂ ବୈଜ୍ଞାନିକ ମହତ୍ତ୍ୱ ବି ଅଛି: ଜାଣନ୍ତୁ କ’ଣ

ପାଉଁଜି ବିନା ନାରୀର ଶୃଙ୍ଗାର ଲାଗେ ଅଧା । ଆଉ ଏହି ପାଉଁଜିର କେବଳ ଧାର୍ମିକ ନୁହେଁ ବରଂ ବୈଜ୍ଞାନିକ ମହତ୍ତ୍ୱ ବି ଅଛି। ସେଗୁଡ଼ିକ କ’ଣ
ଜାଣିବା ସେ ସମ୍ପର୍କରେ…
ପାଉଁଜିର ଇତିହାସ ବହୁ ପୁରାତନ। ପ୍ରାୟ ୮୦୦୦ ବର୍ଷ ପୂର୍ବେ ସିନ୍ଧୁ ସଭ୍ୟତା ସମୟରେ ଝିଅ ଓ ମହିଳାମାନେ ପାଉଁଜି ପିନ୍ଧୁଥିବା ଜଣାଯାଏ। ପ୍ରିଡାଇନାଷ୍ଟିକ ଯୁଗରେ ଇଜିପ୍ଟର ସବୁ ବର୍ଗର ମହିଳାମାନେ ପାଉଁଜି ପିନ୍ଧୁଥିବା ବି ଜଣାପଡ଼ିଛି। ଏହି ପାଉଁଜି ଭିନ୍ନ ଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ନାମରେ ପରିଚିତ। ଯେମିତି କି ପାୟଲ, ପଟ୍ଟିଲୁ, ଗୋଲୁସୁ, ନୂପୁର, ପାଜେବ, ପାଟିଲ ଆଦି। ପୂର୍ବେ ଓଜନିଆ ବଡ଼ ବଡ଼ ରୁପାର ପାଉଁଜି ପିନ୍ଧାଯାଉଥିଲା, ଯାହାକି କଡ଼ା ପରି ଲାଗୁଥିଲା। ହାମ୍ପିର ମୂର୍ତ୍ତିଗୁଡ଼ିକରେ ବି ପାଉଁଜି ଦେଖିବାକୁ ମିଳେ। ହିନ୍ଦୁଧର୍ମରେ ପାଉଁଜିକୁ ଶୁଭଙ୍କର ବୋଲି ବିଶ୍ୱାସ କରାଯାଏ। ଜ୍ୟୋତିଷ ଶାସ୍ତ୍ର କହେ, ରୁପା ପାଉଁଜିର ସମ୍ବନ୍ଧ ଚନ୍ଦ୍ର ସହ ଅଛି। ବାସ୍ତୁଶାସ୍ତ୍ରରେ ପାଉଁଜିକୁ ସକାରାତ୍ମକତା ସହ ଯୋଡ଼ା ଯାଇଛି। ଏହା ଅନୁଯାୟୀ ପାଉଁଜିର ଘୁଙ୍ଗୁରରୁ ନିଃସୃତ ଧ୍ୱନି ସକାରାତ୍ମକ ଊର୍ଜା ସଞ୍ଚାର କରିଥାଏ।
ବୈଜ୍ଞାନିକ ମହତ୍ତ୍ୱ: ରୁପା ପାଉଁଜୀର ଯେ କେବଳ ଆଧ୍ୟାତ୍ମିକ ମହତ୍ତ୍ୱ ଅଛି ତାହା ନୁହେଁ ବିଜ୍ଞାନ ବି କହେ ରୁପା ପାଉଁଜି ପିନ୍ଧିବାର ଅନେକ ଉପକାରିତା ଅଛି। ଯେମିତି କି ଏହାକୁ ପିନ୍ଧିଲେ ରକ୍ତ ସଞ୍ଚାର ଭଲଭାବେ ହୁଏ। ତା’ସହ ପାଦର କଷ୍ଟ କମେ। ହାଡ଼ ମଜଭୁତ ହୁଏ। ଏହା ବି କୁହାଯାଏ ରୁପା ପାଉଁଜି ପିନ୍ଧିଲେ ଶରୀରର ରୋଗପ୍ରତିରୋଧକ ଶକ୍ତି ବଢ଼େ। ଏହାପଛର ବୈଜ୍ଞାନିକ କାରଣ ହେଉଛି ପାଦ ଦେଇ ବାହାରୁଥିବା ଶରୀରର ବିଦ୍ୟୁତ୍‌ ଶକ୍ତିକୁ ପାଉଁଜି ବାହାରକୁ ବାହାରିବାକୁ ଦେଇ ନ ଥାଏ। ଫଳରେ ଆମ ଶରୀର ସବୁବେଳେ ସକାରାତ୍ମକ ଶକ୍ତି ଦ୍ୱାରା ଚାର୍ଜ ହୋଇ ରହେ; ଯାହା କି ଆମର ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇବାର କାମ କରେ। ମହିଳାଙ୍କ ଶରୀରରେ ପ୍ରାୟତଃ ହରମୋନ୍‌ର ସ୍ତର ବିଗୁଡ଼ୁଥିବା ଦେଖାଯାଏ। ଯାହାଫଳରେ ଇନ୍‌ଫର୍ଟିଲିଟି ଓ ଋତୁସ୍ରାବ ଅନିୟମିତ ହେବା ଭଳି ସମସ୍ୟା ଆସିଥାଏ। ଏମିତିରେ ରୁପା ପାଉଁଜି ପିନ୍ଧିଲେ ଶରୀରର ହରମୋନ ନିୟନ୍ତ୍ରିତ ହୋଇ ରହିବାରେ ସହାୟକ ହୁଏ।
ମହିଳାଙ୍କ ଜୀବନ ସାଧାରଣତଃ ଧାଁ ଦଉଡ଼ଭରା ହୋଇଥାଏ। ଏମିତିରେ ପାଦରେ ପାଉଁଜି ପିନ୍ଧିଲେ ଏହାଦ୍ୱାରା ଗୋଡ଼ର ଆକ୍ୟୁପ୍ରେସର ପଏଣ୍ଟ ପ୍ରେସ୍‌ ହୋଇଥାଏ। ଫଳରେ ଗୋଡ଼ର ଯନ୍ତ୍ରଣା ଅନେକାଂଶରେ କମେ। ଆଉ ଆରାମ ମିଳେ।
ବିଜ୍ଞାନ ଏହା ବି କହେ ଅଣ୍ଟାରୁ ତଳଭାଗରେ ରୁପା ପିନ୍ଧା ଯାଇଥିଲେ ଶରୀରର ତାପମାତ୍ରା ସାମାନ୍ୟ ରହେ। କାରଣ ଅନ୍ୟ ଧାତୁ ଅପେକ୍ଷା ଏହା ଅଧିକ କ୍ରିୟାଶୀଳ। ଏହା ପୃଥିବୀର ଊର୍ଜା ସହ ସହଜରେ ରିଆକ୍ଟ କରିଥାଏ। ସେଥିପାଇଁ ମହିଳାଙ୍କୁ ପାଦରେ ପାଉଁଜି ପିନ୍ଧିବାକୁ କୁହାଯାଏ। ଏହାବାଦ ଶରୀର ରୁପା ସଂସ୍ପର୍ଶରେ ରହିଲେ ରକ୍ତଚାପ ନିୟନ୍ତ୍ରିତ ରହେ। ସେଇଥିପାଇଁ ବୋଧେ ପାଉଁଜିକୁ ଷୋଳ ଶୃଙ୍ଗାରର ଏକ ପ୍ରମୁଖ ଅଂଶ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପ୍ରବେଶିକାର ଲିଖିତ ଓ ଶାରୀରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ପୋଲିସରେ ନିଯୁକ୍ତି ମିଳିଥାଏ। ଏଥିପାଇଁ ଅଶାୟୀମାନେ ବୟସ ସୀମା ମଧ୍ୟରେ ନିଜକୁ ପ୍ରସ୍ତୁତ କରିଥାନ୍ତି।...

ସ୍ମାର୍ଟ ସିଟି ଲୋକର ବ୍ୟଥା

ପ୍ରବଳ ଶୀତରେ କିଛି ବେସାହାରା ଲୋକ ପୋଲ ତଳେ, ଦୋକାନ ପିଣ୍ଡାରେ, ପାର୍କ ବେଞ୍ଚ ଉପରେ କଟାଉଥିବା ଦେଖାଯାଏ। ସେମାନଙ୍କ ମଧ୍ୟରୁ କୌଣସି ବୃଦ୍ଧାବୃଦ୍ଧ ରୋଗୀଙ୍କ...

ଗଣତନ୍ତ୍ର କ’ଣ ଦଳ-ମୁଖ୍ୟଙ୍କ ତନ୍ତ୍ର

ଯେଉଁ ଦଳର କେନ୍ଦ୍ର ସରକାର ସମ୍ବିଧାନ ଦିବସ (ନଭେମ୍ବର ୨୯) ପାଳନ କରି ସମ୍ବିଧାନର ଆଦର୍ଶକୁ ସର୍ବୋଚ୍ଚ ସ୍ଥାନ ଦେଉଛି ସେହି ଦଳର ରାଜ୍ୟ ସରକାର...

ପ୍ରେସିଡେଣ୍ଟ ହାଉସରେ ଆୟୋଜିତ ଡିନରରେ କାହିଁକି ରାହୁଲଙ୍କୁ ମିଳିଲା ନାହିଁ ନିମନ୍ତ୍ରଣ? ଜଣାପଡିଲା କାରଣ

ନୂଆଦିଲ୍ଲୀ,୬।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତ ସମୟରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ କେରଳ କଂଗ୍ରେସର ଏକ ପୋଷ୍ଟ ରାଜନୈତିକ ଏବଂ...

ପରିଚିତଙ୍କ ହାତରେ ପଦବୀ

ଭବିଷ୍ୟତରେ କାର୍ଯ୍ୟକୁ ସୁଚାରୁରୂପେ ସଞ୍ଚାଳନକରିବା ପାଇଁ ସବୁଠାରୁ ନିରାପଦ ଉପାୟ ଉପରେ ଆନ୍ଧ୍ରପ୍ରଦେଶ ନିଷ୍ପତ୍ତି ନେଇଥିବା ଜଣାଯାଇଛି। ଏଥିରେ ଏହାର ଶ୍ରେଷ୍ଠ ବାବୁମାନଙ୍କ ପାଇଁ ରହୁଥିବା...

ଧାନ ବିକ୍ରି ସମସ୍ୟା, ତାତିଲା କଂଗ୍ରେସ

ବରଗଡ଼,୬।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ନେଇ ନାନା ସମସ୍ୟା ଲାଗି ରହିଛି। ଏଥିପାଇଁ ଚାଷୀମାନଙ୍କୁ ବହୁ ହଇରାଣ ହରକତ ହେବାକୁ ପଡୁଛି।...

ପାକିସ୍ତାନ ସଂସଦରେ ପଶିଲା ଗଧ, ୟୁସୁଫ ରାଜା କହିଲେ, ‘ଜୀବଜନ୍ତୁମାନେ ମଧ୍ୟ ଆଇନ ଉପରେ ନିଜର ମତାମତ ଦେବାକୁ ଆସିଛନ୍ତି’

ଇସଲାମାବାଦ,୬।୧୨: ଡିସେମ୍ବର ୫ରେ, ପାକିସ୍ତାନର ସଂସଦରେ ଏକ ହାସ୍ୟରସପୂର୍ଣ୍ଣ କିନ୍ତୁ ପ୍ରକାଶ୍ୟ ସୁରକ୍ଷା ତ୍ରୁଟି ଦେଖାଦେଲା। ଉଚ୍ଚ ସଦନ ସିନେଟ ଅଧିବେଶନ ଚାଲୁଥିଲା ବେଳେ ହଠାତ...

ଦୁର୍ଗେଇଦେବୀଙ୍କ ପୀଠକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦାବି

ପାଇକମାଳ,୬ା୧୨(ବଡ଼ ଶଥପଥୀ):ପାଇକମାଲ ବ୍ଲକ୍‌ ମିଠାପାଲି ପଞ୍ଚାୟତ ମନଭଙ୍ଗ ଡ୍ୟାମ ଦେଇ ମା’ଙ୍କ ପୀଠସ୍ଥଳୀ ତ୍ରିତୟା ନୃସିଂହନାଥ ପର୍ବତମାଳା ଶିଖରେ ଅବସ୍ଥିତ ମାଁ ଦୁର୍ଗେଇଦେବୀଙ୍କ ବାର୍ଷିକ ପୂଜାନୋତ୍ସବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri