ପଟ୍ଟାମୁଣ୍ଡାଇକୁ ମିଳୁନି ସବ୍‌ଡିଭିଜନ ମାନ୍ୟତା

ପଟ୍ଟାମୁଣ୍ଡାଇ,୧ା୭(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇକୁ ସବ୍‌ଡିଭିଜନ ମାନ୍ୟତା ଦେବା ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ଦୀର୍ଘବର୍ଷ ହେଲା ଦାବି ହୋଇଆସୁଛି। ଏ ନେଇ ରାଜ୍ୟ ସରକାର ସବ୍‌ଡିଭିଜନ ପ୍ରସ୍ତାବକୁ ବିଚାରାଧୀନ ରଖିଥିବା ବେଳେ ପଟ୍ଟାମୁଣ୍ଡାଇରେ ବିଭିନ୍ନ ଉପଖଣ୍ଡସ୍ତରୀୟ ସରକାରୀ କାର୍ଯ୍ୟାଳୟ ଖୋଲିଛନ୍ତି। ହେଲେ ପଟ୍ଟାମୁଣ୍ଡାଇକୁ ରାଜସ୍ବ ସବ୍‌ଡିଭିଜନ ମାନ୍ୟତା ମିଳୁନାହିଁ। ଫଳରେ ଜନସାଧାରଣ ଅସନ୍ତୋଷ ପ୍ରକାଶ କରୁଛନ୍ତି। ପଟ୍ଟାମୁଣ୍ଡାଇ ସବ୍‌ଡିଭିଜନ ମାନ୍ୟତାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧିବଦ୍ଧ ଭାବେ ଘୋଷଣା କେବେ କରିବେ ସେନେଇ ଅଞ୍ଚଳବାସୀ ଆଶା କରି ରହିଛନ୍ତି ବୋଲି ବୁଦ୍ଧିଜୀବୀ, ସାମାଜିକ କର୍ମୀ, ଜନସାଧାରଣ ମତପ୍ରକାଶ କରିଛନ୍ତି।
ସାମାଜିକ କର୍ମୀ ପ୍ରଫୁଲ୍ଲ ଦାଶ କହିଛନ୍ତି, କେନ୍ଦ୍ରାପଡ଼ା ଜିଲାରେ ପଟ୍ଟାମୁଣ୍ଡାଇ ଏକ ବଡ ବ୍ଲକ। ଏଠାରେ ୩୧ଟି ପଞ୍ଚାୟତ ଓ ପୌର ପରିଷଦର ୨୦ଟି ୱାର୍ଡ ରହିଛି। ଏହାସହ ବ୍ଲକକୁ ଲାଗିକି ରାଜନଗର, ଆଳି, ରାଜକନିକା, ମହାକାଳପଡ଼ା ତହସିଲ ରହିଛି। ଲୋକେ କେନ୍ଦ୍ରାପଡ଼ା ଜିଲାପାଳଙ୍କ କାର୍ଯ୍ୟାଳୟକୁ କୌଣସି କାମ ପାଇଁ ଆସିବାକୁ ପାଖାପାଖି ୬୦ରୁ ୮୦ କିଲୋମିଟର ଦୂର ହେଉଛି। ଏଥିସହ ଚାଷୀମାନେ ଛୋଟ କାମ ପାଇଁ ବି ଦିନତମାମ ରହିବା ସହ ଅଯଥାରେ ଖର୍ଚ୍ଚାନ୍ତ ହେବାକୁ ପଡ଼ୁଛି। ଲୋକଙ୍କ ନିକଟରେ ଏହି କାର୍ଯ୍ୟାଳୟ ରହିଲେ ସେମାନଙ୍କ ଜମିଜମାଠାରୁ ଆରମ୍ଭ କରି ଅଞ୍ଚଳର ବିଭିନ୍ନ ସମସ୍ୟା, ଆପତ୍ତି ଅଭିଯୋଗ ଆଦି ବି ସହଜରେ କରିପାରିବେ। ସରକାର ବି ତ୍ୱରିତ ସେବା ଯୋଗାଇପାରିବେ ବୋଲି ମତ ପ୍ରକାଶ କରିଛନ୍ତି। ଆଇନଜୀବୀ କ୍ଷୀରୋଦ ପ୍ରଧାନ କହିଛନ୍ତି, ପଟ୍ଟାମୁଣ୍ଡାଇରେ ରାଜସ୍ବ ସବ୍‌ଡିଭିଜନ ପ୍ରତିଷ୍ଠା ପାଇଁ ଦୀର୍ଘ ୧୫ବର୍ଷ ହେଲା ପଟ୍ଟାମୁଣ୍ଡାଇ-ରାଜନଗର ବିକାଶ ପରିଷଦ, ସାଧାରଣ ଜନତା, ବିଭିନ୍ନ ଅଣରାଜନୈତିକ ଗଣସଙ୍ଗଠନ ଓ ଦଳଗତ ନିର୍ବିଶେଷରେ ଆନ୍ଦୋଳନ, ଧାରଣା, ଅନଶନ ଜାରି ରଖି ଆସୁଛନ୍ତି। ଏହି ସବ୍‌ଡିଭିଜନ ଦାବି ହାସଲ କରିବାକୁ ଆଇନଜୀବୀ ପ୍ରଧାନ ରାଜସ୍ବ ଓ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାର ସଚିବ, ସ୍ବତନ୍ତ୍ର ସଚିବ, ଅତିରିକ୍ତ ସଚିବ, କେନ୍ଦ୍ରାଞ୍ଚଳ ଆରଡିସି ଓ କେନ୍ଦ୍ରାପଡ଼ା ଜିଲାପାଳଙ୍କୁ ବାରମ୍ବାର ପତ୍ର ମାଧ୍ୟମରେ ଜଣାଇ ଆସୁଥିଲେ। ତାଙ୍କ ଚିଠି ଉପରେ ରାଜସ୍ବ ଅତିରିକ୍ତ ଶାସନ ସଚିବ ଚିଠି ନଂ. ଆରଡିଏମ-ଡିଆରସି-ଏଡିଏମଏନ-୦୦୨୦/୨୦୧୭, ୩୫୭୮୩/ଆରଆଣ୍ଡଡିଏମ ୨୮ା୧୦ା୨୦୧୭ରେ ଉତ୍ତର ରଖି କହିଥିଲେ, ସରକାର ଯେତେବେଳେ ନୂତନ ରାଜସ୍ବ ସବ୍‌ଡିଭିଜନ ଘୋଷଣା କରିବେ ସେତେବେଳେ ପଟ୍ଟାମୁଣ୍ଡାଇକୁ ଅଗ୍ରାଧିକାର ଦିଆଯିବ। ପରେ ସବ୍‌ଡିଭିଜନ ମାନ୍ୟତା ପ୍ରଦାନ ପାଇଁ ଆଇନଜୀବୀ ପ୍ରଧାନ ଏକ ଜନସ୍ବାର୍ଥ ସମ୍ବଳିତ ଡବ୍ଲ୍ୟୁପିସି ୧୧୨୯୭/୨୦୧୮ ମାମଲା ଓଡ଼ିଶା ହାଇକୋର୍ଟରେ ରୁଜୁ କରିଥିଲେ। ହାଇକୋର୍ଟ ଏହାର ବିଚାର କରି ପଟ୍ଟାମୁଣ୍ଡାଇକୁ ଅଗ୍ରାଧିକାର ଭିତ୍ତିରେ ବିଚାରକୁ ନେବାକୁ ସରକାରଙ୍କ ସ୍ବତନ୍ତ୍ର ସଚିବ ରାଜସ୍ବଙ୍କୁ ନିର୍ଦ୍ଦେଶ ଦେଇଥିଲେ। ରାଜନଗର ବିଧାୟକ ଧ୍ରୁବ ସାହୁ ବିଧାନସଭାରେ ସବ୍‌ଡିଭିଜନ ଲାଗି ଦାବି ରଖିଥିଲେ। ତତ୍କାଳୀନ କଟକ କେନ୍ଦ୍ରାଞ୍ଚଳ ଆରଡିସି ଅନିଲ ସାମଲ ୨୦୨୦ ଡିସେମ୍ବର ୨୧ରେ କେନ୍ଦ୍ରାପଡ଼ା ଗସ୍ତରେ ଆସି ବିଚାରାଧୀନ ଥିବା ରାଜସ୍ବ ସବ୍‌ଡିଭିଜନ ଭିତ୍ତିଭୂମି ସମ୍ପର୍କରେ ରେକର୍ଡ ପ୍ରସ୍ତୁତ କରି ତାଙ୍କୁ ପ୍ରଦାନ କରିବାକୁ ସେତେବେଳର ଜିଲାପାଳ ସମର୍ଥ ବର୍ମାଙ୍କୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ କାର୍ଯ୍ୟକାରୀ ହୋଇପାରିନି। ବୁଦ୍ଧିଜୀବୀ ପ୍ରବୀର ନାୟକ, ଅନନ୍ତ ଦାଶ, ରାଧେଶ୍ୟାମ ସାହୁ, ଆଇନଜୀବୀ ସୌମ୍ୟରଞ୍ଜନ ଧଳ, ସୁଶୀଳ ଦାଶ କହିଛନ୍ତି, ପଟ୍ଟାମୁଣ୍ଡାଇର ସାମାଜିକ ଚଳଣି ସହ ପ୍ରଶାସନିକ ଓ ଭୌଗୋଳିକ ସ୍ଥିତିକୁ ଅନୁଧ୍ୟାନ କରାଗଲେ କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ବୃଦ୍ଧି ପଛରେ ମୌଳିକ ଏବଂ ଆର୍ଥତ୍କ ସମସ୍ୟା ପୂରଣ କରିବାରେ ଏଠାରେ ସବ୍‌ଡିଭିଜନ ହେବା ଜରୁରୀ ହୋଇପଡିଛି। ରାଜ୍ୟ ସରକାର ତୁରନ୍ତ ସବ୍‌ଡିଭିଜନ ଘୋଷଣା କଲେ ରାଜସ୍ବ କ୍ଷେତ୍ରରେ ଲାଭବାନ ହେବା ସହ ଚାଷୀ, ଶ୍ରମିକ, ଜନସାଧାରଣ ମଧ୍ୟ ଉପକୃତ ହୋଇପାରିବେ। ଏଠାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟ ସହ ଜାତୀୟକରଣ ବ୍ୟାଙ୍କ ରହିଛି। ସେହିପରି ପର୍ଯ୍ୟଟନସ୍ଥଳ ଭିତରକନିକାକୁ ପଟ୍ଟାମୁଣ୍ଡାଇ ମୁଖ୍ୟରାସ୍ତା ରହିଥିବା ବେଳେ ଶିକ୍ଷା, ସ୍ବାସ୍ଥ୍ୟ ସହିତ କୃଷି ଓ କୃଷକର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସବ୍‌ଡିଭିଜନ ହେବା ନିହାତି ଆବଶ୍ୟକ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri