ଦୁର୍ବଳ ଅବସ୍ଥାରେ ପଟ୍ଟାମୁଣ୍ଡାଇ କେନାଲ ପୋଲ

ବାଲିଚନ୍ଦ୍ରପୁର,୨ା୬(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜଳସମ୍ପଦ ଡିଭିଜନ, ଛତା ସବଡିଭିଜନ ଓ ଚନ୍ଦନନଗର ସେକ୍ସନ ଅଧୀନରେ ରହିଛି ବାଲିଚନ୍ଦ୍ରପୁରଠାରୁ ବେଣିପୁର ପର୍ଯ୍ୟନ୍ତ ପଟ୍ଟାମୁଣ୍ଡାଇ କେନାଲବନ୍ଧ ରାସ୍ତା। ଅଞ୍ଚଳର ପ୍ରମୁଖ ରାସ୍ତାଭାବେ ପରିଗଣିତ ଏହି କେନାଲବନ୍ଧ ରାସ୍ତାରେ ବିଭିନ୍ନ ଗ୍ରାମର ଛକରେ କେନାଲ ଉପରେ ନିର୍ମାଣ ହୋଇଛି ପୋଲ। କେତେକ ସ୍ଥାନରେ ଚାଷୀଙ୍କ ପାଇଁ ପୋଲ ଉଦ୍ଦିଷ୍ଟ ଥିବାବେଳେ ଅନ୍ୟସ୍ଥାନରେ ସଂଯୋଗୀକରଣ ରାସ୍ତା ପାଇଁ ଉଦ୍ଦିଷ୍ଟ ଅଛି। ବହୁଦିନ ପୂର୍ବରୁ ନିର୍ମାଣ କରାଯାଇଥିବା ଏହି ପୋଲ ଗୁଡ଼ିକର ବିଭାଗୀୟ ରକ୍ଷଣାବେକ୍ଷଣ କରାଯାଉନାହିଁ। ଫଳରେ ଏବେ ପୋଲଗୁଡ଼ିକର ଖୁଣ୍ଟ ଖାଇଯାଇ ଦୁର୍ବଳ ଅବସ୍ଥାରେ ଥିବା ଦେଖାଯାଇଛି। ବର୍ତ୍ତମାନ କେନାଲରେ ପାଣି ନ ଥିବାରୁ ପୋଲଗୁଡ଼ିକର ଅବସ୍ଥା ଦୁର୍ବଳ ଥିବା ପରିଲକ୍ଷିତ ହୋଇଛି। ପୋଲ କଡ଼ରେ ଥିବା ପାଚେରିଗୁଡ଼ିକ ତଳପଟୁ ଖାଇଯାଇ ଝୁଲନ୍ତା ଅବସ୍ଥାରେ ରହିଛି। କେତେବେଳେ ଯେ ପାଚେରିଗୁଡ଼ିକ ଭୁଶୁଡ଼ି ପଡ଼ିବ ତାହା କହିହେବ ନାହିଁ। ତେଣୁ ଏହାକୁ ଶୀଘ୍ର ମରାମତି ପାଇଁ ଦାବି ହୋଇଛି।
ଏହି କେନାଲର ଆମ୍ବସୌରୀ, ଚାରିନଙ୍ଗଳ, ବାହାଦୁରନଗର, କଳାଶ୍ରୀ, ତାରିଣୀ ଛକ ଓ ହନୁମାନ ଛକଠାରୁ ଗଜେନ୍ଦ୍ରପୁର ମଧ୍ୟରେ ୩/୪ ପୋଲ ରହିଥିବାବେଳେ ଖଡ଼ଗପୁର ବଜାର ଓ ବିଦ୍ୟାଳୟ ସମେତ ତିଗିରିଆଠାରୁ ବେଣିପୁର ମଧ୍ୟରେ ୨/୩ ପୋଲ ରହିଛି। ମାତ୍ର ଏହି ପୋଲଗୁଡ଼ିକ ଦୀର୍ଘ ଦିନ ହେବ ମରାମତି ହେଉ ନ ଥିବାରୁ ଧୀରେଧୀରେ ଦୁର୍ବଳ ଆଡ଼କୁ ଗତି କରୁଛି। ବିଶେଷକରି ବାହାଦୁରନଗର ଛକଠାରେ ଥିବା ପୋଲଟି ଅତ୍ୟନ୍ତ ଜରାଜୀର୍ଣ୍ଣ ଓ ଦୁର୍ବଳଥିବା ପରିଲକ୍ଷିତ ହୋଇଛି। ପୋଲର ଖୁଣ୍ଟମୂଳଗୁଡ଼ିକ ଖାଇଯାଇଥିବାବେଳେ ପାଚେରି ମଧ୍ୟ ଦୁର୍ବଳ ଅବସ୍ଥାରେ ଅଛି। ଏହି ପୋଲ ଉପରେ ଗୋପୀନାଥ ବିଦ୍ୟା ମନ୍ଦିରର ଛାତ୍ରୀଛାତ୍ର ନିର୍ଭର କରୁଥିବାବେଳେ କେନାଲ ଆର ପାରିରେ ଥିବା ଶହଶହ ଏକର ଚାଷଜମି ପାଇଁ ଚାରିନଙ୍ଗଳ, ବାହାଦୁରନଗର ଓ କଳାଶ୍ରୀ ଗ୍ରାମର ଚାଷୀ ନିର୍ଭର କରିଥାନ୍ତି। ଆଗକୁ ବର୍ଷାଋତୁ ଆସୁଛି। ଚାଷ ପାଇଁ କେନାଲରେ ପାଣି ଛଡ଼ାଯିବ। ତେଣୁ ଏଥି ପୂର୍ବରୁ ଉକ୍ତ ଦୁର୍ବଳ ପୋଲକୁ ମରାମତି କରିବା ପାଇଁ ବିଦ୍ୟାଳୟର ଛାତ୍ରୀଛାତ୍ର, ଅଭିଭାବକ, ଶିକ୍ଷୟିତ୍ରୀଶିକ୍ଷକ ଓ ଗ୍ରାମର ଶତାଧିକ ଚାଷୀ ସରକାରଙ୍କ ନିକଟରେ ଦାବି କରିଛନ୍ତି। ଏ ସମ୍ପର୍କରେ ଚନ୍ଦନନଗର ସେକ୍ସନ ଯନ୍ତ୍ରୀ ଗୋରାଶଶି ସାହୁଙ୍କୁ ପଚାରିବାରେ ସେ ସ୍ଥିତି ପରଖିବା ପରେ ଉପରିସ୍ଥ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ୨୦୨୫ର ଶେଷ ୨୦ ତାରିଖ, ପଡୁଛି ଅଶୁଭ ଯୋଗ; ରାତି ଭିତରେ ଘଟିଯିବ…

ଏହି ବର୍ଷର ଶେଷ ୨୦ ତାରିଖ, ଅର୍ଥାତ ୨୦ ଡିସେମ୍ୱର, ୨୦୨୫ ରେ ଏକ ଅତ୍ୟନ୍ତ ଅଶୁଭ ଯୋଗ ସୃଷ୍ଟି ହେଉଛି, ଯାହା ଯୋଗୁଁ ଲୋକମାନଙ୍କୁ...

ମଣ୍ଡି ଖୋଲିବା ଦାବିରେ ଜିଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣା ଦେଲେ ଚାଷୀ

ବଲାଙ୍ଗୀର,୨୦ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାର ଅଧିକାଂଶ ମଣ୍ଡି ଏ ଯାଏ ଖୋଲିପାରିନାହିଁ। ଯାହା ଫଳରେ ଚାଷୀମାନେ ଧାନ ବିକ୍ରି କରି ନ ପାରି ହଇରାଣ...

ଟି-୨୦ ବିଶ୍ୱକପ୍‌ ଟିମ୍‌ରୁ ଗିଲ୍‌ ଆଉଟ୍‌: କାରଣ କହିଦେଲେ ଚୟନକର୍ତ୍ତା

ନୂଆଦିଲ୍ଲୀ,୨୦।୧୨: ଭାରତୀୟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ଶୁବମନ ଗିଲ କିଛି ଦିନ ହେବ ଖରାପ ଫର୍ମରେ ଅଛନ୍ତି। ଆଘାତ ଯୋଗୁ ଗିଲ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ଏମିତି ଦେଶ, ଯେଉଁଠି ଦେଖିବାକୁ ମିଳନ୍ତି ନାହିଁ ପିମ୍ପୁଡ଼ି, କାରଣ ଜାଣିଲେ…

ପିମ୍ପୁଡ଼ି ସବୁଠି ଦେଖାଯାନ୍ତି। ପୃଥିବୀରେ ଏପରି କୌଣସି ସ୍ଥାନ ନାହିଁ, ଯେଉଁଠାରେ ପିମ୍ପୁଡ଼ି ନାହାନ୍ତି। ସାରା ବିଶ୍ୱରେ ବିଭିନ୍ନ ପ୍ରକାରର ପିମ୍ପୁଡ଼ି ଦେଖିବାକୁ ମିଳିଥାନ୍ତି। ସେମାନଙ୍କ...

ରେଞ୍ଜରଙ୍କ ଘରୁ ମିଳିଲାଣି ପୁଳାପୁଳା ଟଙ୍କା : ୬୭ ଲକ୍ଷର ଜମା

ଜଗତ୍‌ସିଂହପୁର,୨୦।୧୨: ଜଗତସିଂହପୁର ରାହାମା ରେଞ୍ଜର ରାଜେନ୍ଦ୍ର ସାମନ୍ତରାୟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ପରେ ମିଳିଲାଣି ୬୭ ଲକ୍ଷ ବ୍ୟାଙ୍କ ଓ ପୋଷ୍ଟାଲ ଜମା। ଆୟ ବର୍ହିଭୂତ...

ପୁଅକୁ ନେଇ ଏମିତି କହିଦେଲେ ବିକି କୌଶଳ: ବଢୁଛି ଚର୍ଚ୍ଚା

ନିକଟରେ ଅଭିନେତା ବିକି କୌଶଳ ବାପା ହୋଇଛନ୍ତି। ଏଥିପାଇଁ ତାଙ୍କ ଖୁସି କହିଲେ ନ ସରେ। ସ୍ତ୍ରୀ ତଥା ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ସହ ସେ...

ମସ୍କଙ୍କ ବଡ଼ ବିଜୟ! ୭ ବର୍ଷର ଲଢ଼େଇ ଶେଷ, କୋର୍ଟ ଫେରାଇଲେ…..

ନୂଆଦିଲ୍ଲୀ,୨୦ା୧୨: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ୍ ମସ୍କ ଏକ ବଡ଼ ବିଜୟ ହାସଲ କରିଛନ୍ତି । ସାତ ବର୍ଷର ଆଇନଗତ ଲଢ଼େଇ ପରେ, ଡେଲାୱେର୍...

ରାଜସ୍ବ ନିରୀକ୍ଷକଙ୍କୁ ପାଠ ପଢ଼ାଇଲେ ରାଜସ୍ବ ମନ୍ତ୍ରୀ: କହିଲେ ଯମ ଅଜାଣତରେ…

ଜୟପୁର,୨୦।୧୨: ରାଜସ୍ବ ନିରୀକ୍ଷକଙ୍କୁ ପାଠ ପଢ଼ାଇଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ସେ କହିଛନ୍ତି ଯମ ଅଜାଣତରେ ମଣିଷର ମୃତ୍ୟୁ ହୁଏନି। ଏହା ସହ ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri