ବାୟୁ ପ୍ରଦୂଷଣ ବଳୟରେ ପଟ୍ଟାମୁଣ୍ଡାଇ ସହର: ଗଛରୁ କମୁଛି ନଡ଼ିଆ

ପଟ୍ଟାମୁଣ୍ଡାଇ,୧୯ା୫ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ସହରରେ ଗ୍ରୀଷ୍ମପ୍ରବାହ ସାଙ୍ଗକୁ ଧୂଳି, ଧୂଆଁରେ ସହରାଞ୍ଚଳ ବାୟୁମଣ୍ଡଳ ଭରିଯାଉଛି। ସହରରେ ବାୟୁ ପ୍ରଦୂଷଣ ବେଳକୁବେଳ ଘାତକ ହେବାରେ ଲାଗିଛି। ବଜାରର ଜଳଖିଆ ଦୋକାନ ଆଞ୍ଚ ଧୂଆଁ ସହ ଚଳାଚଳ କରୁଥିବା ପୁରୁଣା ସ୍କ୍ରାପିଂ ଯାନବାହନର ସାଇଲେନ୍ସର ଧୂଆଁ ପ୍ରଦୂଷଣ ବଳୟରେ ଅଣନିଃଶ୍ୱାସୀ କରୁଛି। ସହର ଆଖପାଖ ଗ୍ରାମରେ ବେଆଇନ ଇଟାଭାଟି ସହରର ଚତୁର୍ଦ୍ଦିଗକୁ ଧୂଆଁମୟ ପରିବେଶରେ ଢାଙ୍କି ରଖୁଛି। ପୌର ପରିଷଦର ସଫେଇ କର୍ମଚାରୀଙ୍କ ପକ୍ଷରୁ ସହରର ଅଳିଆଗଦାରେ ନିଆଁ ଲଗାଇ ଦିଆଯାଉଛି। ଏହାଦ୍ୱାରା ଅଳିଆ ତ କିଛି ଅଂଶରେ ପୋଡିଯାଉଛି କିନ୍ତୁ ଧୂଆଁ ବଳୟରେ ସହରବାସୀ ଆଉଟୁପାଉଟୁ ହେଉଛନ୍ତି। ଏହାର ସ୍ଥାୟୀ ପ୍ରତିକାର ନ ହେଲେ ଆଗାମୀଦିନରେ ଜନ ଆନ୍ଦୋଳନ ଜୋରଦାର କରାଯିବ ବୋଲି କେତେଜଣ ବୁଦ୍ଧିଜୀବୀ ପ୍ରତିକ୍ରିୟାରେ କହିଛନ୍ତି।

ଏ ସମ୍ପର୍କରେ ସାମାଜିକ କର୍ମୀ ରମେଶ ଦାଶ କହିଛନ୍ତି, କେନ୍ଦ୍ର ଓ ରାଜ୍ୟ ସରକାର ସହରାଞ୍ଚଳ ପରିଷ୍କାର ପରିଚ୍ଛନ୍ନ ରଖିବା ସହିତ ପ୍ରଦୂଷଣ ମୁକ୍ତ ଉପରେ ଗୁରୁତ୍ୱାରୋପ କରୁଛନ୍ତି। ଏ ନେଇ ପ୍ରଚୁର ଅର୍ଥ ବ୍ୟୟ ହେଉଛି। ସ୍ବଚ୍ଛ ସର୍ବେକ୍ଷଣ ସହ ସ୍ବଚ୍ଛତା ପାଇଁ ପ୍ରତିବର୍ଷ ସବୁଠୁ ଭଲ ସଫାସୁତୁରା ଥିବା ସହରକୁ ସାର୍ଟିଫିକେଟ୍‌ ଦିଆଯାଉଛି। କିନ୍ତୁ ପଟ୍ଟାମୁଣ୍ଡାଇ ସହର କଥା ଦେଖିଲେ ଜଣାଯାଏ ସରକାରଙ୍କ ସ୍ବଚ୍ଛତା ଅଭିଯାନ କେବଳ କାଗଜକଲମରେ ସୀମିତ ରହିଛି। ଚାରିଆଡେ ଅଳିଆ ଆବର୍ଜନା ପଡିରହିଛି। କେହିକେହି ସେହି ଅଳିଆଗଦାରେ ନିଆଁ ଲଗାଇ ଦେଉଛନ୍ତି। ଉଠାଦୋକାନୀ, ହୋଟେଲ ବ୍ୟବସାୟୀଙ୍କ ଆଞ୍ଚ ଧୂଆଁ ସହରକୁ କୁହୁଡ଼ିମୟ କରିଦେଉଛି। ସହରକୁ ଆସୁଥିବା ଲୋକେ ଅଣନିଃଶ୍ୱାସୀ ହୋଇପଡୁଛନ୍ତି। ଫଳରେ ବାୟୁ ପ୍ରଦୂଷଣ ବଢି ବଢି ଚାଲିଛି। ପୌର ପ୍ରଶାସନ ପକ୍ଷରୁ କର୍ଯ୍ୟାନୁଷ୍ଠାନ ଶୂନ ଭଳି ପରିଲକ୍ଷିତ ହେଉଛି। ବୁଦ୍ଧିଜୀବୀ ପ୍ରବୀର ନାୟକ କହିଛନ୍ତି, କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଜାତୀୟ ବାୟୁ ସୂଚକାଙ୍କ(ଏକ୍ୟୁଆଇ) ଅନୁଯାୟୀ, ବାୟୁମଣ୍ଡଳରେ ବିଭିନ୍ନ ଗ୍ୟାସ୍‌ ଓ ଧୂଳିକଣାର ଅନୁପାତ ୦ ରୁ ୫୦ ମଧ୍ୟରେ ରହିଲେ ମଣିଷ ସ୍ବାସ୍ଥ୍ୟ ପାଇଁ ଉତ୍ତମ। ୫୧ରୁ ୧୦୦ ସନ୍ତୋଷଜନକ, ୧୦୧ରୁ ୨୦୦ ଚଳନୀୟ, କ୍ଷତିକାରକ, ୨୦୧ରୁ ୩୦୦ ଅତ୍ୟନ୍ତ କ୍ଷତିକାରକ, ୩୦୧ରୁ ଅଧିକ ରହିଲେ ଭୟଙ୍କର କ୍ଷତିକାରକ। ଅର୍ଥାତ୍‌ ଏଭଳି ପରିସ୍ଥିତିରେ ମନୁଷ୍ୟ ଅଧିକ ସମୟ ତିଷ୍ଠିପାରିବ ନାହିଁ। ମାତ୍ର ଆଶ୍ଚର୍ଯ୍ୟର କଥା ଯେ କେନ୍ଦ୍ରାପଡ଼ା ଜିଲାରେ ଥିବା ସହରାଞ୍ଚଳର ପ୍ରଦୂଷଣ ମାପିବା ପାଇଁ କୌଣସି ବ୍ୟବସ୍ଥା ହୋଇନାହିଁ କି ବେଆଇନ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। କୃଷକ ନେତା ଦାଶରଥି ସାହୁ କହିଛନ୍ତି, ଶିଳ୍ପବିହୀନ କେନ୍ଦ୍ରାପଡ଼ା ଜିଲାରେ ବାୟୁ ପ୍ରଦୂଷଣ ଯେ ଚିନ୍ତାର କାରଣ ପାଲଟିବା ତାହା ଜଳଜଳ ହୋଇ ଦିଶିଲାଣି। ପାରାଦୀପଠାରେ ଥିବା ବିଭିନ୍ନ କାରଖାନାରୁ ନିର୍ଗତ ଗ୍ୟାସ୍‌ କେନ୍ଦ୍ରାପଡ଼ା, ପଟ୍ଟାମୁଣ୍ଡାଇ, ମହାକାଳପଡ଼ା ସହ ସମସ୍ତ ବ୍ଲକ ଅଞ୍ଚଳରେ ଦେଖାଦେଇଛି। ଉଦାହରଣ ଭାବେ ଫଳନ୍ତି ନଡ଼ିଆ ଗଛକୁ ନେଇ ପାରିବା। ଗତ ଦୁଇ ଦଶନ୍ଧି ପୂର୍ବରୁ ଏହି ସବୁ ଅଞ୍ଚଳରେ ଭଲ ନଡ଼ିଆ ଫଳୁ ଥିବାବେଳେ ସାଇଜ ଠିକ୍‌ ଥିଲା। ମାତ୍ର ଏବେ କୁଜି ନଡ଼ିଆ ସହିତ ଫଳ କମିଯାଇ ଗଛ ଶୁଖିଯାଉଛି। ଶିକ୍ଷାବିତ୍‌ ପ୍ରେମାନନ୍ଦ ପଣ୍ଡା କହିଛନ୍ତି, ଏକ ଅଧ୍ୟୟନରୁ ଜଣାପଡ଼ିଛି, ଦେଶରେ ବର୍ଷକୁ ପ୍ରାୟ ୧୩ ଲକ୍ଷ ଲୋକ ବାୟୁ ପ୍ରଦୂଷଣ ଯୋଗୁ ରୋଗାଗ୍ରସ୍ତ ହୋଇ ପଡୁଥିବାବେଳେ କେତେଜଣ ମୃତ୍ୟୁମୁଖରେ ପଡୁଛନ୍ତି। ଏହି ବାୟୁ ପ୍ରଦୂଷଣ ମନୁଷ୍ୟର ହାରାହାରି ବଞ୍ଚତ୍ବା ସମୟରୁ ମଧ୍ୟ ୨୦ ମାସ କମ୍‌ କରି ଦେଉଛି। ସରକାର ଓ ଜନସାଧାରଣ ସଚେତନ ନ ହେଲେ ପ୍ରଦୂଷଣଜନିତ ସମସ୍ୟା ଆଗାମୀଦିନରେ ଭୟଙ୍କର ପରିସ୍ଥିତି ସୃଷ୍ଟି କରିବ। ଏ ସମ୍ପର୍କରେ ପୌର ନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ ବିଶ୍ୱାଳଙ୍କୁ ପଚାରିବାରେ ସଫେଇ କର୍ମଚାରୀଙ୍କୁ କୌଣସି ସ୍ଥାନରେ ଅଳିଆରେ ନିଆଁ ନ ଲଗାଇବାକୁ ବାରମ୍ବାର ନିର୍ଦ୍ଦେଶ ଦିଆଯାଇଛି। ଯଦି କେହି କର୍ମଚାରୀ  ନିଆଁ ଲଗାଉଥିବାର ପ୍ରମାଣ ମିଳେ ତେବେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୁରୁଡ଼ି ଗ୍ରାମକୁ ନିର୍ମାଣ ହେବ ସ୍ଥାୟୀ ପକ୍କା ରାସ୍ତା: ସ୍ଥିତି ପରଖିଲେ ବିଡ଼ିଓ, ଖୁସି ପ୍ରକାଶ କଲେ…

ଗୁଡ଼ାରି, ୧୯/୯ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍ ଅନ୍ତର୍ଗତ କଦମା ଗ୍ରାମପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ବୁରୁଡ଼ି ଗ୍ରାମବାସୀଙ୍କ ଦୀର୍ଘଦିନର ସମସ୍ୟାର ସମାଧାନ ହେବାକୁ…

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ମୁଜାଗଡ଼ରେ ବ୍ଲକ୍ ସ୍ତରୀୟ କ୍ରୀଡ଼ା ମହୋତ୍ସବ: ଚମକିଲେ ଯୁବ କ୍ରୀଡ଼ାବିତ୍‌, କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର

ମୁଜାଗଡ଼, ୧୯/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଶନିବାର ମୁଜାଗଡ଼ସ୍ଥିତ ପି.ଏମ୍. ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ପାର୍ବଣ ଆସୁଛି, ଚୋରା ମଦ ବିକ୍ରି ବଢ଼ୁଛି: ଡବେରୀ ଗ୍ରାମବାସୀଙ୍କ ଚିନ୍ତା, ଆଇଆଇସିଙ୍କୁ ଭେଟି ଦେଲେ ଦାବିପତ୍ର

ଦାରିଙ୍ଗବାଡ଼ି, ୧୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଡବେରୀ ଗ୍ରାମରେ ଦିନକୁ ଦିନ ବେଆଇନ ମଦ କାରବାର ବୃଦ୍ଧି ପାଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ…

କ୍ରସର ବେଲ୍ଟ ଭିତରେ ଲୁଚା ହୋଇଥିଲା ଗଞ୍ଜେଇ: ପଶ୍ଚିମବଙ୍ଗ ଚାଲାଣ ବେଳେ ଧରାପଡ଼ିଲେ, ୫୬ କେଜି ଗଞ୍ଜେଇ ସହ ୪ ଗିରଫ

ବ୍ରହ୍ମପୁର, ୧୯।୯ (ସୁବାସ ଚନ୍ଦ୍ର ପାଢ଼ୀ): ପାର୍ବଣ ଋତୁ ପାଖେଇ ଆସୁଥିବା ବେଳେ ବ୍ରହ୍ମପୁର ଅଞ୍ଚଳରେ ଗଞ୍ଜେଇ ମାଫିଆଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି। ତେବେ ଅବକାରୀ…

ଶେଶାନନ୍ଦଙ୍କ ଜନ୍ମୋତ୍ସବକୁ ନିଆରା ଢଙ୍ଗରେ ପାଳିଲା ଲୋହରାଖଣ୍ଡି ସାହିତ୍ୟ ସଂସଦ

ଭଞ୍ଜନଗର, ୧୯।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀ ଜଗନ୍ନାଥ ରିସର୍ଟଠାରେ ଶନିବାର ସନ୍ଧ୍ୟାରେ ଜଗନ୍ନାଥପ୍ରସାଦ ବ୍ଲକର ବରିଷ୍ଠ କର୍ମଚାରୀ ଶେଶାନନ୍ଦ ଆରୁଖଙ୍କ ଜନ୍ମଦିନ ଏକ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?