ବାୟୁ ପ୍ରଦୂଷଣ ବଳୟରେ ପଟ୍ଟାମୁଣ୍ଡାଇ ସହର: ଗଛରୁ କମୁଛି ନଡ଼ିଆ

ପଟ୍ଟାମୁଣ୍ଡାଇ,୧୯ା୫ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ସହରରେ ଗ୍ରୀଷ୍ମପ୍ରବାହ ସାଙ୍ଗକୁ ଧୂଳି, ଧୂଆଁରେ ସହରାଞ୍ଚଳ ବାୟୁମଣ୍ଡଳ ଭରିଯାଉଛି। ସହରରେ ବାୟୁ ପ୍ରଦୂଷଣ ବେଳକୁବେଳ ଘାତକ ହେବାରେ ଲାଗିଛି। ବଜାରର ଜଳଖିଆ ଦୋକାନ ଆଞ୍ଚ ଧୂଆଁ ସହ ଚଳାଚଳ କରୁଥିବା ପୁରୁଣା ସ୍କ୍ରାପିଂ ଯାନବାହନର ସାଇଲେନ୍ସର ଧୂଆଁ ପ୍ରଦୂଷଣ ବଳୟରେ ଅଣନିଃଶ୍ୱାସୀ କରୁଛି। ସହର ଆଖପାଖ ଗ୍ରାମରେ ବେଆଇନ ଇଟାଭାଟି ସହରର ଚତୁର୍ଦ୍ଦିଗକୁ ଧୂଆଁମୟ ପରିବେଶରେ ଢାଙ୍କି ରଖୁଛି। ପୌର ପରିଷଦର ସଫେଇ କର୍ମଚାରୀଙ୍କ ପକ୍ଷରୁ ସହରର ଅଳିଆଗଦାରେ ନିଆଁ ଲଗାଇ ଦିଆଯାଉଛି। ଏହାଦ୍ୱାରା ଅଳିଆ ତ କିଛି ଅଂଶରେ ପୋଡିଯାଉଛି କିନ୍ତୁ ଧୂଆଁ ବଳୟରେ ସହରବାସୀ ଆଉଟୁପାଉଟୁ ହେଉଛନ୍ତି। ଏହାର ସ୍ଥାୟୀ ପ୍ରତିକାର ନ ହେଲେ ଆଗାମୀଦିନରେ ଜନ ଆନ୍ଦୋଳନ ଜୋରଦାର କରାଯିବ ବୋଲି କେତେଜଣ ବୁଦ୍ଧିଜୀବୀ ପ୍ରତିକ୍ରିୟାରେ କହିଛନ୍ତି।

ଏ ସମ୍ପର୍କରେ ସାମାଜିକ କର୍ମୀ ରମେଶ ଦାଶ କହିଛନ୍ତି, କେନ୍ଦ୍ର ଓ ରାଜ୍ୟ ସରକାର ସହରାଞ୍ଚଳ ପରିଷ୍କାର ପରିଚ୍ଛନ୍ନ ରଖିବା ସହିତ ପ୍ରଦୂଷଣ ମୁକ୍ତ ଉପରେ ଗୁରୁତ୍ୱାରୋପ କରୁଛନ୍ତି। ଏ ନେଇ ପ୍ରଚୁର ଅର୍ଥ ବ୍ୟୟ ହେଉଛି। ସ୍ବଚ୍ଛ ସର୍ବେକ୍ଷଣ ସହ ସ୍ବଚ୍ଛତା ପାଇଁ ପ୍ରତିବର୍ଷ ସବୁଠୁ ଭଲ ସଫାସୁତୁରା ଥିବା ସହରକୁ ସାର୍ଟିଫିକେଟ୍‌ ଦିଆଯାଉଛି। କିନ୍ତୁ ପଟ୍ଟାମୁଣ୍ଡାଇ ସହର କଥା ଦେଖିଲେ ଜଣାଯାଏ ସରକାରଙ୍କ ସ୍ବଚ୍ଛତା ଅଭିଯାନ କେବଳ କାଗଜକଲମରେ ସୀମିତ ରହିଛି। ଚାରିଆଡେ ଅଳିଆ ଆବର୍ଜନା ପଡିରହିଛି। କେହିକେହି ସେହି ଅଳିଆଗଦାରେ ନିଆଁ ଲଗାଇ ଦେଉଛନ୍ତି। ଉଠାଦୋକାନୀ, ହୋଟେଲ ବ୍ୟବସାୟୀଙ୍କ ଆଞ୍ଚ ଧୂଆଁ ସହରକୁ କୁହୁଡ଼ିମୟ କରିଦେଉଛି। ସହରକୁ ଆସୁଥିବା ଲୋକେ ଅଣନିଃଶ୍ୱାସୀ ହୋଇପଡୁଛନ୍ତି। ଫଳରେ ବାୟୁ ପ୍ରଦୂଷଣ ବଢି ବଢି ଚାଲିଛି। ପୌର ପ୍ରଶାସନ ପକ୍ଷରୁ କର୍ଯ୍ୟାନୁଷ୍ଠାନ ଶୂନ ଭଳି ପରିଲକ୍ଷିତ ହେଉଛି। ବୁଦ୍ଧିଜୀବୀ ପ୍ରବୀର ନାୟକ କହିଛନ୍ତି, କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଜାତୀୟ ବାୟୁ ସୂଚକାଙ୍କ(ଏକ୍ୟୁଆଇ) ଅନୁଯାୟୀ, ବାୟୁମଣ୍ଡଳରେ ବିଭିନ୍ନ ଗ୍ୟାସ୍‌ ଓ ଧୂଳିକଣାର ଅନୁପାତ ୦ ରୁ ୫୦ ମଧ୍ୟରେ ରହିଲେ ମଣିଷ ସ୍ବାସ୍ଥ୍ୟ ପାଇଁ ଉତ୍ତମ। ୫୧ରୁ ୧୦୦ ସନ୍ତୋଷଜନକ, ୧୦୧ରୁ ୨୦୦ ଚଳନୀୟ, କ୍ଷତିକାରକ, ୨୦୧ରୁ ୩୦୦ ଅତ୍ୟନ୍ତ କ୍ଷତିକାରକ, ୩୦୧ରୁ ଅଧିକ ରହିଲେ ଭୟଙ୍କର କ୍ଷତିକାରକ। ଅର୍ଥାତ୍‌ ଏଭଳି ପରିସ୍ଥିତିରେ ମନୁଷ୍ୟ ଅଧିକ ସମୟ ତିଷ୍ଠିପାରିବ ନାହିଁ। ମାତ୍ର ଆଶ୍ଚର୍ଯ୍ୟର କଥା ଯେ କେନ୍ଦ୍ରାପଡ଼ା ଜିଲାରେ ଥିବା ସହରାଞ୍ଚଳର ପ୍ରଦୂଷଣ ମାପିବା ପାଇଁ କୌଣସି ବ୍ୟବସ୍ଥା ହୋଇନାହିଁ କି ବେଆଇନ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। କୃଷକ ନେତା ଦାଶରଥି ସାହୁ କହିଛନ୍ତି, ଶିଳ୍ପବିହୀନ କେନ୍ଦ୍ରାପଡ଼ା ଜିଲାରେ ବାୟୁ ପ୍ରଦୂଷଣ ଯେ ଚିନ୍ତାର କାରଣ ପାଲଟିବା ତାହା ଜଳଜଳ ହୋଇ ଦିଶିଲାଣି। ପାରାଦୀପଠାରେ ଥିବା ବିଭିନ୍ନ କାରଖାନାରୁ ନିର୍ଗତ ଗ୍ୟାସ୍‌ କେନ୍ଦ୍ରାପଡ଼ା, ପଟ୍ଟାମୁଣ୍ଡାଇ, ମହାକାଳପଡ଼ା ସହ ସମସ୍ତ ବ୍ଲକ ଅଞ୍ଚଳରେ ଦେଖାଦେଇଛି। ଉଦାହରଣ ଭାବେ ଫଳନ୍ତି ନଡ଼ିଆ ଗଛକୁ ନେଇ ପାରିବା। ଗତ ଦୁଇ ଦଶନ୍ଧି ପୂର୍ବରୁ ଏହି ସବୁ ଅଞ୍ଚଳରେ ଭଲ ନଡ଼ିଆ ଫଳୁ ଥିବାବେଳେ ସାଇଜ ଠିକ୍‌ ଥିଲା। ମାତ୍ର ଏବେ କୁଜି ନଡ଼ିଆ ସହିତ ଫଳ କମିଯାଇ ଗଛ ଶୁଖିଯାଉଛି। ଶିକ୍ଷାବିତ୍‌ ପ୍ରେମାନନ୍ଦ ପଣ୍ଡା କହିଛନ୍ତି, ଏକ ଅଧ୍ୟୟନରୁ ଜଣାପଡ଼ିଛି, ଦେଶରେ ବର୍ଷକୁ ପ୍ରାୟ ୧୩ ଲକ୍ଷ ଲୋକ ବାୟୁ ପ୍ରଦୂଷଣ ଯୋଗୁ ରୋଗାଗ୍ରସ୍ତ ହୋଇ ପଡୁଥିବାବେଳେ କେତେଜଣ ମୃତ୍ୟୁମୁଖରେ ପଡୁଛନ୍ତି। ଏହି ବାୟୁ ପ୍ରଦୂଷଣ ମନୁଷ୍ୟର ହାରାହାରି ବଞ୍ଚତ୍ବା ସମୟରୁ ମଧ୍ୟ ୨୦ ମାସ କମ୍‌ କରି ଦେଉଛି। ସରକାର ଓ ଜନସାଧାରଣ ସଚେତନ ନ ହେଲେ ପ୍ରଦୂଷଣଜନିତ ସମସ୍ୟା ଆଗାମୀଦିନରେ ଭୟଙ୍କର ପରିସ୍ଥିତି ସୃଷ୍ଟି କରିବ। ଏ ସମ୍ପର୍କରେ ପୌର ନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ ବିଶ୍ୱାଳଙ୍କୁ ପଚାରିବାରେ ସଫେଇ କର୍ମଚାରୀଙ୍କୁ କୌଣସି ସ୍ଥାନରେ ଅଳିଆରେ ନିଆଁ ନ ଲଗାଇବାକୁ ବାରମ୍ବାର ନିର୍ଦ୍ଦେଶ ଦିଆଯାଇଛି। ଯଦି କେହି କର୍ମଚାରୀ  ନିଆଁ ଲଗାଉଥିବାର ପ୍ରମାଣ ମିଳେ ତେବେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

BMCର ବଡ଼ ସୂଚନା: ଜାନୁଆରୀ ୪ରେ ‘ପଥ ଉତ୍ସବ’

ଭୁବନେଶ୍ବର,୩୦।୧୨: ଭୁବନେଶ୍ୱର ମହାନଗର ନିଗମ୍‌(BMC) ପକ୍ଷରୁ ମଙ୍ଗଳବାର ଏକ ବଡ଼ ସୂଚନା ଦିଆଯାଇଛି। ରାଜଧାନୀ ଭୁବନେଶ୍ୱରରେ ଜାନୁଆରୀ ୪ତାରିଖରୁ ଚଳିତ ସିଜିନ୍‌ର ପ୍ରଥମ ‘ପଥ ଉତ୍ସବ’...

ସଲମାନଙ୍କ ଗାଲୱାନ ଟ୍ରେଲର ଦେଖି ରାଗିଗଲା ଚାଇନା, ଏପରି କହିଲା ଭାରତ

ନୂଆଦିଲ୍ଲୀ,୩୦।୧୨: ସଲମାନଙ୍କ ଉପରେ ରାଗିଗଲା ଡ୍ରାଗନ। ‘ବ୍ୟାଟେଲ ଅଫ୍ ଗାଲୱାନ’ର ଟିଜର ମୁକ୍ତିଲାଭ କରିବା ପରେ ଚାଇନା ଏଥିରେ କ୍ଷୁବ୍ଧ ହୋଇଛି। ଚାଇନାର ସରକାରୀ ଗଣମାଧ୍ୟମ...

ବଲିଉଡ ଅଭିନେତ୍ରୀଙ୍କ ବିସ୍ଫୋରକ ବୟାନ, ବିବାହିତ ସୂରିୟାଙ୍କୁ ନେଇ ଚର୍ଚ୍ଚା

ମୁମ୍ବାଇ,୩୦।୧୨: ଭାରତୀୟ ଟି-୨୦ କ୍ରିକେଟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ଚାଞ୍ଚଲ୍ୟକର ଦାବି କରିଛନ୍ତି ବଲିଉଡ ଅଭିନେତ୍ରୀ। ପୂର୍ବରୁ ଅନେକ ଅଭିନେତ୍ରୀଙ୍କ ସହିତ କ୍ରିକେଟରଙ୍କ...

ରାଜ୍ୟସ୍ତରୀୟ ଚକରା ବିଷୋୟୀ ଜୟନ୍ତୀ: ଆମେ ଲୋକଙ୍କ ଡାକ ପିଅନ କହିଲେ…

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବିଞ୍ଜିଗିରି ଠାରେ ବୀର ଚକରା ବିଷୋୟୀଙ୍କ ରାଜ୍ୟ ସ୍ତରୀୟ ୨୦୩ ତମ ଜୟନ୍ତୀ ପାଳିତ ହୋଇଯାଇଛି। ଏଥିରେ...

ସତ ହେବ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ! ବର୍ଷ ଆରମ୍ଭରୁ ୬ରାଶି…

୨୦୨୬ ବର୍ଷ ପାଇଁ ବଡ଼ ଭବିଷ୍ୟବାଣୀ କରିଯାଇଛନ୍ତି ବାବା ଭେଙ୍ଗା । କିଛି ରାଶିରେ ଅତ୍ୟନ୍ତ ଶୁଭ ହେବାକୁ ଯାଉଛି ବର୍ଷ ୨୦୨୬ । ବୃଷ,...

ବରଗଡ଼ରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ, କିଛି ସମୟ ପରେ ଧନୁଯାତ୍ରା ଦେଖିବାକୁ ଯିବେ ରାଜଦରବାର

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ବିକାଶ ଗ୍ରାଉଣ୍ଡ ହେଲିପ୍ୟାଡରେ ମୁଖ୍ୟମନ୍ତ୍ରୀ ଓହ୍ଲାଇଛନ୍ତି। କିଛି ସମୟ ପରେ ଧନୁଯାତ୍ରା ଦେଖିବାକୁ ରାଜଦରବାର ଯିବେ।...

ତାମିଲନାଡୁରେ ଓଡ଼ିଆ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ: ଷ୍ଟାଲିନ ସରକାରଙ୍କୁ ଭାଜପାର କଡ଼ା ନିନ୍ଦା

ଭୁବନେଶ୍ୱର,୩୦ ।୧୨: ତାମିଲନାଡୁରେ ଜଣେ ଓଡ଼ିଆ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି। ଏହି ଘଟଣାକୁ ନେଇ ଶ୍ରମ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ତୀବ୍ର ପ୍ରତିକ୍ରିୟା...

ପ୍ରିୟଙ୍କା ଗାନ୍ଧୀଙ୍କ ବୋହୂ ଅଭିଭାଙ୍କ ସମ୍ପତ୍ତି କେତେ? ଏମିତି କରନ୍ତି ମୋଟା ଅଙ୍କର ରୋଜଗାର

ନୂଆଦିଲ୍ଲୀ,୩୦।୧୨: ଦେଶର ପ୍ରମୁଖ ରାଜନୈତିକ ପରିବାର ମଧ୍ୟରୁ ଗୋଟିଏ ଗାନ୍ଧୀ-ଭଦ୍ରା ପରିବାର ଖୁବ ଶୀଘ୍ର ବିବାହ ଘୋଷଣା କରିବାକୁ ଯାଉଛନ୍ତି। ପ୍ରସ୍ତୁତି ଚାଲିଛି, ଏବଂ ବିବାହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri