ପାଟ୍ରୋଲିଂ ଢିଲା, ବଢୁଛି ଅପରାଧ

ବରଗଡ଼,୨୧।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଅପରାଧୀଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ଛୋଟ ବଡ଼ ଚୋରି, ଲୁଟ୍‌ଠାରୁ ଆରମ୍ଭ କରି ହତ୍ୟାକାଣ୍ଡ ଭଳି ଅପରାଧ ଘଟୁଛି। କଥାକଥାକେ ଲୋକଙ୍କୁ ହତ୍ୟା କରାଯାଉ ଥିବାବେଳେ ଦିନ ଦ୍ୱିପ୍ରହରରେ ମୋବାଇଲ, ସାଇକେଲ, ବାଇକ୍‌ ଚୋରି ହେଉଛି। ସେହପରି ରାତିରେ ଦୁର୍ବୃତ୍ତମାନେ ତାଲା ଭାଙ୍ଗି ଚୋରି କରୁଛନ୍ତି । ଗତ ସପ୍ତାହକ ମଧ୍ୟରେ ଏଠାରେ ୨ଜଣ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇ ଥିବାବେଳେ ଗୋଟିଏ ରାତିରେ ଶାନ୍ତି ନଗରରେ ଘର ତାଲା ଭାଙ୍ଗି ଚୋରି ହେବା ସହିତ ୨ଟି ବାଇକ୍‌ ଚୋରି ହୋଇଛି। ସହରରେ ଚାଲିଥିବା ନିଶା ଏବଂ ସଟ୍ଟା କାରବାର ଯୋଗୁ ଏଠାରେ ଅପରାଧ ବଢ଼ି ଚାଲିଛି। ପୋଲିସର ଢିଲା ପାଟ୍ରୋଲିଂର ସୁଯୋଗ ନେଇ ଅପରାଧୀମାନେ ସକ୍ରିୟ ହୋଇ ପଡ଼ିଥିବା ମତପ୍ରକାଶ ପାଇଛି ।
ବରଗଡ଼ ସହରରେ ଜିଲା ପୋଲିସ ମୁଖ୍ୟାଳୟ, ଏସ୍‌ଡ଼ିପିଓଙ୍କ କାର୍ଯ୍ୟାଳୟ ସମେତ ଟାଉନ ଥାନା ରହିଛି। ସହରର ପୂର୍ବପଟେ ବରାହଗୋଡ଼ା ଟୋଲପ୍ଲାଜା ନିକଟରେ ଗ୍ରାମାଞ୍ଚଳ ଥାନା ଥିବାବେଳେ ପଶ୍ଚିମପଟେ ଅନତି ଦୂରରେ ସଦର ଥାନା ରହିଛି। ସହର ମଧ୍ୟରେ ୨ ପୋଲିସ ଫାଣ୍ଡି ମଧ୍ୟ ରହିଛି। ଲମ୍ବା ବିଲ୍‌ଡ଼ିଂ-ଭଟଲି ଛକ ରାସ୍ତାପାର୍ଶ୍ୱରେ ଫାଣ୍ଡି ନଂ-୧ ରହିଥିବାବେଳେ ଜିଲାପାଳ ଏବଂ ଏସ୍‌ପିଙ୍କ ଆବାସିକ କାର୍ଯ୍ୟାଳୟ ରାସ୍ତାପାର୍ଶ୍ୱରେ ଫାଣ୍ଡି ନଂ-୨ ରହିଛି। ସେହିପରି ଆଞ୍ଚଳିକ ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଟ୍ରାଫିକ୍‌ ଟାୱାର ରହିଛି। ଏଭଳି ଥାନା, ଫାଣ୍ଡିଠାରୁ ଆରମ୍ଭ କରି ପୋଲିସ ମୁଖ୍ୟାଳୟ ରହିଥିବା ସତ୍ତ୍ବେ ସହରରେ ଅପରାଧୀମାନେ ପୋଲିସକୁ ଚ୍ୟାଲେଞ୍ଜ କଲା ଭଳି ଦିନକୁ ଦିନ ଅଧିକ ସକ୍ରିୟ ହୋଇ ପଡ଼ୁଛନ୍ତି। ପୋଲିସ ସହରର କେତେକ ନିର୍ଦ୍ଦିଷ୍ଟ ଛକ ସ୍ଥାନରେ ଜଗି ରହି ରାତ୍ରିକାଳୀନ ପାଟ୍ରୋଲିଂ କରୁଛନ୍ତି। ଅନ୍ୟପଟେ ସହରର ଗଳିକନ୍ଦି, ଖୋଲା ପଡ଼ିଆକୁ ନିରାପଦ ସ୍ଥାନ ଭାବି ଅପରାଧୀମାନେ ସେଠାରେ ସଟ୍ଟା, ନିଶା କାରବାରଠାରୁ ଆରମ୍ଭ କରି ଚୋରି, ହତ୍ୟା ଭଳି ଅପରାଧ ଯୋଜନା କରୁଛନ୍ତି।
ସହରର ବିଭିନ୍ନ ଗଳିକନ୍ଦିରେ କଫ ସିରପ୍‌ ବୋତଲ ପଡ଼ି ରହିଛି। ଏପରିକି ଏସ୍‌ପି ଅଫିସ କାନ୍ଥକୁ ଲାଗି ପୌର କାର୍ଯ୍ୟାଳୟ ପଟକୁ ଯାଇଥିବା ଗଳିରାସ୍ତା ମଧ୍ୟ ଏଥିରୁ ବାଦ୍‌ ପଡ଼ିନାହିଁ । ସେଠାରେ ମଧ୍ୟ ବହୁ ପରିମାଣର କଫ ସିରପ୍‌ ବୋତଲ ପଡ଼ି ରହିଥିବା ପରିଲକ୍ଷିତ ହୋଇଛି। ସେହିପରି ଜର୍ଜ ହାଇସ୍କୁଲ ପଡ଼ିଆ, ନୂଆ ଜିରା ବ୍ରିଜ ନିକଟ, ରେଳ ଷ୍ଟେଶନ ରାସ୍ତା, ପାଣିଛତର ଓଭରବ୍ରିଜ, କଟାପାଲି ରାସ୍ତା, ସହର ଉପକଣ୍ଠରେ ଯାଇଥିବା ଫୋରଲେନ୍‌ ରାସ୍ତାରେ ଦ୍ୱିପ୍ରହର ଏବଂ ସନ୍ଧ୍ୟା ସମୟରୁ ରାତି ପର୍ଯ୍ୟନ୍ତ ମେଳି କରି ସେଠାରେ ନିଶା କାରବାର ଚାଲୁଥିବା ଅଭିଯୋଗ ହେଉଛି।
ସହରରେ ଏଭଳି ଅପରାଧ ବଢ଼ି ଚାଲିଥିବାବେଳେ ପୋଲିସ ପାଟ୍ରୋଲିଂ ମଧ୍ୟ ଦିନକୁ ଦିନ ଢ଼ିଲା ହୋଇ ଯାଉଥିବା ପରିଲକ୍ଷିତ ହେଉଛି। ଧର୍ମକୁ ଆଖିଠାର ଭଳି ପିସିଆର୍‌ ପଇଁତରା ମାରୁଛି। ହେଲେ ପୂର୍ବଭଳି ଆଉ ପିସିଆର୍‌ ବାଇକ୍‌ ସହରରେ ବୁଲୁଥିବା ଦେଖିବାକୁ ମିଳୁନାହିଁ। ସେହିପରି ସହରରେ ରହିଥିବା ଫାଣ୍ଡି ନଂ-୧ରେ ପୂର୍ବରୁ ପୋଲିସ କର୍ମଚାରୀମାନେ ଅବସ୍ଥାନ କରି ରାତ୍ରିକାଳୀନ ପାଟ୍ରୋଲିଂ ପାଇଁ ବାହାରୁଥିଲେ। କିନ୍ତୁ ଉକ୍ତ ଫାଣ୍ଡିରେ ଏବେ ତାଲା ଝୁଲୁଥିବା ଦେଖିବାକୁ ମିଳିଛି। ସେହିପରି ସହରରେ ଅପରାଧୀମାନେ ସକ୍ରିୟ ହେଲେ ପୂର୍ବରୁ ପୋଲିସ ବିଭିନ୍ନ ଛକ ସ୍ଥାନରେ ନାକା ବନ୍ଦୀ କରି ଯାଞ୍ଚ କରୁଥିଲା। କିନ୍ତୁ ତାହା ମଧ୍ୟ ଆଉ ହେଉନାହିଁ। ଏଭଳି ଢିଲା ପାଟ୍ରୋଲିଂର ସୁଯୋଗ ନେଇ ସହରରେ ଅପରାଧୀମାନେ ପୂର୍ବାପେକ୍ଷା ଅଧିକ ସକ୍ରିୟ ହୋଇ ପଡ଼ିଛନ୍ତି ବୋଲି ସାଧାରଣରେ ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri