Posted inଫୁରସତ

ଭ୍ରମଣରେ ଦେଶପ୍ରୀତି

ସାଧାରଣତନ୍ତ୍ର ଦିବସ ଅବସରରେ ଭାରତର ବିଭିନ୍ନ ସ୍ଥାନରେ ଭବ୍ୟ ପରେଡ୍‌ର ଆୟୋଜନ ହେବା ସହିତ ଦେଶପ୍ରୀତି ସମ୍ପର୍କିତ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ କରାଯାଇଥାଏ। ତେଣୁ ଏହି ବିଶେଷ ଦିବସ ଅବସରରେ କେଉଁ କେଉଁ ସ୍ଥାନକୁ ବୁଲିଗଲେ ମନରେ ଦେଶପ୍ରୀତି ଜାଗ୍ରତ ହେବା ସହ ଅନେକ ଐତିହାସିକ ତଥ୍ୟ ଜାଣିହେବ, ଆସନ୍ତୁ ଜାଣିବା ସେ ସମ୍ପର୍କରେ…

ସାବରମତୀ ଆଶ୍ରମ: ଗୁଜରାଟର ଅହମଦାବାଦ୍‌ସ୍ଥିତ ସାବରମତୀ ନଦୀତଟରେ ଥିବା ଏହି ଆଶ୍ରମରେ ଗାନ୍ଧିଜୀ ନିଜ ଅନୁଗତମାନଙ୍କୁ ଅହିଂସା ଓ ସତ୍ୟର ସନ୍ଧାନ ଉପରେ ଶିକ୍ଷା ଦେଉଥିଲେ। ତା’ସହିତ ଗାନ୍ଧିଜୀ ସେମାନଙ୍କୁ କୁଟୀରଶିଳ୍ପ, ହସ୍ତଶିଳ୍ପ, ଚାଷବାସ ଆଦି ବିଷୟ ଉପରେ ଜ୍ଞାନ ପ୍ରଦାନ କରୁଥିଲେ। ‘ଖଟି ଖାଅ କାଟି ପିନ୍ଧ’ ଥିଲା ଗାନ୍ଧିଜୀଙ୍କର ବାଣୀ। ସେଥିପାଇଁ ଗାନ୍ଧିଜୀ ଏଠାରେ ଚରଖା ସ୍ଥାପନ କରି ସେଥିରେ ନିଜେ ନିଜର ପୋଷାକ ତିଆରି କରି ପିନ୍ଧୁଥିଲେ ଏବଂ ଆଶ୍ରମବାସୀଙ୍କୁ ବି ତାହା ଶିଖାଉଥିଲେ। ଫଳରେ ଅନେକ ଲୋକ ଏଥିରୁ ଉପକୃତ ହେଉଥିଲେ। ତେଣୁ ଗାନ୍ଧିଜୀଙ୍କ ଆଦର୍ଶ ଓ ଶିକ୍ଷା ସବୁଦିନ ପାଇଁ ସମସ୍ତଙ୍କ ହୃଦୟରେ ଜୀବିତ ହୋଇ ରହିଛି ଓ ରହିଥିବ। ଆଉ ଏହି ସାବରମତୀ ଆଶ୍ରମଟି ଗାନ୍ଧିଜୀଙ୍କର ଗୁଣଗାନ ବଖାଣୁଥିବ। ତେଣୁ ସାଧାରଣତନ୍ତ୍ର ଦିବସ ଅବସରରେ ଏଠାକୁ ବୁଲିଗଲେ ପର୍ଯ୍ୟଟକ ଅନେକ ଅନୁଭୂତି ସାଉଁଟି ପାରିବେ।

ଚନ୍ଦ୍ରଶେଖର ଆଜାଦ୍‌ ପାର୍କ: ଏହା ଆଲ୍‌ଫ୍ରେଡ୍‌ ପାର୍କ ନାମରେ ବି ପରିଚିତ। କୁହାଯାଏ, ୧୮୭୦ରେ ଏହି ପାର୍କଟି ଆଲ୍ଲାହାବାଦରେ ପ୍ରିନ୍ସ ଆଲ୍‌ଫ୍ରେଡ୍‌ଙ୍କ ନାଁରେ ପ୍ରଥମେ ଗଢ଼ି ଉଠିଥିଲା। କିନ୍ତୁ କ୍ରାନ୍ତିକାରୀ ଚନ୍ଦ୍ରଶେଖର ଆଜାଦ୍‌ ଏହି ପାର୍କରେ ଦେହତ୍ୟାଗ କରିବା ପରେ ଏହା ଲୋକମୁଖରେ ଚନ୍ଦ୍ରଶେଖର ଆଜାଦ୍‌ ପାର୍କ ଭାବେ ପରିଚିତ ହେବାକୁ ଲାଗିଲା। ଆଉ ଯେଉଁ ଗଛ ମୂଳରେ ଆଜାଦ୍‌ ଶେଷନିଃଶ୍ୱାସ ତ୍ୟାଗ କରିଥିଲେ, ସେଠାରେ ଏକ ସ୍ମୃତିସ୍ତମ୍ଭ ଗଢ଼ାଯିବା ସହିତ ଆଜାଦ୍‌ଙ୍କର ଏକ ପ୍ରତିମୂର୍ତ୍ତି ମଧ୍ୟ ପାର୍କ ମଧ୍ୟରେ ସ୍ଥାପିତ ହେଲା। ତେଣୁ ଉକ୍ତ ପାର୍କଟିର ସୌନ୍ଦର୍ଯ୍ୟ ଓ ଐତିହାସିକ ମହତ୍ତ୍ୱ କେବଳ ଭାରତୀୟଙ୍କୁ ନୁହେଁ, ବିଦେଶୀଙ୍କୁ ମଧ୍ୟ ଖୁବ୍‌ ଆକୃଷ୍ଟ କରିଥାଏ। ସେଥିପାଇଁ ବର୍ଷସାରା ଏଠାରେ ବେଶ୍‌ ଭିଡ଼ ଜମିଥାଏ। ଖାସ୍‌ କରି ସାଧାରଣତନ୍ତ୍ର ଦିବସ, ସ୍ବାଧୀନତା ଦିବସ, ଶହୀଦ ଦିବସ ପରି ବିଶେଷ ଦିନମାନଙ୍କରେ ଏଠାରେ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ, ଯାହା ଦର୍ଶକଙ୍କୁ ବେଶ୍‌ ଆକୃଷ୍ଟ କରିଥାଏ।

ଅଗଷ୍ଟକ୍ରାନ୍ତି ମୈଦାନ: ୧୯୪୨ ମସିହା ଅଗଷ୍ଟ ୮ ତାରିଖରେ ଜାତିର ପିତା ମହାତ୍ମା ଗାନ୍ଧୀ ମୁମ୍ବାଇସ୍ଥିତ ଏକ ମୈଦାନ ବା ପଡ଼ିଆରେ ସାର୍ବଜନିନ ସମ୍ମିଳନୀରେ ଭାରତଛାଡ଼ ଆନ୍ଦୋଳନର ନାରାବାଜି ଦେଇଥିଲେ। ଯେଉଁ ପଡ଼ିଆରୁ ଗାନ୍ଧିଜୀ ଏହି ଅଭିଯାନର ମୂଳଦୁଆ ପକାଇଥିଲେ, ତାହା ବର୍ତ୍ତମାନ ଅଗଷ୍ଟକ୍ରାନ୍ତି ମୈଦାନ ନାଁରେ ଜଣାଶୁଣା। ପୂର୍ବରୁ ଏହା ଗୋଓ୍ବାଲିୟା ଟ୍ୟାଙ୍କ ମୈଦାନ ଭାବେ ଜଣାଯାଉଥିଲା। କାରଣ ପୂର୍ବେ ଏହି ସ୍ଥାନରେ ଗାଈଗୁଡ଼ିକୁ ଗାଧୁଆ ଯାଉଥିଲା। ଇତିହାସ ଅନୁସାରେ, ‘ଗୋ-ଓ୍ବାଲିୟା’ ଶବ୍ଦଟି ମରାଠୀ ଭାଷା ‘ଗାଏ’ ଏବଂ ‘ଓ୍ବାଲା’ରୁ ଉଦ୍ଧୃତ। ମରାଠୀ ଭାଷାରେ ‘ଗାଏ’ ଶବ୍ଦର ଅର୍ଥ ଗାଈ ଏବଂ ‘ଓ୍ବାଲା/ଓ୍ବାଲି’ର ଅର୍ଥ ଗାଈର ମାଲିକ। ଅର୍ଥାତ୍‌ ଏଠାରେ ଥିବା ପାଣିଟାଙ୍କି ପାଖରେ ଗାଈଗୁଡ଼ିକୁ ଗାଧୋଇ ଦେବା ପାଇଁ ପୂର୍ବରୁ ଗାଈ ମାଲିକମାନେ ଏଠାରେ ଭିଡ଼ ଜମାଉଥିଲେ। ଏବେ ବି ସେହି ପାଣି ଟାଙ୍କି ଏଠାରେ ଥିବା ଦେଖିବାକୁ ମିଳିଥାଏ। ବର୍ତ୍ତମାନ ଏହି ମୈଦାନଟି ପାଞ୍ଚ ଭାଗରେ ବିଭକ୍ତ। ତନ୍ମଧ୍ୟରୁ ସବୁଠୁ ବଡ଼ ଭାଗଟି ଖେଳପଡ଼ିଆରେ ପରିଣତ ହୋଇଥିବାବେଳେ ଆଉ ଏକ ଭାଗରେ ଶିଶୁ ଉଦ୍ୟାନ ହୋଇଛି। ସେହିପରି ବୟସ୍କ ବ୍ୟକ୍ତିଙ୍କ ବସାଉଠା ପାଇଁ ଗୋଟିଏ ଭାଗ ପାର୍କରେ ପରିଣତ ହୋଇଛି। ଚତୁର୍ଥ ଭାଗଟି ନିକଟରେ ଥିବା ଫେଲୋଶିପ୍‌ ସ୍କୁଲ୍‌ ତରଫରୁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ ପାଇଁ ଛଡ଼ା ଯାଇଥିବାବେଳେ ପଞ୍ଚମ ଭାଗରେ ସ୍ମାରକୀ ସ୍ତମ୍ଭକୁ ସ୍ଥାନ ଦିଆଯାଇଛି। ଏହି ସ୍ମାରକୀ ସ୍ତମ୍ଭ ନିକଟରେ ପ୍ରତିବର୍ଷ ସେହି କ୍ରାନ୍ତିକାରୀ ଘଟଣାକୁ ସ୍ମରଣ କରି ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ। ଅନ୍ୟପକ୍ଷେ ବିଭିନ୍ନ ସ୍ମରଣୀୟ ଦିବସରେ ବି ପର୍ଯ୍ୟଟକ ଏଠାକୁ ଯାଇ ବିଶେଷ କାର୍ଯ୍ୟକ୍ରମଗୁଡ଼ିକୁ ମଧ୍ୟ ଉପଭୋଗ କରିପାରିବେ।

ଚମ୍ପାରଣ: ଏହା ବିହାରସ୍ଥିତ ଏକ ଐତିହାସିକ ସ୍ଥଳ, ଯାହା ଏବେ ପୂର୍ବ ଚମ୍ପାରଣ ଓ ପଶ୍ଚିମ ଚମ୍ପାରଣ ନାମରେ ଦୁଇଟି ଭିନ୍ନ ଜିଲା ହୋଇଯାଇଛି। ତେବେ ଭାରତୀୟ ସ୍ବାଧୀନତା ଆନ୍ଦୋଳନ ସହ ଚମ୍ପାରଣର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ଇତିହାସ ଅନୁଯାୟୀ, ବିଦେଶରୁ ଫେରିବା ପରେ ଜାତିର ପିତା ମହାତ୍ମା ଗାନ୍ଧୀ ଇଂରେଜଙ୍କ ବିରୋଧରେ ନିଜର ପ୍ରଥମ ଅହିଂସା ଆନ୍ଦୋଳନ ଏହିଠାରୁ ଆରମ୍ଭ କରିଥିଲେ। ଏହାକୁ ଆମେ ଭାରତର ଏକ କୃଷକ ଆନ୍ଦୋଳନ ମଧ୍ୟ କହିପାରିବା, ଯାହାର ପ୍ରତିନିଧିତ୍ୱ ସ୍ବୟଂ ବାପୁ ହିଁ କରିଥିଲେ। ଚମ୍ପାରଣର ଇତିହାସ ଏତେସବୁ ଗୁରୁତ୍ୱପୂର୍ଣ୍ଣ ଘଟଣାବଳୀକୁ ନିଜ ଭିତରେ ସାଇତି ରଖିଥିବାରୁ ଏହି ସ୍ଥାନଟିର ମହତ୍ତ୍ୱ ସବୁବେଳେ ରହିଆସିଛି। ତେଣୁ ସାଧାରଣତନ୍ତ୍ର ଦିବସ ଅବସରରେ ପର୍ଯ୍ୟଟକ ଏଠାକୁ ମଧ୍ୟ ବୁଲିଯାଇ ଅନେକ ଅନୁଭୂତି ହାସଲ କରିପାରିବେ।

ଏହିସବୁ ସ୍ଥାନ ନୁହେଁ, କୋଲକାତାର ନେତାଜୀ ଭବନ, ଦିଲ୍ଲୀର ଲାଲକିଲ୍ଲା ଓ ଇଣ୍ଡିଆ ଗେଟ୍‌ ହେଉ ଅବା ଅଟାରି-ଓ୍ବାଘା ବର୍ଡର ଆଦି ସ୍ଥାନକୁ ମଧ୍ୟ ବୁଲିଗଲେ ପର୍ଯ୍ୟଟକ ଦେଶପ୍ରୀତିର କିଛିଟା ନିଆରା ଅନୁଭୂତି ନିଶ୍ଚୟ ଅନୁଭବ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ସକାଳର ପ୍ରଥମ କିରଣ ଛୁଇଁଥିଲା ଶ୍ରୀସୂର୍ଯ୍ୟଙ୍କ ବିଗ୍ରହଙ୍କୁ…

କୋଶୋଦାସର ଶ୍ରୀପଦ୍ମକେଶର ମନ୍ଦିର ଆକ୍ରମଣର ସବିଶେଷ ଇତିହାସ ଆଲୋଚନା ଆଢ଼ୁଆଳରେ ଅଛି। ଆମେ କେବଳ ଗତ ସଂଖ୍ୟାରେ ସୂଚନା ଦେଇଥିଲୁ। ଅନୁସନ୍ଧାନ ଆମର ନୀରବ ହୋଇନାହିଁ। ଶ୍ରୀପଦ୍ମକେଶର…

ସାପ ଲାଞ୍ଜକୁ ଧରି ଦଉଡ଼ି ପରି ଘୂରାଉଥିଲେ ଯୁବକ, ହଠାତ୍‌ ଘଟିଲା ଏମିତି…

ସାପର ନାଁ ଶୁଣିଲେ ସମସ୍ତଙ୍କୁ ଡର ଲାଗେ। ଏହାର ନାଁ ଶୁଣିଲେ ସବୁଠାରୁ ସାହସୀ ମଣିଷ ମଧ୍ୟ ଭୟରେ ଥରି ଉଠେ। ଯଦି ଜଣେ ଯୁବକ ସେହି…

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri