କାମରେ ଆସୁନି ପାତ୍ରପୁଟ ମାଟିବନ୍ଧ

ମାଥିଲି,୫ା୫(ଡି.ଏନ୍‌.ଏ.): ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ ପାତ୍ରପୁଟଠାରେ ଥିବା ମାଟିବନ୍ଧ ଲୋକଙ୍କ କାମରେ ଆସୁନାହିଁ। ପାଣି ଅଛି ହେଲେ ଚାଷୀଙ୍କ କାମରେ ଲାଗୁନାହିଁ। ଏହି ପାତ୍ରପୁଟ ବନ୍ଧ ରକ୍ଷାଣବେକ୍ଷଣ ଅଭାବରୁ ତଳମୁଣ୍ଡ କେନାଲ ଭାଙ୍ଗିରୁଜି ଯାଇଛି। ଚାଷୀ କେନାଲରୁ ଟୋପାଏ ପାଣି ପାଉନାହାନ୍ତି l ଅନେକ ସ୍ଥାନରେ କେନାଲ ପୋତିହୋଇଗଲାଣି। କେତେକ ସ୍ଥାନରେ କୃତ୍ରିମ ଜଙ୍ଗଲ ସୃଷ୍ଟି ହେଲାଣି। ଫଳରେ ଏନେଇ ଚାଷୀଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି। ତୁରନ୍ତ କେନାଲ ମରାମତି କରି ପାଣି ଯୋଗାଇବା ଲାଗି ଚାଷୀ ଦାବି କରିଛନ୍ତି l କେନାଲ ନିର୍ମାଣ ପାଇଁ ଆସିଥିବା ଅନୁଦାନରେ ଠିକାଦାର ଅଳ୍ପ କିଛି କାମ କରି ବିଲ୍‌ କରି ନେଉଥିବା ଚାଷୀ ଅଭିଯୋଗ କରିଛନ୍ତି। କାମ ଠିକ୍‌ ରୂପେ ହୋଇ ନ ଥିବାରୁ ଅଳ୍ପ ଦିନରେ କେନାଲ ଭୁଶୁଡ଼ି ପଡ଼ିଲାଣି। ଠିକାଦାର ଓ ଯନ୍ତ୍ରୀଙ୍କ ସୁଲାସୁତୁରା ଚାଷୀଙ୍କ ପାଇଁ ସମସ୍ୟା ପାଲଟିଛି ବୋଲି ଚାଷୀ ଭଗବାନ ରେଡ୍ଡି, ଧନର୍ଜୟ ପୂଜାରୀ, ମୁକୁନ୍ଦ ପୂଜାରୀ, ଧନ ନାୟକ, ଦେବ ପୂଜାରୀ, ଅର୍ଜୁନ ପୂଜାରୀ ପ୍ରମୁଖ କହିଛନ୍ତି l କେନାଲ ମରାମତିକରି ପାଣି ଯୋଗାଇ ଦେଲେ ବାରମାସ ଯାକ ବିଭିନ୍ନ ଚାଷ କରିପାରବେ ବୋଲି ସେମାନେ ପ୍ରକାଶ କରିଛନ୍ତି।