ପାଟନାଳୀ ସଫେଇ ନାଁରେ ଅର୍ଥ ହରିଲୁଟ୍‌

ଚଣ୍ଡିଖୋଲ,୩ା୯(ଡି.ଏନ୍‌.ଏ.): ଯାଜପୁର ଜିଲା ବଡ଼ଚଣା ବ୍ଲକର ଡ୍ରେନେଜ୍‌ ଡିଭିଜନ ତରଫରୁ ପାଟନାଳୀ ସଫେଇ ନାମରେ ବ୍ୟାପକ ଅର୍ଥ ହରିଲୁଟ୍‌ ହୋଇଛି। ଏହି ପାଟନାଳୀଗୁଡ଼ିକ ସାଧାରଣତଃ ଚାଷ ଜମିରୁ ଜଳ ନିଷ୍କାସନ ପାଇଁ ବ୍ୟବହାର ହୋଇଥାଏ। ତେବେ ବିଭାଗ ତରଫରୁ ଏହି କାର୍ଯ୍ୟରେ ଠିକାଦାରଙ୍କୁ ପୋଷିବା ପାଇଁ ଏକ ଅଭିନବ ଯୋଜନା ହୋଇଥିବା ଅଭିଯୋଗ ହୋଇଛି। ବଡ଼ଚଣା ବ୍ଲକର ଅଶିଳା ଡ୍ରେନେଜ୍‌ ସିଷ୍ଟମ୍‌ ଏହାର ଉଦାହରଣ ପାଲଟିଛି। ଏହି ପାଟନାଳୀଟି କଟକ ଜିଲା ମାହାଙ୍ଗା ବ୍ଲକର ଦୋବଣ୍ଡିଆ ନିକଟରୁ ବାହାରି ଅଶିଳା ନିକଟ ବିରୂପା ନଦୀରେ ପଡ଼ିଛି। ମାଣ୍ଡୁକା ପଞ୍ଚାୟତର ଭାକୁଡ଼, ଦୌଲତପୁର, ପଦ୍ମନାଭପୁର ଓ ଅଶିଳା ଗ୍ରାମର ଚାଷ ଜମିରୁ ଜଳ ନିଷ୍କାସନ ପାଇଁ ଅଶିଳା ଡ୍ରେନେଜ୍‌ ସିଷ୍ଟମ ବ୍ୟବହାର ହୋଇଥାଏ। ଚଣ୍ଡିଖୋଲ ସବ୍‌ଡିଭିଜନ୍‌ ଅଧୀନରେ ଥିବା ଏହି ପାଟନାଳୀ ଖନନ ଓ ସଫେଇ ଆଳରେ ବ୍ୟାପକ ଅର୍ଥ ହରିଲୁଟ ହେବା ଚର୍ଚ୍ଚାର ବିଷୟ ହୋଇଛି।
ସୂଚନା ଅଧିକାରରୁ ମିଳିଥିବା ତଥ୍ୟ ଅନୁଯାୟୀ ୨୦୨୦ ଓ ୨୦୨୧ରେ ଏହାର ସଫେଇ ବାବଦରେ ୩୦ ଲକ୍ଷରୁ ଊର୍ଦ୍ଧ୍ୱଟଙ୍କା ଖର୍ଚ୍ଚ ହୋଇଥିବାବେଳେ ଏବେବି ପାଟନାଳୀରେ ଦଳ ଭର୍ତ୍ତି ହୋଇ ରହିଛି। କୌଣସି ଗୋଟିଏ କାମ ହୋଇ ନ ଥିବା ନେଇ ମାଣ୍ଡୁକା ପଞ୍ଚାୟତ ତରଫରୁ ଅଭିଯୋଗ ହୋଇଛି। ଏହାର ପୁନରୁଦ୍ଧାର ଓ ସଫେଇ ବାବଦରେ ବିଭାଗ ତରଫରୁ ମିଳିଥିବା ତଥ୍ୟ କହୁଛି, ୨୦୨୦ ଜୁଲାଇ ୩ରୁ ୧୭ ତାରିଖ ମଧ୍ୟରେ ୩ଟି ଏଫ୍‌ଟୁ ଜରିଆରେ ଖର୍ଚ୍ଚ କରାଯାଇଛି। ଠିକାଦାର ସସ୍ମିିତା ମହାନ୍ତିଙ୍କ ନାମରେ ୩ଲକ୍ଷ ୯୮ହଜାର୪ଶହ ୪୨ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ମୁକ୍ତିକାନ୍ତ ବିଶ୍ୱାଳଙ୍କ ନାମରେ ୨ଲକ୍ଷ ୯୭ହଜାର ୨ଶହ ୩୩ଟଙ୍କା ଖର୍ଚ୍ଚ କରାଯାଇଛି। ସେହିଭଳି ପ୍ରକାଶ ଚନ୍ଦ୍ର ରାଉତଙ୍କ ନାମରେ ୪ଲକ୍ଷ ୨୨ହଜାର ୫ଶହ ୭୯ଟଙ୍କା ଖର୍ଚ୍ଚ ହୋଇଛି। ଠିକ୍‌ ସେହି ବର୍ଷ ଅବିନାଶ ମହାନ୍ତିଙ୍କ ନାମରେ ୩ଲକ୍ଷ ୪ହଜାର ୫ଶହ ୧୬ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ଶେଷାନ୍ତ ରଞ୍ଜନ ନାଥଶର୍ମାଙ୍କ ନାମରେ ୨ ଲକ୍ଷ ୬୧ ହଜାର ୨ଶହ ୧୫ଟଙ୍କା ବ୍ୟୟ କରାଯାଇଛି।
ଦୁଇଟି ଯାକ ଏଫ-ଟୁ ଟେଣ୍ଡର ଡିସେମ୍ବର ୯ତାରିଖ ୨୦୨୦ରୁ ଆରମ୍ଭ କରାଯାଇ ୧୫ଦିନ ମଧ୍ୟରେ ଅର୍ଥାତ୍‌ ଡିସେମ୍ବର୨୩ ତାରିଖ ସୁଦ୍ଧା ଖର୍ଚ୍ଚ କରାଯାଇଛି। ସେହିଭଳି ଏହି ପାଟନାଳୀ ଖନନରେ ୨୦୨୧ ନଭେମ୍ବର ୨୨ରୁ ଡିସେମ୍ବର ୬ ମଧ୍ୟରେ ୨ଟି ଏଫ୍‌-ଟୁ କରାଯାଇଛି। ଗୋଟିଏ ନିରଞ୍ଜନ ସାହୁଙ୍କ ନାମରେ ୧ଲକ୍ଷ ୧୮ହଜାର ୫ଶହ ୫୬ଟଙ୍କା ହୋଇଥିବାବେଳେ ସଶ୍ମିତା ମହାନ୍ତିଙ୍କ ନାମରେ ୧ଲକ୍ଷ ୫୮ହଜାର ୪ଶହ ୪୬ଟଙ୍କା ଖର୍ଚ୍ଚ କରାଯାଇଛି। ସେହିପାଟନାଳୀରେ ୨୦୨୧ ମାର୍ଚ୍ଚ ୧୫ରୁ ୨୯ତାରିଖ ମଧ୍ୟରେ କିଶୋର ଚନ୍ଦ୍ର ବେହେରାଙ୍କ ନାମରେ ୪ଲକ୍ଷ ୯୧ହଜାର ୫ଶହ ୪୮ଟଙ୍କା ଖର୍ଚ୍ଚ କରାଯଇଥିବା ଦର୍ଶାଯାଇଛି। ପୁନର୍ବାର ୨୦୨୨ ଜାନୁୟାରୀ ୧୦ରୁ ୨୪ତାରିଖ ମଧ୍ୟରେ ପ୍ରକାଶ ଚନ୍ଦ୍ର ରାଉତଙ୍କ ନାମରେ ୩ଲକ୍ଷ ୨୦ହଜାର ୬ଶହ ୩୬ଟଙ୍କା ଖର୍ଚ୍ଚ କରାଯାଇଥିବା ବିଭାଗ ତରଫରୁ ଦର୍ଶାଯାଇଥିବା ବେଳେ କାମରେ କିନ୍ତୁ ଟଙ୍କାଟିଏ ବି ଖର୍ଚ୍ଚ କରାଯାଇନାହିଁ। ବର୍ଷାଦିନେ ଚାଷ ଜମିରୁ ଜଳ ନିଷ୍କାସନ ପାଇଁ ଏହି ପାଟନାଳୀ ବ୍ୟବହୃତ ହେଉଥିବା ବେଳେ ପ୍ରକୃତ ପକ୍ଷେ ଚାଷୀଙ୍କର ପାଟନାଳୀ ଦୁଃଖର କାରଣ ପାଲଟିଛି। ଏହି ପାଟନାଳୀ ଦେଇ ପାଣି ନିଷ୍କାସନ ହେଉ ନ ଥିବାରୁ ବହୁ ଚାଷ ଜମି ବୁଡ଼ି ରହୁଛି। ଏ ସମ୍ପର୍କରେ ଡ୍ରେନେଜ୍‌ ଡିଭିଜନ୍‌ର ଅଧୀକ୍ଷଣ ଯନ୍ତ୍ରୀ ଦିଲ୍ଲୀପ କୁମାର ମହାପାତ୍ର କହିଛନ୍ତି, ପ୍ରତ୍ୟେକ ବର୍ଷ ପାଟନାଳୀ ଗୁଡ଼ିକ ସଫେଇ ହୋଇଥାଏ। ସେଥିପାଇଁ ଏହି ବ୍ୟୟବରାଦ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ସମୀକ୍ଷା କଲେ ଜିଲାପାଳ: ନିର୍ବାହୀ ଅଧିକାରୀ ବିନୋଦ ବେହେରା ସମ୍ବର୍ଦ୍ଧିତ

ପୁରୁଷୋତ୍ତମପୁର, ୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଚଳିତ ବର୍ଷ ଅତ୍ୟନ୍ତ ଶାନ୍ତିଶୃଙ୍ଖଳାର ସହ ସମାପ୍ତ ହୋଇଛି।…

ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ଓ ଜଙ୍ଗଲ ନିଆଁ ସୁରକ୍ଷା ଚିନ୍ତା: କର୍ମଚାରୀ ଅଭାବ, ଅଧିକ…

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ସମେତ ବିଭିନ୍ନ ପ୍ରାଣୀ ନିର୍ଦ୍ଧିଷ୍ଟ ଅଞ୍ଚଳ ମଧ୍ୟରେ ଅଧିକାଂଶ ସମୟ ବସବାସ କରନ୍ତି। ତେଣୁ ସେମାନଙ୍କ…

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ମଦ ବନ୍ଦ ଦାବିରେ ଅବକାରୀ ଥାନା ଘେରିଲେ ମହିଳା

ପାଟଣା,୨ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣାବ୍ଲକ ବଡ଼ ପାଟଣା ପଞ୍ଚାୟତ ଓ ଟାଙ୍ଗରପଡ଼ା ପଞ୍ଚାୟତ ବିଭିନ୍ନ ଗ୍ରାମର ଶତାଧିକ ମହିଳା କେନ୍ଦୁଝର ଏମ୍‌ପି ଅନନ୍ତ ନାୟକଙ୍କ ଅବକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri