ପାଟନାଳୀ ସଫେଇ ନାଁରେ ଅର୍ଥ ହରିଲୁଟ୍‌

ଚଣ୍ଡିଖୋଲ,୩ା୯(ଡି.ଏନ୍‌.ଏ.): ଯାଜପୁର ଜିଲା ବଡ଼ଚଣା ବ୍ଲକର ଡ୍ରେନେଜ୍‌ ଡିଭିଜନ ତରଫରୁ ପାଟନାଳୀ ସଫେଇ ନାମରେ ବ୍ୟାପକ ଅର୍ଥ ହରିଲୁଟ୍‌ ହୋଇଛି। ଏହି ପାଟନାଳୀଗୁଡ଼ିକ ସାଧାରଣତଃ ଚାଷ ଜମିରୁ ଜଳ ନିଷ୍କାସନ ପାଇଁ ବ୍ୟବହାର ହୋଇଥାଏ। ତେବେ ବିଭାଗ ତରଫରୁ ଏହି କାର୍ଯ୍ୟରେ ଠିକାଦାରଙ୍କୁ ପୋଷିବା ପାଇଁ ଏକ ଅଭିନବ ଯୋଜନା ହୋଇଥିବା ଅଭିଯୋଗ ହୋଇଛି। ବଡ଼ଚଣା ବ୍ଲକର ଅଶିଳା ଡ୍ରେନେଜ୍‌ ସିଷ୍ଟମ୍‌ ଏହାର ଉଦାହରଣ ପାଲଟିଛି। ଏହି ପାଟନାଳୀଟି କଟକ ଜିଲା ମାହାଙ୍ଗା ବ୍ଲକର ଦୋବଣ୍ଡିଆ ନିକଟରୁ ବାହାରି ଅଶିଳା ନିକଟ ବିରୂପା ନଦୀରେ ପଡ଼ିଛି। ମାଣ୍ଡୁକା ପଞ୍ଚାୟତର ଭାକୁଡ଼, ଦୌଲତପୁର, ପଦ୍ମନାଭପୁର ଓ ଅଶିଳା ଗ୍ରାମର ଚାଷ ଜମିରୁ ଜଳ ନିଷ୍କାସନ ପାଇଁ ଅଶିଳା ଡ୍ରେନେଜ୍‌ ସିଷ୍ଟମ ବ୍ୟବହାର ହୋଇଥାଏ। ଚଣ୍ଡିଖୋଲ ସବ୍‌ଡିଭିଜନ୍‌ ଅଧୀନରେ ଥିବା ଏହି ପାଟନାଳୀ ଖନନ ଓ ସଫେଇ ଆଳରେ ବ୍ୟାପକ ଅର୍ଥ ହରିଲୁଟ ହେବା ଚର୍ଚ୍ଚାର ବିଷୟ ହୋଇଛି।
ସୂଚନା ଅଧିକାରରୁ ମିଳିଥିବା ତଥ୍ୟ ଅନୁଯାୟୀ ୨୦୨୦ ଓ ୨୦୨୧ରେ ଏହାର ସଫେଇ ବାବଦରେ ୩୦ ଲକ୍ଷରୁ ଊର୍ଦ୍ଧ୍ୱଟଙ୍କା ଖର୍ଚ୍ଚ ହୋଇଥିବାବେଳେ ଏବେବି ପାଟନାଳୀରେ ଦଳ ଭର୍ତ୍ତି ହୋଇ ରହିଛି। କୌଣସି ଗୋଟିଏ କାମ ହୋଇ ନ ଥିବା ନେଇ ମାଣ୍ଡୁକା ପଞ୍ଚାୟତ ତରଫରୁ ଅଭିଯୋଗ ହୋଇଛି। ଏହାର ପୁନରୁଦ୍ଧାର ଓ ସଫେଇ ବାବଦରେ ବିଭାଗ ତରଫରୁ ମିଳିଥିବା ତଥ୍ୟ କହୁଛି, ୨୦୨୦ ଜୁଲାଇ ୩ରୁ ୧୭ ତାରିଖ ମଧ୍ୟରେ ୩ଟି ଏଫ୍‌ଟୁ ଜରିଆରେ ଖର୍ଚ୍ଚ କରାଯାଇଛି। ଠିକାଦାର ସସ୍ମିିତା ମହାନ୍ତିଙ୍କ ନାମରେ ୩ଲକ୍ଷ ୯୮ହଜାର୪ଶହ ୪୨ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ମୁକ୍ତିକାନ୍ତ ବିଶ୍ୱାଳଙ୍କ ନାମରେ ୨ଲକ୍ଷ ୯୭ହଜାର ୨ଶହ ୩୩ଟଙ୍କା ଖର୍ଚ୍ଚ କରାଯାଇଛି। ସେହିଭଳି ପ୍ରକାଶ ଚନ୍ଦ୍ର ରାଉତଙ୍କ ନାମରେ ୪ଲକ୍ଷ ୨୨ହଜାର ୫ଶହ ୭୯ଟଙ୍କା ଖର୍ଚ୍ଚ ହୋଇଛି। ଠିକ୍‌ ସେହି ବର୍ଷ ଅବିନାଶ ମହାନ୍ତିଙ୍କ ନାମରେ ୩ଲକ୍ଷ ୪ହଜାର ୫ଶହ ୧୬ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ଶେଷାନ୍ତ ରଞ୍ଜନ ନାଥଶର୍ମାଙ୍କ ନାମରେ ୨ ଲକ୍ଷ ୬୧ ହଜାର ୨ଶହ ୧୫ଟଙ୍କା ବ୍ୟୟ କରାଯାଇଛି।
ଦୁଇଟି ଯାକ ଏଫ-ଟୁ ଟେଣ୍ଡର ଡିସେମ୍ବର ୯ତାରିଖ ୨୦୨୦ରୁ ଆରମ୍ଭ କରାଯାଇ ୧୫ଦିନ ମଧ୍ୟରେ ଅର୍ଥାତ୍‌ ଡିସେମ୍ବର୨୩ ତାରିଖ ସୁଦ୍ଧା ଖର୍ଚ୍ଚ କରାଯାଇଛି। ସେହିଭଳି ଏହି ପାଟନାଳୀ ଖନନରେ ୨୦୨୧ ନଭେମ୍ବର ୨୨ରୁ ଡିସେମ୍ବର ୬ ମଧ୍ୟରେ ୨ଟି ଏଫ୍‌-ଟୁ କରାଯାଇଛି। ଗୋଟିଏ ନିରଞ୍ଜନ ସାହୁଙ୍କ ନାମରେ ୧ଲକ୍ଷ ୧୮ହଜାର ୫ଶହ ୫୬ଟଙ୍କା ହୋଇଥିବାବେଳେ ସଶ୍ମିତା ମହାନ୍ତିଙ୍କ ନାମରେ ୧ଲକ୍ଷ ୫୮ହଜାର ୪ଶହ ୪୬ଟଙ୍କା ଖର୍ଚ୍ଚ କରାଯାଇଛି। ସେହିପାଟନାଳୀରେ ୨୦୨୧ ମାର୍ଚ୍ଚ ୧୫ରୁ ୨୯ତାରିଖ ମଧ୍ୟରେ କିଶୋର ଚନ୍ଦ୍ର ବେହେରାଙ୍କ ନାମରେ ୪ଲକ୍ଷ ୯୧ହଜାର ୫ଶହ ୪୮ଟଙ୍କା ଖର୍ଚ୍ଚ କରାଯଇଥିବା ଦର୍ଶାଯାଇଛି। ପୁନର୍ବାର ୨୦୨୨ ଜାନୁୟାରୀ ୧୦ରୁ ୨୪ତାରିଖ ମଧ୍ୟରେ ପ୍ରକାଶ ଚନ୍ଦ୍ର ରାଉତଙ୍କ ନାମରେ ୩ଲକ୍ଷ ୨୦ହଜାର ୬ଶହ ୩୬ଟଙ୍କା ଖର୍ଚ୍ଚ କରାଯାଇଥିବା ବିଭାଗ ତରଫରୁ ଦର୍ଶାଯାଇଥିବା ବେଳେ କାମରେ କିନ୍ତୁ ଟଙ୍କାଟିଏ ବି ଖର୍ଚ୍ଚ କରାଯାଇନାହିଁ। ବର୍ଷାଦିନେ ଚାଷ ଜମିରୁ ଜଳ ନିଷ୍କାସନ ପାଇଁ ଏହି ପାଟନାଳୀ ବ୍ୟବହୃତ ହେଉଥିବା ବେଳେ ପ୍ରକୃତ ପକ୍ଷେ ଚାଷୀଙ୍କର ପାଟନାଳୀ ଦୁଃଖର କାରଣ ପାଲଟିଛି। ଏହି ପାଟନାଳୀ ଦେଇ ପାଣି ନିଷ୍କାସନ ହେଉ ନ ଥିବାରୁ ବହୁ ଚାଷ ଜମି ବୁଡ଼ି ରହୁଛି। ଏ ସମ୍ପର୍କରେ ଡ୍ରେନେଜ୍‌ ଡିଭିଜନ୍‌ର ଅଧୀକ୍ଷଣ ଯନ୍ତ୍ରୀ ଦିଲ୍ଲୀପ କୁମାର ମହାପାତ୍ର କହିଛନ୍ତି, ପ୍ରତ୍ୟେକ ବର୍ଷ ପାଟନାଳୀ ଗୁଡ଼ିକ ସଫେଇ ହୋଇଥାଏ। ସେଥିପାଇଁ ଏହି ବ୍ୟୟବରାଦ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୫ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ: ବାନ୍ଧିଲା ପୋଲିସ

ବାରିପଦା,୨୭ା୧୨: ଜଣେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ଜଣେ ଶିକ୍ଷକ। ଏପରି ଏକ ନିନ୍ଦନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲା-ଝାରପୋଖରିଆ ଥାନା...

ମୟୂରଭଞ୍ଜ ଜିଲାରେ ଖୋଲିଲା ଧାନମଣ୍ଡି

ମୋରଡ଼ା,୨୭ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଅଧୀନ ଚିତ୍ରଡ଼ା ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ପରିସରରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଜିଲାସ୍ତରୀୟ ଖରିଫ...

ବାଇକ୍‌ରେ ଦାରିଙ୍ଗବାଡ଼ି ଫେରିବାବେଳେ ଦୁର୍ଘଟଣା: ୨ ଯୁବକ ଗୁରୁତର

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଡବେରୀ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବାଇକ୍‌ ଦୁର୍ଘଟଣା ଘଟି ୨ ଯୁବକ ଗୁରୁତର ହୋଇଥିବାବେଳେ ଜଣେ...

ଓଡ଼ିଶା ଆସି ଓଡ଼ିଆରେ କହିଲେ ନିର୍ବାଚନ କମିଶନର, ଜୟ ଜଗନ୍ନାଥରୁ ଅଭିଭାଷଣ ଆରମ୍ଭ କରି…

ପୁରୀ,୨୭ା୧୨: ଓଡ଼ିଶାରେ ଆସି ପହଞ୍ଚିଛନ୍ତି ଭାରତୀୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର। ୩ ଦିନିଆ ଓଡ଼ିଶା ଗସ୍ତରେ ସପରିବାର ଆସିଛନ୍ତି। ବିମାନବନ୍ଦରରେ ପହଞ୍ଚିବା ପରେ ସମସ୍ତ...

ପାଖେଇ ଆସୁଛି ନୂଆବର୍ଷ, ପୁରୀରେ ଭକ୍ତଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ନେଲା ବଡ଼ ନିଷ୍ପତ୍ତି

ପୁରୀ,୨୭।୧୨: ଡିସେମ୍ବର ମାସର ଶେଷ ଦିନଗୁଡ଼ିକରେ ପୁରୀ ଜଗନ୍ନାଥ ଧାମରେ ଭକ୍ତଙ୍କ ସଂଖ୍ୟାରେ ତୀବ୍ର ବୃଦ୍ଧି ପରିଲକ୍ଷିତ ହୋଇଛି। ଅଧିକାରୀଙ୍କ ଅନୁଯାୟୀ, ଏହି ବର୍ଦ୍ଧିତ ଭିଡ଼...

ଶ୍ରୀମନ୍ଦିରରେ ମୁଖ୍ୟ ନିର୍ବାଚନ କମିଶନର: ପରିବାର ସହ ମହାପ୍ରଭୁଙ୍କୁ କଲେ ଦର୍ଶନ

ପୁରୀ,୨୭।୧୨: ମୁଖ୍ୟ ନିର୍ବାଚନ କମିଶନ ଜ୍ଞାନେଶ କୁମାର ଶନିବାର ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସହିତ ଆର୍ଶୀବାଦ ଲାଭ କରିଛନ୍ତି । ମୁଖ୍ୟ...

ଡାକ୍ତରଙ୍କ ଆନ୍ଦୋଳନ: ଲାଇନ୍‌ରେ ଛିଡ଼ା ହୋଇଛନ୍ତି ରୋଗୀ

ଧର୍ମଶାଳା,୨୭।୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତରମାନେ ବିଭିନ୍ନ ଦାବି ନେଇ ୧ ଘଣ୍ଟିଆ ଆନ୍ଦୋଳନ ଆରମ୍ଭ କରିଛନ୍ତି। ରାଜ୍ୟରେ ମଞ୍ଜୁରୀପ୍ରାପ୍ତ...

ସଜେଇ ହେଉଛି ଦାରିଙ୍ଗବାଡି: ଶୀତ ମହୋତ୍ସବ ପାଇଁ ବଢୁଛି ଉତ୍କଣ୍ଠା

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଆସନ୍ତା ୮ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି।ଏଥିପାଇଁ ଦାରିଙ୍ଗବାଡି ଚଳ ଚଞ୍ଚଳ ହୋଇପଡିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri