ପାଟଣା/ଢେଙ୍କିକୋଟ,୨୬।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଧୋବାପିଟଣା ଗ୍ରାମର ଜଣେ ୪୨ ବର୍ଷିୟ ଯୁବକଙ୍କୁ ବୁଧବାର ଅପରାହ୍ନରେ ଏକ ମାଇ ହାତୀ ଶୁଣ୍ଢରେ କଚାଡ଼ି ଦେବା ପରେ ଯୁବକଙ୍କ ପିଠିରେ ହାତୀ ଗୋଡ଼ରେ ଚାପି ଦେଇଥିଲା। ଫଳରେ ଯୁବକଙ୍କ ମୃତ୍ୟୁ ଘଟିଚ୍ଛି। ମୃତକ ହେଉଛନ୍ତି ଉକ୍ତ ଗ୍ରାମର ପର୍ଶୁରାମ ଗାଗରାଇଙ୍କ ପୁଅ ମାଧବ ଗାଗାରାଇ ।
ସୂଚନା ଅନୁଯାୟୀ ଘଟଗାଁ ରେଞ୍ଜ ପିପିଳୀଆ ସଂରକ୍ଷିତ ଜଙ୍ଗଲ ର ଧୋବାପିଟଣା ରେ ଜଙ୍ଗଲ ମଧ୍ୟରେ ପୋଖରୀ ନିକଟରେ ୨୦ଟିକିଆ ବଣୁଆ ହାତୀ ପଲଡେରା ପକାଇ ଥିଲେ। ମାଧବସାଙ୍ଗ ସହ ଶୌଚ ହୋଇ ପୋଖରୀକୁ ଗାଧୋଇବାକୁ ଯାଉଥିବା ବେଳେ ମାଇ ହାତୀଟି ମାଧବ ପ୍ରଥମେଙ୍କୁ ଶୁଣ୍ଢରେ କଚାଡି ଦେବା ପରେ ଗୋଡରେ ଚାପି ମାରିଦେଇଥିଲା। ଏହାପରେ ସ୍ଥାନୀୟ ଲୋକ ଓ ଘଟଗାଁ ବନବିଭାଗ ଓ ଢେଙ୍କିକୋଟ ଫାଣ୍ଡି କର୍ମଚାରୀ ଉଦ୍ଧାର କରି ପାଟଣା ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ରକୁ ବ୍ୟବଛେଦ ପାଇଁ ଆଣି ଛନ୍ତି। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବାରୁ ଘଟଗାଁ ରେଞ୍ଜର ବବ୍ରୁ ବାହାନ ସାହୁ, ପାଟଣା ରେଞ୍ଜର ଆର୍ତ୍ତତ୍ରାଣ ମିର୍ଦ୍ଧା, ଢେଙ୍କିକୋଟର ଭାରପ୍ରାପ୍ତ ବନପାଳ ଶରଣ କୁମାର ବାରିକ, ବନରକ୍ଷୀ ପ୍ରଣୟିନୀ ଅମାତ ଓ ଶିବ ହାଁସଦା, ଢେଙ୍କି କୋଟ ଫାଣ୍ଡି ଅଧିକାରୀ ତ୍ରିନାଥ ନାଏକ ଓ ପାଟଣା ବନପାଳ ନିରଂଜନ ସେଠୀ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ।