ସୁଶାନ୍ତଙ୍କ ନାମରେ ନାମିତ ହେଲା ପାଟନାର ଏହି ଛକ

ପାଟନା: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଏବେ ବି ପ୍ରଶଂସକଙ୍କ ପାଇଁ ଦୁଃଖର କାରଣ ପାଲଟିଛି। ଅନେକ ଏହାକୁ ଗ୍ରହଣ କରିପାରୁନାହାନ୍ତି। ଗୋଟିଏ ପଟେ ତାଙ୍କର ମୃତ୍ୟୁକୁ ନେଇ ସିବିଆଇ ଯାଞ୍ଚ କରାଯିବାକୁ ଦାବି କରାଯାଉଥିବା ବେଳେ ଅନ୍ୟପକ୍ଷେ ପ୍ରଶଂସକମାନେ ତାଙ୍କର ସ୍ମୃତିରେ ଅନେକ କିଛି କରୁଥିବା ଦେଖାଯାଉଛି। ସେଭଳି ବିହାରର ରାଜଧାନୀ ପାଟନାରେ ତାଙ୍କ ନାମରେ ଏକ ଛକର ନାମ ରଖାଯାଇଛି। ରାଜୀବ ନଗର ଅଞ୍ଚଳରେ ସୁଶାନ୍ତଙ୍କ ପୈତୃକ ଘର ରହିଛି। ଏଣୁ ରାଜୀବ ନଗର ଚୈାକ୍‌କୁ ସୁଶାନ୍ତ ସିଂହ ରାଜପୁତ ଚୌକ୍‌ ନାମରେ ନାମକରଣ କରାଯାଇଛି। ନଗର ନିଗମ ପକ୍ଷରୁ ଆଧିକାରିକ ଭାବେ ଏ ନେଇ ବୋର୍ଡ ଲଗାଯାଇ ନ ଥିଲେ ବି ରାଷ୍ଟ୍ରୀୟ ରାଜପୁତ କରଣୀ ସେନା ପକ୍ଷରୁ ଏଭଳି କରାଯାଇଛି।
ସୁଶାନ୍ତଙ୍କ ଘରେ ତାଙ୍କ ବାପା ରହୁଛନ୍ତି। ଏଣୁ ସବୁଦିନ ତାଙ୍କ ପାଖକୁ ଲୋକଯାଇ ସାନ୍ବନା ଦେଉଛନ୍ତି। ରାଜନୀତି ଠାରୁ ଆରମ୍ଭ କରି କଳାକାରଜଗତ ସହ ଜଡ଼ିତ ଲୋକ ନିଜର ସମବେଦନା ଜଣାଉଛନ୍ତି।

Share