ପୋଲିସ ସହ ଛାତ୍ରୀଛାତ୍ରଙ୍କ ଘମାଘୋଟ ସଂଘର୍ଷ: ଦିଲ୍ଲୀ ପରେ ଏବେ ଏଇଠି ତେଜିଲା ଆନ୍ଦୋଳନ, CJPକୁ ସମର୍ଥନ କରି…

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀରେ ସଂସଦ ଭବନ ମାର୍ଚ୍ଚ ସମୟରେ ଯେପରି ଚିତ୍ର ସାମ୍ନାକୁ ଆସିଥିଲା, କିଛି ସେହିପରି ଚିତ୍ର ବୁଧବାର ରାଜଧାନୀ ପାଟନାରେ ଦେଖିବାକୁ ମିଳିଛି। ‘ଆଇସା’ (AISA) ପକ୍ଷରୁ ବୁଧବାର ସକାଳେ ରାଜଭବନ (ଲୋକଭବନ) ମାର୍ଚ୍ଚ ଅନୁଷ୍ଠିତ ହୋଇଥିଲା। ଏହି ସମୟରେ ଗାନ୍ଧୀ ମଇଦାନ ନିକଟରେ ପୋଲିସ ସେମାନଙ୍କୁ ଅଟକାଇବା ପାଇଁ ପ୍ରୟାସ କରିଥିଲା।

ପୋଲିସ ଦ୍ୱାରା ଅଟକାଯିବା ପରେ ଛାତ୍ରଛାତ୍ରୀଙ୍କ ସହ ଘମାଘୋଟ ସଂଘର୍ଷ ହୋଇଥିଲା। ଏଭଳି ପରିସ୍ଥିତିରେ ପୋଲିସ ଛାତ୍ରୀଛାତ୍ରଙ୍କ ଉପରେ tear gas ଗୋଳା ବର୍ଷା କରିଥିଲା। ଏହା ସହିତ ୱାଟର କାନନ (water cannon) ଜରିଆରେ ପାଣି ମାଡ଼ କରି ସେମାନଙ୍କୁ ଘଉଡ଼ାଇବା ପାଇଁ ଚେଷ୍ଟା କରାଯାଇଥିଲା। ସୂଚନାଯୋଗ୍ୟ ଯେ NEET ପେପର ଲିକ୍‌ ମାମଲାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରି ‘ଅଲ ଇଣ୍ଡିଆ ଷ୍ଟୁଡେଣ୍ଟସ ଆସୋସିଏସନ’ (AISA) ପକ୍ଷରୁ ଏହି ପ୍ରଦର୍ଶନ କରାଯାଉଛି। ଦିଲ୍ଲୀର ଜନ୍ତର-ମନ୍ତରରେ ଚାଲିଥିବା CJP ର ଆନ୍ଦୋଳନକୁ ଏହି ସଂଗଠନ ସମର୍ଥନ କରିବା ସହ ପାଟନା ରାସ୍ତାରେ ଜୋରଦାର ପ୍ରଦର୍ଶନ କରିଥିଲା। ୱାଟର କାନନ ର ପାଣି ମାଡ଼ ଏବଂ ଆଣ୍ଠୁଆ ଗ୍ୟାସ ଗୋଳା ଛଡ଼ାଯିବା ପରେ ମଧ୍ୟ ଏହି ଛାତ୍ରମାନେ ରାସ୍ତାରେ ଅଟଳ ରହିଥିଲେ।

 

Odisha’s No.1 Odia Daily