ବିବାହ ଶୋଭାଯାତ୍ରାରେ ବାଜୁଥିଲା ‘ପତଲି କମରିଆଁ ମୋରି’, ସମ୍ଭାଳି ରହିପାରିଲେନି କୁନିକୁନି ପିଲା…

ପିଲାମାନଙ୍କର ମନ ଅତ୍ୟନ୍ତ ସରଳ ଆଉ ନିଷ୍କପଟ। ଏମାନଙ୍କ ଭିତରେ କୌଣସି ଛଳନା ନ ଥାଏ। ଶିଶୁ ଚପଳ ମନରେ ସେମାନେ କେବେ ଭାବନ୍ତିନି ଆମେ କ’ଣ କଲେ କିଏ କ’ଣ ଭାବିବ। ସେମାନେ ଯାହା ପାରନ୍ତି କରି ବସନ୍ତି। ଏବେ ସୋସିଆଲ ମିଡିଆରେ ସେମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଠାରେ ସ୍କୁଲ ବସ୍‌ରେ ଯାଉଥିବା ପିଲାମାନେ ଏପରି ଡ୍ୟାନ୍ସ ପ୍ରଦର୍ଶନ କଲେ ଯେ, ସମସ୍ତେ ସେମାନଙ୍କର ପିଲାଦିନକୁ ଫେରିଗଲେ।

@darshanvpathak ନାମକ ଏକ ଟୁଇଟର ଆକାଉଣ୍ଟରେ ଶେୟାର ହୋଇଥିବା ଭିଡିଓ ଦେଖି ଆପଣ ମଧ୍ୟ କିଛି ସମୟ ପାଇଁ ନିଜର ପିଲାଦିନକୁ ଫେରିଯିବେ। ସ୍କୁଲ ବସ୍‌ ରାସ୍ତାରେ ଠିଆ ହୋଇଥିଲା। ଏହି ସମୟରେ ଏକ ବିବାହ ଶୋଭାଯାତ୍ରା ଯାଉଥିଲା। ଏଥିରେ ‘ପତଲି କମରିଆଁ ମୋରି’ ଗୀତ ବାଜୁଥିଲା। ଯାହା ଶୁଣି ବସ୍‌ରେ ଥିବା ପିଲାମାନେ ନିଜକୁ ଅଟକାଇ ପାରି ନ ଥିଲେ। ସମସ୍ତେ ଏହି ଗୀତରେ ନାଚିବା ଆରମ୍ଭ କରିଥିଲେ। ଲୋକମାନେ ଏହି ଭିଡିଓକୁ ବହୁତ ପସନ୍ଦ କରିଛନ୍ତି। । ଭିଡିଓଟ ୩ ଲକ୍ଷରୁ ଅଧିକ ଭ୍ୟୁ ପାଇଛି।

ଏହି ଦୃଶ୍ୟ ଯେତେବେଳେ ବରଯାତ୍ରୀମାନେ ଦେଖିଲେ ସେମାନେ ନିଜ ନାଚ ଛାଡ଼ି ପିଲାଙ୍କ ନାଚକୁ ଉପଭୋଗ କଲେ। ୟୁଜରମାନେ ଏହି ଭିଡିଓ ଦେଖି ନାନା ମନ୍ତବ୍ୟ ଦେଇଛନ୍ତି। ଜଣେ ୟୁଜର କହିଛନ୍ତି, ୟାକୁ ହିଁ କୁହନ୍ତି ପିଲାଦିନ। ସେହିପରି ଆଉ କିଛି ୟୁଜର, ସେମାନଙ୍କର ପିଲାଦିନରେ ଏପରି ଜୀବନ ବିତାଇ ନ ଥିବାରୁ ଦୁଃଖ ପ୍ରକାଶ କରିଛନ୍ତି। ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ଜୀବନର ସବୁଠାରୁ ସୁବର୍ଣ୍ଣ ସମୟ,‘ ବାଲ୍ୟକାଳ’। ଆଉ ଜଣେ ଲେଖିଛନ୍ତି – ‘ଏହି ଯୁଗର ଆନନ୍ଦ ଅଲଗା’। ପିଲାଙ୍କ ଏହି ଡ୍ୟାନ୍ସ ଭିଡିଓ ଲୋକଙ୍କ ହୃଦୟକୁ ବେଶ୍‌ ଛୁଇଁପାରିଛି।

Share