କେସିଙ୍ଗା,୧୮।୧୨(ତୁମେଶ୍ୱର ସାହୁ): ଜିଲା ସ୍ବାସ୍ଥ୍ୟ ସମିତି କଳାହାଣ୍ଡି ଆନୁକୁଲ୍ୟରେ ଏମ୍ସ ଭୁବନେଶ୍ୱର ଏବଂ ଦିଲ୍ଲୀ ଜହ୍ନ ହୋପକିନସ ୟୁନିଭର୍ ସିଟି(John Hopkins University) ଆନୁକୁଲ୍ୟରେ ସ୍ଥାନୀୟ ଏକ ହୋଟେଲରେ ଆମ୍ରାପାଲି କ୍ଲାସିକ ପିଓସିକ୍ୟୁଆଇ(POCQI) ପ୍ରକଳ୍ପର ଶୁଭାରମ୍ଭ ହୋଇଯାଇଛି।
ସ୍ବାସ୍ଥ୍ୟ କେନ୍ଦ୍ରରେ ମିଳୁଥିବା ସେବାଗୁଡ଼ିକର ଗୁଣବତ୍ତାକୁ ଉନ୍ନତ କରି ଆୟୁଷମାନ ଅରୋଗ୍ୟ ମନ୍ଦିର ଏବଂ ଆୟୁଷମାନ ଆରୋଗ୍ୟ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ମିଳୁଥିବା ଅଣ ସଂକ୍ରାମକ ସେବା ଯଥା ଉଚ୍ଚ ରକ୍ତ ଚାପ, ଡାଇବେଟିସର ସେବାର ଗୁଣବତ୍ତାକୁ ଉନ୍ନତ କରି ରୋଗୀଙ୍କୁ ସେବା ଯୋଗାଇଦେବା ଏହାର ମୁଖ୍ୟ ଲକ୍ଷ୍ୟ। ଏପରିକି ସ୍ବାସ୍ଥ୍ୟ ସେବାରେ ସମାନତା, ନ୍ୟାୟ ପ୍ରତିଷ୍ଠା ଏବଂ ପିଓସିକ୍ୟୁଆଇ ଉଦ୍ୟମରେ ଅଧିକ ପ୍ରସାର ପ୍ରଚାର କରିବା କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ରହିଛି।
ଉଦ୍ଘାଟନୀ ସମାରୋହରେ ଅତିରିକ୍ତ ଜିଲାପାଳ ବୈତାରୁ ଦୀପ, ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଏହି ଉତ୍ସବକୁ ଉଦ୍ଘାଟନ କରିଥିଲେ। ଉକ୍ତ ସେବାଗୁଡିକ ଭୁବନେଶ୍ୱର ଏମ୍ସ ପକ୍ଷରୁ ସହାୟତା ଯୋଗାଇବା ଦେବା ପାଇଁ ସ୍ଥିର ହୋଇଛି।
ଏଥିରେ ଡ଼ା.ରାକେଶ କୁମାର ସାହୁ, ଡ.ଦେବୀ ପ୍ରସାଦ ମହାପାତ୍ର, ଦିଲୀପ କୁମାର ଦୁବେ ଡିପିଏମ୍ କଳାହାଣ୍ଡି ଏନଏଚ୍ଏମ, ଡ .ଆନନ୍ଦ କ୍ରୀଷ୍ଣା, ଡ.ମୋହନ ବୈରୱା ନ୍ୟୁ ଦିଲ୍ଲୀ ଏମ୍ସ, ଡ.ବିନୋଦ କୁମାର ପାତ୍ର ଏମ୍ସ ଭୁବନେଶ୍ୱର ପ୍ରମୁଖ ଯୋଗଦେଇ ଥିଲେ।


