ରୋଗୀଙ୍କୁ ମିଳୁନି ସ୍ବାସ୍ଥ୍ୟ ସେବା

ଯୋଡା, ୩।୧(ଡି.ଏନ୍‌.ଏ.)-କେନ୍ଦୁଝର ଜିଲା ଯୋଡା ବ୍ଲକ କମାରଯୋଡ଼ାରେ ରହିଛି ସରକାରୀ ଡାକ୍ତରଖାନା। ଏଠାରେ ଡାକ୍ତର, କର୍ମଚାରୀ ଅଭାବ ଯୋଗୁ ସ୍ଥାନୀୟ ଲୋକେ ଉତ୍ତମ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଅପରପକ୍ଷରେ ଡିଷ୍ଟ୍ରିକ୍ଟ ମିନେରାଲ ଫାଉଣ୍ଡେସନ(ଡିଏମ୍‌ଏଫ୍‌)ରେ ହଜାର ହଜାର କୋଟି ଟଙ୍କା ଥାଇ ମଧ୍ୟ ଯୋଡା ଅଞ୍ଚଳରେ ସ୍ବାସ୍ଥ୍ୟସେବା ଫେଲ୍‌ ମାରିଥିବା ଅଭିଯୋଗ ହେଉଛି।
ସୂଚନା ଅନୁଯାୟୀ, ବ୍ଲକର ୧୫ଟି ପଞ୍ଚାୟତ ଓ ଯୋଡ଼ା ପୌରପାଳିକାର ୧୪ଟି ୱାର୍ଡ ଏହି ଡାକ୍ତରଖାନା ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ଥିବାବେଳେ ଏଠାରେ ୭ ଜଣ ବିଭିନ୍ନ ବିଭାଗର ଡାକ୍ତର ଓ ୬ ଜଣ ନର୍ସ ରହିଛନ୍ତି। ସେଥିମଧ୍ୟରୁ ୪ ଜଣ ସରକାରୀ ଏବଂ ୩ ଜଣ ଡିଏମ୍‌ଏଫ୍‌ ମାଧ୍ୟମରେ ନିଯୁକ୍ତି ପାଇଛନ୍ତି। ଦୀର୍ଘ ୬ ବର୍ଷ ହେବ ଅର୍ଥୋପେଡିକ୍‌ ବିଭାଗର ଡାକ୍ତର,ଦୀର୍ଘ ୨ବର୍ଷରୁ ଉର୍ଦ୍ଧ୍ୱହେବ ଶିଶୁରୋଗ ବିଶେଷଜ୍ଞ ପଦବୀ ଖାଲି ପଡିଥିବା ବେଳେ ଜଣେ ମୁଖ୍ୟ ସର୍ଜରୀ ଡାକ୍ତର ନାହାନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏଠାରେ ମୁଖ୍ୟ ଚିକିତ୍ସା ଅଧିକାରୀ ନାହାନ୍ତି। ଡାକ୍ତରଖାନାରେ ଆମ୍ବୁଲାନ୍ସ ଗାଡିର ଅଭାବ ଥିବାରୁ ରାତିବେଳା ଜରୁରୀକାଳୀନ ଅବସ୍ଥାରେ ଡାକ୍ତର ପହଞ୍ଚିବାରେ ସମସ୍ୟା ହେଉଛିି ା ସ୍ବାସ୍ଥ୍ୟବିଭାଗ ପକ୍ଷରୁ କେବଳ ଚୁକ୍ତିଭିତ୍ତିକ ଫାର୍ମାସିଷ୍ଟ ରଖାଯାଇ କାର୍ଯ୍ୟ କରାଯାଉଛି ା ଗତ ଡିସେମ୍ବର ୩୧ରେ ନିଯୁକ୍ତ ଥିବା ଚୁକ୍ତିଭିତ୍ତିକ ୨ ଜଣ ଫାର୍ମାସିଷ୍ଟଙ୍କର କାର୍ଯ୍ୟକାଳ ଶେଷ ହୋଇଯାଇଥିଲା ବେଳେ ପୁନର୍ବାର ସେମାନଙ୍କୁ ଏକ ମାସ ପାଇଁ ନିଯୁକ୍ତି ଦିଆଯାଇଥିବା ଖବର ହସ୍ତଗତ ହୋଇଛି। ଏଠାରେ ନିଯୁକ୍ତ ୯ ସ୍ବାସ୍ଥ୍ୟକର୍ମୀଙ୍କର କାର୍ଯ୍ୟ କାଳ ଶେଷ ହୋଇଥିବାରୁ ସ୍ବାସ୍ଥ୍ୟସେବା ଯୋଗାଇବାରେ ସମସ୍ୟା ହେଉଛି। ଜିଲା ସ୍ବାସ୍ଥ୍ୟବିଭାଗ ପକ୍ଷରୁ ସିଧାସଳଖ ନିଯୁକ୍ତି ଦିଆ ନ ଯାଇ ଏକ ଏନ୍‌ଜିଓ ସଂସ୍ଥା ମାଧ୍ୟମରେ ଉକ୍ତ ସ୍ବାସ୍ଥ୍ୟ କର୍ମଚାରୀ ଓ ଫାର୍ମାସିଷ୍ଟଙ୍କୁ ଚୁକ୍ତିଭିତ୍ତିକ ଅସ୍ଥାୟୀ ନିଯୁକ୍ତି ଦିଆଯାଉଥିବା ଜାଣିବାକୁ ମିଳିଛି। ପୁଣି ଏଠାରେ ଜରୁରୀକାଳୀନ ଅସ୍ତ୍ରୋପୋଚାର ଗୃହର ବ୍ୟବସ୍ଥା ଏଯାଏ ହୋଇନାହିଁ। ଏ ସମ୍ପର୍କରେ ଯୋଡା ବିକାଶ ପରିଷଦର ସଭାପତି ନିରଞ୍ଜନ ବହିଦାର ଓ ସମ୍ପାଦକ ସୁଶାନ୍ତ କୁମାର ବାରିକ କୁହନ୍ତି ଏହି ସରକାରୀ ଡାକ୍ତରଖାନା ବିଭିନ୍ନ ସମସ୍ୟା ଦେଇ ଗତି କରୁଛି। ଏଠାରେ ସାଧାରଣ ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ମିଳୁନାହିଁ ା ଏନେଇ ଗତବର୍ଷ ଜୁଲାଇ ୩ରେ ଯୋଡା ବିକାଶ ପରିଷଦ ପକ୍ଷରୁ ଅପରେସନ ଥିଏଟରକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବାପାଇଁ ଲିଖିତ ଭାବେ ଜିଲା ସ୍ବାସ୍ଥ୍ୟବିଭାଗକୁ ଜଣାଇଥିଲେ। ଏଠାକାର ଜନସାଧାରଣଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ମିଳିବା ସହ ଅଞ୍ଚଳରେ ଥିବା କର୍ପୋରେଟ ସଂସ୍ଥା ଗୁଡିକ ମଧ୍ୟ କମାରଯୋଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବାରେ ସମ୍ପୂର୍ଣ୍ଣ ସହଯୋଗ କରିବା ଆବଶ୍ୟକ ବୋଲି ସେମାନେ କହିଛନ୍ତି। ଅପରପକ୍ଷେ କେନ୍ଦୁଝର ଜିଲାପାଳ ଆଶିଷ ଠାକରେ କହିଛନ୍ତି, ଏଠାରେ ରୋଗୀ ସେବାକୁ ଅଗ୍ରାଧିକାର ଭିତ୍ତିରେ ଯୋଗାଇ ଦେବାର ସମସ୍ତ ଆବଶ୍ୟକ ପଦକ୍ଷେପ ନେବା ପାଇଁ ଜିଲା ପ୍ରଶାସନ ଉଦ୍ୟମ ଜାରି ରଖିଛି। ଯଦି କୌଣସି ଅସୁବିଧା ଥାଏ ତେବେ ଅତିଶୀଘ୍ର ଏହାର ସମାଧାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri