ଆଣ୍ଟିଜେନ କିଟ୍‌ ଅଭାବରୁ ଫେରୁଛନ୍ତି ରୋଗୀ

କଟକ ଅଫିସ,୨୮।୮: ସରକାର କହୁଛନ୍ତି ଟେଷ୍ଟ ସଂଖ୍ୟା ବଢିଲେ ପଜିଟିଭ ସଂଖ୍ୟା ବଢିବ। ତେବେ ଯାଇ ଶୀଘ୍ର କରୋନାକୁ ମାତ୍‌ ଦେଇହେବ। କିନ୍ତୁ କଟକରେ ଏହି କଥାର କିଛି ଗୁରୁତ୍ୱ ଥିଲା ପରି ମନେ ହେଉ ନାହିଁ। କାରଣ ଏଠାରେ ଚଳିତ ସପ୍ତାହର ପ୍ରଥମ ଦିନରୁ ହିଁ ପ୍ରମୁଖ ହସ୍ପିଟାଲ ଗୁଡ଼ିିକରେ ଟେଷ୍ଟ କରିବା ପାଇଁ ଆଣ୍ଟିଜେନ କିଟ୍‌ର ଅଭାବ ପରିଲକ୍ଷିତ ହୋଇଛି। ଗତ ସୋମବାର କଟକସ୍ଥ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ପ୍ରତିଷ୍ଠାନରେ କିଟ୍‌ ନ ଥିବା ନେଇ ଏସ୍‌ସିବିର ଭିଡିଆର୍‌ଏଲ୍‌ ବିଭାଗକୁ ଅବଗତ କରାଯାଇଥିଲା। ଫଳରେ ମଙ୍ଗଳବାର କାମ ଚଳାଇବା ଲାଗି ୫୦ଟି କିଟ୍‌ ମିଳିଥିଲା। କିନ୍ତୁ ପ୍ରକୃତ ପକ୍ଷେ ଏଠାରେ କାଜୁଆଲିଟି, ଆଉଟଡୋର୍‌, ରେଡିଓଥେରାପି, କେମୋଥେରାପି ଆଦି ବିଭାଗ ପାଇଁ ଦୈନିକ ୧୫୦ କିଟ୍‌ ଆବଶ୍ୟକ ପଡ଼ିିଥାଏ। ତେଣୁ ମଙ୍ଗଳବାର କେବଳ ଆଉଟଡୋର୍‌ରେ ଟେଷ୍ଟ କରିବା ପାଇଁ ୧୦୦ ଜଣ ନାମ ପଞ୍ଜୀକରଣ କରିଥିଲେ। କିନ୍ତୁ ୬୦ଜଣଙ୍କ ଟେଷ୍ଟ ପରେ କିଟ୍‌ ସରିଯିବାରୁ ଅବଶିଷ୍ଟ ୪୦ଜଣଙ୍କୁ ଫେରାଇ ଦିଆଯାଇଥିଲା। ଗାଡ଼ି ଚଳାଚଳ ସ୍ବାଭାବିକ ନ ହୋଇଥିବାରୁ ସେମାନେ ହଇରାଣ ହୋଇ ଘରକୁ ଫେରିଥିଲେ। ପରେ ବୁଧବାର ଆଉ ୫୦ କିଟ୍‌ ସିଡିଏମ୍‌ଓ କାର୍ଯ୍ୟାଳୟରୁ ମିଳିଥିଲା। ଗୁରୁବାର ଆଉଟଡୋରରେ ୯୩ ରୋଗୀ ନାମ ପଞ୍ଜୀକରଣ କରିଥିଲେ। ୫୦ ଜଣଙ୍କ ପରୀକ୍ଷା ସରିବା ପରେ ବାକି ରୋଗୀଙ୍କ ଆର୍‌ଟିପିସିଆର୍‌ ବାଧ୍ୟ ହୋଇ କରାଯାଇଥିଲା। ଯାହା ସମୟ ସାପେକ୍ଷ ଥିଲା। ଏଠାରେ ରୋଗୀଙ୍କ ଚିକିତ୍ସା ପକ୍ରିୟା ଆରମ୍ଭ କରିବାକୁ ଅଧିକ ଦିନେ ଦୁଇଦିନ ଅପେକ୍ଷା କରିବାକୁ ପଡୁଛି। କାରଣ ଚିକିତ୍ସା ପୂର୍ବରୁ କରୋନା ପରୀକ୍ଷା ବାଧ୍ୟତାମୂଳକ ରହିଛି।
କେବଳ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ପ୍ରତିଷ୍ଠାନ ନୁହେଁ ଏସ୍‌ସିବିରେ ମଧ୍ୟ ସମାନ ସ୍ଥିତି। ଏଠାରେ ଆଣ୍ଟିଜେନ କିଟ୍‌ ନ ଥିବାରୁ ଗୁରୁବାର ସୁପର୍‌ ସ୍ପେସିଆଲିଟି ଆଉଟଡୋର୍‌ରେ ଶତାଧିକ ରୋଗୀ ହଇରାଣ ହୋଇଛନ୍ତି। ଉଭୟ ନ୍ୟୁରୋଲୋଜି ଓ ନେଫ୍ରୋଲୋଜି ବିଭାଗ ଆଉଟଡୋର୍‌ରେ ଡାକ୍ତରଙ୍କ ପରାମର୍ଶ ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ରୋଗୀ ଆସିଥିଲେ। କିନ୍ତୁ ମାତ୍ର ୨୦ଜଣଙ୍କ ଆଣ୍ଟିଜେନ ପରୀକ୍ଷା କରାଯିବା ପରେ କିଟ୍‌ ସରିଗଲା। ଫଳରେ ହସ୍ପିଟାଲ କର୍ତ୍ତୃପକ୍ଷ ବିକଳ୍ପ ଭାବେ ଆର୍‌ଟିପିସିଆର୍‌ କରାଇଥିଲେ। ରିପୋର୍ଟ ବିଳମ୍ବରେ ଆସିବା ଯୋଗୁ ଯେଉଁମାନେ ସେହି ଦିନ ଘରକୁ ଫେରିବାର ଥିଲା ସେମାନେ ବାଧ୍ୟ ହୋଇ ଅଟକି ରହିଲେ। ଏବେ ଉଭୟ ମେଡିକାଲ୍‌ କର୍ମଚାରୀ ଓ ରୋଗୀ କିଟ୍‌ ନ ଥିବା କାରଣରୁ ପ୍ରତିଦିନ ହନ୍ତସନ୍ତ ହେଉଛନ୍ତି। କିଟ୍‌ ଅଭାବ ଅଭିଯୋଗକୁ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ପ୍ରତିଷ୍ଠାନ, ଏସ୍‌ସିବି କର୍ତ୍ତୃପକ୍ଷ ଏବଂ କଟକ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ସ୍ବୀକାର କରିଛନ୍ତି। ଏ ନେଇ ସିଡିଏମ୍‌ଓ ଡା. ସତ୍ୟବ୍ରତ ଚ୍ଛୋଟରାୟ କହିଛନ୍ତି, ଆମେ ଶୁଣୁଛୁ କିଟ୍‌ ଭୁବନେଶ୍ୱରରେ ଯଥେଷ୍ଟ ଅଛି, କିନ୍ତୁ କଟକରେ ଅଭାବ। ତଥାପି ସମସ୍ୟା ଶୀଘ୍ର ସମାଧାନ ହୋଇଯିବ ବୋଲି ଆଶା ରଖିଛୁ।


Enter your email to get our daily news in your inbox.

All Right Reserved By Dharitri.Com

ମଝି ରାସ୍ତାରେ ଓଲୋଟିଲା ଯାତ୍ରା ପାର୍ଟି ଟ୍ରକ

ଧାମନଗର,୪।୪( ସନ୍ତୋଷ କୁମାର ମହାପାତ୍ର): ଧାମନଗର ଥାନା ଭଣ୍ଡାରି ପଦି ଛକ ନିକଟସ୍ଥ ଏସଡିପିଓ ଅଫିସ ସାମ୍ନାରେ ଧାମନଗର ଭଦ୍ରକ  ମୁଖ୍ୟ ରାସ୍ତାରେ ଶନିବାର ଅପରାହ୍ନରେ ଏକ…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

ବ୍ଲକସ୍ତରୀୟ ପ୍ରବେଶ ଉତ୍ସବରେ ଖଡ଼ିଛୁଇଁଲେ ଶିଶୁ

କର୍ଲାମୁଣ୍ଡା:୪।୪(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଶନିବାର ବ୍ଲକସ୍ତରୀୟ ପ୍ରବେଶ ଉତ୍ସବ ଏବଂ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ…

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

ଇସ୍ତଫା ଦେଲେ ପେଣ୍ଡିଲି ସରପଞ୍ଚ, କାରଣ କହିଲେ…

ଗୁଡାରି,୪।୪(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ସରପଞ୍ଚ ରେଣୁକା ଶବର ନିଜ ପଦବୀରୁ ଶନିବାର ଅପରାହ୍ନରେ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା…

ଚାଲିଛି ଆଇପିଏଲ ସିଜନ୍‌: ଯୁବ ଗୋଷ୍ଠୀଙ୍କୁ ଲୋଭ ଦେଖାଇ ଆକୃଷ୍ଟ କରୁଛନ୍ତି ଦଲାଲ

ଗଞ୍ଜାମ,୪।୪(ବିଦ୍ୟାଧର ସାହୁ ): ବର୍ତ୍ତମାନ ଆରମ୍ଭ ହୋଇଯାଇଛି ଆଇପିଏଲ ସିଜନ । ପ୍ରତ୍ୟେକ ଦିନ ବିଭିନ୍ନ ଫ୍ରାଞ୍ଚାଇଜ ଦଳ ସହ ଅନୁଷ୍ଠିତ ହେଉଛି ୨୦-୨୦ ମ୍ୟାଚ ।…

ପୁରୀ ବିମାନବନ୍ଦର ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଭକ୍ତ, କହିଲେ…

ଭୁବନେଶ୍ୱର,୪ା୪: ପୁରୀ ବିମାନବନ୍ଦର ପାଇଁ ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ପିସିସି ସଭାପତି ଭକ୍ତ ଶନିବାର ଗଣମାଧ୍ୟକୁ…

ନିଜ ପଢ଼ା ସମୟର କଥା କହିଲେ ଉପଜିଲାପାଳ: କେମିତି ପଢ଼ିଲେ…

ତୁମୁଡିବନ୍ଧ,୪।୪(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧସ୍ଥିତ ନେତାଜୀ ସୁଭାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ଭାବେ ନିର୍ମିତ ହୋଇଥିବା କୋଠା ଗୃହକୁ ବାଲିଗୁଡା ଉପଜିଲାପାଳ …

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri