ଆମ୍ବୁଲାନ୍ସ ସେବା ନ ପାଇ ରୋଗୀ ହନ୍ତସନ୍ତ

ପୁରୁଷୋତ୍ତମପୁର,୧୬ା୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଦୀର୍ଘ ୧୧ ମାସ ହେଲା ଆମ୍ବୁଲାନ୍ସ ନ ଥିବା ଯୋଗୁଁ ରୋଗୀମାନେ ହନ୍ତସନ୍ତ ହୋଇ ଅଯଥା ଖର୍ଚ୍ଚାନ୍ତ ହେଉଛନ୍ତି। ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀଙ୍କ ଦାୟିତ୍ୱହୀନତା ଯୋଗୁଁ ଏଭଳି ସମସ୍ୟା ସୃଷ୍ଟିହୋଇଥିବା ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ, ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ବହୁ ଜନସାଧାରଣ ନିର୍ଭର କରନ୍ତି। ଖଲ୍ଲିକୋଟ ବିଧାୟକ ତାଙ୍କ ହାତପାଣ୍ଠିରୁ ୨୦୧୬ ନଭେମ୍ବର ୩୦ରେ ଏକ ମାରୁତି ଆମ୍ବୁଲାନ୍ସ (ନଂ ଓଡି ୦୭ ପି ୯୧୨୧) ଯୋଗାଇ ଦେଇଥିଲେ। ଏହାର ରକ୍ଷଣାବେକ୍ଷଣ ଓ ଆବଶ୍ୟକୀୟ କାଗଜପତ୍ର ସ୍ବାସ୍ଥ୍ୟ ବିଭାଗର ଦାୟିତ୍ୱ ଥିଲା। ମାତ୍ର ଅଧିକାରୀ ଓ କର୍ମଚାରୀମାନେ ଦାୟିତ୍ୱହୀନ ଭାବେ ଗାଡ଼ିର ସି ସାର୍ଟିଫିକେଟ (ଇନସୁରାନ୍ସ)ର ଅବଧି ୨୦୨୦ ମାର୍ଚ୍ଚ ୩୧ରୁ ଶେଷ ହୋଇଥିଲେ ମଧ୍ୟ ତାହାକୁ ନବୀକରଣ କରିନଥିଲେ। ଗତ ଫେବୃଆରୀ ୧୭ରେ ଜଣେ ରୋଗୀଙ୍କୁ ବ୍ରହ୍ମପୁର ବଡ଼ମେଡିକାଲରେ ଛାଡି ଆସିବା ବେଳେ ଚମାଖଣ୍ଡି ଥାନା ଅନ୍ତର୍ଗତ ଜଗନ୍ନାଥପୁରଠାରେ ଗାଡ଼ିଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାକୁ ଚପାଇଦେବା ଉଦ୍ଦେଶ୍ୟରେ ସ୍ବାସ୍ଥ୍ୟକେନ୍ଦ୍ର କର୍ମଚାରୀମାନେ ପୋଲିସରେ ଅଭିଯୋଗ କରିନଥିଲେ। ତେବେ ଆମ୍ବୁଲାନ୍ସ ସେବା ନ ମିଳିବା ହେତୁ ରୋଗୀମାନଙ୍କ ସମ୍ପର୍କିୟମାନେ ହୋହାଲ୍ଲା କରିବା ପରେ ବାଧ୍ୟହୋଇ ଘଟଣାର ଦୀର୍ଘ ତିନି ମାସ ପରେ ମେ ୭ରେ ଚମାଖଣ୍ଡି ଥାନାରେ ଅଭିଯୋଗ ଜଣାଇଥିଲେ। ଗାଡ଼ିର ମରାମତିରେ ଅତ୍ୟଧିକ ଟଙ୍କା ଖର୍ଚ୍ଚ ହେଉଥିବାରୁ ଇନସ୍ୟୁରାନ୍ସ ନଥିବା ହେତୁ ଗାଡ଼ିଟି ଗ୍ୟାରେଜରେ ପଡିରହିଛି। ମାତ୍ର ନିର୍ଦ୍ଦିିଷ୍ଟ ପରିମାଣର କିଛି ଟଙ୍କା ଖର୍ଚ୍ଚ କରିବା ଲାଗି ରୋଗୀ କଲ୍ୟାଣ ସମିତି ସ୍ଥିର କରିଥିବା ବେଳେ ତା’ଠାରୁ ଅଧିକା ଟଙ୍କା କିଏ ବହନକରିବ ସେ ନେଇ ଦ୍ୱନ୍ଦ ସୃଷ୍ଟି ହୋଇଛି। ତେଣୁ ଏଭଳି ଦାୟିତ୍ୱହୀନ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବି ଉଠିଛି। ଏଥିପ୍ରତି ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗୀୟ ମନ୍ତ୍ରୀ, ସଚିବ ଓ ଜିଲାପାଳ, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ଲାଗି ଅଞ୍ଚଳବାସୀ ଦାବି କରିଛନ୍ତି। ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ହୃଷିକେଶ ମହନ୍ତ କହିଛନ୍ତି, ଆମ୍ବୁଲାନ୍ସ ଡ୍ରାଇଭର ଇନସୁରାନ୍ସ ଭେଲିଡିଟି ସରିବା ସମ୍ପର୍କରେ ନ ଜଣାଇବାରୁ ହୋଇପାରି ନାହିଁ। ଡ୍ରାଇଭର ସୂର୍ଯ୍ୟ ନାରାୟଣ ପାଢୀ କହିଛନ୍ତି, ପୂର୍ବରୁ ଆକାଉଣ୍ଟାଣ୍ଟ ଓ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କୁ ବହୁବାର ଜଣାଇଛି। ସେ କହିଛନ୍ତି ତୁମେ ଗାଡ଼ି ଚଳାଅ, ଆମେ ଇନିସ୍ୟୁରାନ୍ସ କରିଦେବୁ।


Enter your email to get our daily news in your inbox.

All Right Reserved By Dharitri.Com

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା

ଥୁଆମୂଳ ରାମପୁର, ୨୮ା୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ତାଲବନ୍ଦ ପଡ଼ାରେ ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା ବା ଘଣ୍ଟ ଯାତ୍ରାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri