Categories: ଜାତୀୟ

ରୋଗୀ ଦେଖୁଥିଲେ ବିଗ୍‌ ବସ୍‌, ଡାକ୍ତର କଲେ ବ୍ରେନ୍‌ ସର୍ଜରୀ

ହାଇଦ୍ରାବଦ,୨୨।୧୧: ଆନ୍ଧ୍ରପ୍ରଦେଶର ଗୁଣ୍ଟୁରରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ରୋଗୀଙ୍କୁ ହୋଶ୍‌ରେ ରଖି ବ୍ରେନ୍‌ ସର୍ଜରୀ କରିଛନ୍ତି ଡାକ୍ତର। ସାଧାରଣତଃ ଗୁରୁତର ରୋଗରେ ପୀଡିତ ରୋଗୀଙ୍କ ଅପରେସନ କରିବା ଡାକ୍ତରଙ୍କ ପାଇଁ ପ୍ରାୟତଃ ବହୁତ କଷ୍ଟସାଧ୍ୟ ହୋଇଥାଏ। ଯେତେବେଳେ ମସ୍ତିଷ୍କ ଉପରେ କଥା ଆସେ, ସେତେବେଳେ ଏହା ଅଧିକ ସମ୍ବେଦନଶୀଳ ହୋଇଯାଏ। ଏପରି ପରିସ୍ଥିତିରେ ଭୁଲ ପାଇଁ କୌଣସି ସୁଯୋଗ ନ ଥାଏ। କିନ୍ତୁ ଆନ୍ଧ୍ରପ୍ରଦେଶର ଗୁଣ୍ଟୁରର ଏକ ଘରୋଇ ହସ୍ପିଟାଲର ଡାକ୍ତରମାନେ ରୋଗୀଙ୍କୁ ପ୍ରିୟ ଟେଲିଭିଜନ ଶୋ’ ଦେଖାଇ ଏକ ଗମ୍ଭୀର ମସ୍ତିଷ୍କ ସର୍ଜରୀ କରିଥିଲେ। ଏହି ଅପରେସନ ସଫଳ ମଧ୍ୟ ହୋଇଥିଲା। ୩୩ ବର୍ଷିୟ ରୋଗୀ ଭାରା ପ୍ରସାଦଙ୍କ ମସ୍ତିଷ୍କରେ ଗ୍ଲୋମା ଏବଂ ମୋଟର କର୍ଟେକ୍ସ ହଟାଇବା ପାଇଁ ଅସ୍ତ୍ରୋପଚାର କରାଯାଇଥିଲା। ଗୁଣ୍ଟୁରର ବ୍ରିଣ୍ଡା ନ୍ୟୁରୋ ସେଣ୍ଟରରେ ଏହି ଅସ୍ତ୍ରୋପଚାର କରାଯାଇଥିଲା ଏବଂ ଏହା ପରେ ତାଙ୍କୁ ଶନିବାର ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିଲା। ତେଣୁ ଅପରେସନ ଚାଲିଥିବାବେଳେ ଭାରାଙ୍କୁ ତାଙ୍କର ପ୍ରିୟ ସୋ ବିଗ ବସ ଏବଂ ହଲିଉଡ ଫିଲ୍ମ ଦେଖାଯାଇଥିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଅସ୍ତ୍ରୋପଚାରରେ ଭାରା ପ୍ରସାଦ ଜାଗ୍ରତ ରଖିବା ଆବଶ୍ୟକ ଥିଲା। ବିଗ୍‌ ବସ୍‌ ଏବଂ ଅବତାର ଫିଲ୍ମ ଦେଖାଇ ତାଙ୍କୁ ଜାଗ୍ରତ କରାଯାଇଥିଲା, ଯାହା ଦ୍ୱାରା ଡାକ୍ତରମାନେ କମ୍ପ୍ୟୁଟର ମାଧ୍ୟମରେ ମସ୍ତିଷ୍କର କାର୍ଯ୍ୟକଳାପ ଉପରେ ନଜର ରଖିପାରିବେ। ଡାକ୍ତରୀ ଟିମ ତାଙ୍କ ମୁଣ୍ଡରୁ ଟ୍ୟୁମର ହଟାଇବା ପାଇଁ ପ୍ରକ୍ରିୟା କରୁଥିବାବେଳେ ରୋଗୀ ତାଙ୍କର ପ୍ରିୟ ଶୋ ଏବଂ ଚଳଚ୍ଚିତ୍ର ଉପଭୋଗ କରୁଥିଲେ।

Share