ସୁସ୍ଥ ଲୋକକୁ ସଜାଇଦେଲେ ରୋଗୀ

ଢେଙ୍କାନାଳ, ୧୫।୭(ରତନ ନାୟାର): ‘ମୁଁ ଆଜ୍ଞା ସୁସ୍ଥ ଲୋକ । ପ୍ରତିଦିନ ପରିଶ୍ରମ କରେ। ବାହାବା ନେବା ପାଇଁ ‘୫-ଟି’ ସଚିବଙ୍କ ଆଗରେ ମିଛରେ ରୋଗୀ ସଜେଇ ଦେଲେ। ଏହି ଘଟଣାରେ ଯେଉଁମାନେ ଦୋଷୀ, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।’ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କଓ୍ବୋଇ)ରେ କୌଣସି ଲାଭ ନେଇ ନ ଥିବା ଜଣେ ସୁସ୍ଥ ବ୍ୟକ୍ତିଙ୍କୁ ରୋଗୀ ବୋଲି ଦର୍ଶାଇବା ଘଟଣା ଢେଙ୍କାନାଳ ଜିଲା ସ୍ବାସ୍ଥ୍ୟ ବିଭାଗ ଅଡୁଆ ବଢ଼ାଇଥିବାବେଳେ ଅଭିଯୋଗକାରୀଙ୍କ ଏଭଳି ବୟାନ ବିଭାଗୀୟ ଅପାରଗତାକୁ ପଦାରେ ପକାଇଛି। ଏହା ଭାତ ହାଣ୍ଡିରୁ ଗୋଟିଏ। ତଦନ୍ତ କରାଗଲେ ବିଏସ୍‌କଓ୍ବୋଇ ଯୋଜନାରେ ହୋଇଥିବା ଏଭଳି ଅନେକ ଦୁର୍ନୀତି ଧରାପଡ଼ିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
ଗତ ୧୨ ତାରିଖରେ ‘୫-ଟି’ ସଚିବଙ୍କ ଜିଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ ସମୟରେ ବିଏସ୍‌କଓ୍ବୋଇ ହେଲ୍‌ପ ଡେସ୍କରେ ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ବ୍ଲକ କେରଜୋଳି ପଞ୍ଚାୟତ ଝାଞ୍ଜିରବେରେଣା ଗ୍ରାମର ଅଙ୍କୁର ସିଂଙ୍କ ନାମକୁ ହିତାଧିକାରୀ ଭାବେ ଦର୍ଶାଯାଇଥିଲା। ଏହାକୁ ଦେଖିବା ପରେ ଅଙ୍କୁର ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହି ଘଟଣାରେ ନ୍ୟାୟ ପ୍ରଦାନ କରିବା ପାଇଁ ସେ ଶୁକ୍ରବାର ଜିଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ଦାବିପତ୍ର ଅତିରିକ୍ତ ଜିଲାପାଳ (ରାଜସ୍ବ) ଉଦୟ କୁମାର ମହାପାତ୍ରଙ୍କୁ ପ୍ରଦାନ କରିଛନ୍ତି।
ଅଙ୍କୁରଙ୍କ ଅଭିଯୋଗରୁ ଜଣାପଡ଼ିଛି, ଗତ ୮ ତାରିଖରେ ତାଙ୍କ ସ୍ତ୍ରୀ ସୁଲୋଚନାଙ୍କ ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ତାଙ୍କୁ ଢେଙ୍କାନାଳ ସହରସ୍ଥିତ ଏକ ଘରୋଇ ନର୍ସିଂହୋମ୍‌ରେ ସେ ଭର୍ତ୍ତି କରିଥିଲେ। ସେଠାରେ ସ୍ତ୍ରୀ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ନବଜାତକ ଜଣ୍ଡିସ୍‌ରେ ଆକ୍ରାନ୍ତ ଥିବାରୁ ମା’ ଏବଂ ଛୁଆକୁ ୧୦ ତାରିଖରେ ଜିଲା ଚିକିତ୍ସାଳୟରେ ଆଡ୍‌ମିଟ୍‌ କରାଇଥିଲେ। ୧୨ ତାରିଖରେ ‘୫-ଟି’ ସଚିବ ଜିଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଥିଲେ। ଉକ୍ତଦିନ ବିଏସ୍‌କଓ୍ବୋଇ ହେଲ୍‌ପ ଡେସ୍କରେ ଅଙ୍କୁରଙ୍କ ନାମ ଉଲ୍ଲେଖଥିବା ତାଙ୍କ ନଜରକୁ ଆସିଥିଲା। ତାଙ୍କ ହର୍ନିଆ ଅପରେଶନ ହୋଇଥିବା ଯୋଜନା କାର୍ଡରେ ଦର୍ଶାଯାଇଥିଲା। କେବଳ ଏତିକି ନୁହେଁ, ସେଥିରେ ତାଙ୍କ ସ୍ତ୍ରୀଙ୍କ ଫଟୋ ମଧ୍ୟ ରହିଥିଲା। ହେଲେ ପ୍ରକୃତରେ ସୁଲୋଚନା କିମ୍ବା ଅଙ୍କୁରଙ୍କ କୌଣସି ଅପରେଶନ ହୋଇ ନ ଥିଲା। ଜିଲା ସ୍ବାସ୍ଥ୍ୟ ବିଭାଗ ନିଜର ବାହାବା ନେବା ପାଇଁ ଏଭଳି ମିଥ୍ୟା ତଥ୍ୟ ଉଲ୍ଲେଖ କରିଥିଲା। ଅଙ୍କୁର ଜାଣି ନ ଥିବା ଘରୋଇ ନର୍ସିଂହୋମର ନାମ ଲେଖି ତାଙ୍କୁ ଲୋକହସା କରାଯାଇଥିଲା। ବିଏସ୍‌କଓ୍ବୋଇ ରାଜ୍ୟ ସରକାରଙ୍କ ସ୍ବାଗତଯୋଗ୍ୟ ପଦକ୍ଷେପ। କିନ୍ତୁ ଏହାକୁ ଜିଲା ସ୍ବାସ୍ଥ୍ୟ ବିଭାଗ ଦୁରୁପଯୋଗ କରୁଛି। ଯେଉଁମାନେ ଏଭଳି କାର୍ଯ୍ୟରେ ସମ୍ପୃକ୍ତ, ସେମାନଙ୍କ ବିରୋଧରେ ଦୃଢ କାର୍ଯାନୁଷ୍ଠାନ ଗ୍ରହଣ କରିବା ପାଇଁ ଅଙ୍କୁର ଦାବି କରିଛନ୍ତି।
ଏ ସଂକ୍ରାନ୍ତରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମ୍‌ଓ) ଡା. ଅଶୋକ କୁମାର ଦାଶ କୁହନ୍ତି, ବିଏସ୍‌କଓ୍ବୋଇ ବୁଝାବୁଝି କରିଥିବା ୨ ସ୍ବାସ୍ଥ୍ୟମିତ୍ର ଭୁଲ୍‌ ସୂଚନା ଦେଇଥିବା ଜଣାପଡ଼ିଛି। ପ୍ରିଣ୍ଟର୍ସ ମଧ୍ୟ ଭୁଲ୍‌ କରିଛନ୍ତି। ଉଭୟ ସ୍ବାସ୍ଥ୍ୟମିତ୍ରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ଅତିରିକ୍ତ ଚିକିତ୍ସାଧିକାରୀ (ମେଡିକାଲ)ଙ୍କୁ ଏହାର ତଦନ୍ତ ଦାୟିତ୍ୱ ଦିଆଯାଇଛି। ରିପୋର୍ଟ ମିଳିବା ପରେ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସଚିବଙ୍କୁ ମଧ୍ୟ ଏ ସଂକ୍ରାନ୍ତରେ ଅବଗତ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri