ଡାକ୍ତରଙ୍କ କ୍ୱାର୍ଟର୍ସରେ ଚାଲିଛି ରୋଗୀସେବା

ଫୁଲବାଣୀ ଅଫିସ,୨୧ା୧: ଡାକ୍ତରଙ୍କ କ୍ୱାର୍ଟର୍ସରେ ଚାଲିଛି ରୋଗୀସେବା। ରୋଷେଇ ଘରେ ପରୀକ୍ଷାଗାର । ଆଡମିଶନ ହେବାକୁ ନାହିଁ ବେଡ । ନାହାନ୍ତି ଆବଶ୍ୟକ ଡାକ୍ତର। ଏଭଳି ଚାଲିଛି ଦୁର୍ଗମ ଅଞ୍ଚଳରେ ସ୍ବାସ୍ଥ୍ୟସେବା। ଏହି ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲା ଖଜୁରୀପଡା ବ୍ଲକର ଦୁର୍ଗମ ପଞ୍ଚାୟତ ବିଲାବାଡ଼ିରେ। ବିଲାବାଡ଼ିରେ ଥିବା ଏକମାତ୍ର ଡାକ୍ତରଖାନାର ପୁରୁଣା ବିଲ୍ଡିଂ ବହୁ ବର୍ଷ ହେବ ପରିତ୍ୟକ୍ତ ଅବସ୍ଥାରେ ପଡିରହିଛି । ନୂତନ ବିଲ୍ଡିଂ ନିର୍ମାଣ ହେଉନାହିଁ ା ଡାକ୍ତରଙ୍କ କ୍ୱାର୍ଟର୍ସରେ ରୋଗୀ ସେବା ଚାଲିଛି । ବିଗତ କିଛି ବର୍ଷ ହେବ ମେଡିକାଲରେ କେହି ଡାକ୍ତର ନ ଥିଲେ । ଗତ ଡିସେମ୍ବର ୧୫ରୁ ଏକ ଏନ୍‌ଜିଓ ସଂସ୍ଥା ଏହି ମେଡିକାଲ ଚଳାଉଛି ା ଏବେ ସେଠାରେ ଏନ୍‌ଜିଓ ପକ୍ଷରୁ ଜଣେ ଆୟୂଷ ଡାକ୍ତର ଏବଂ ଜଣେ ଲେଖାଏଁ ଏଏନ୍‌ଏମ୍‌, ଜିଏନ୍‌ଏମ୍‌, ଲ୍ୟାବ ଟେକନିସିଆନ, କମ୍ପାଉଣ୍ଡର, ସ୍ବାସ୍ଥ୍ୟ ସମ୍ପର୍କ କୋଅର୍ଡିନେଟର, ସିକ୍ୟୁରିଟି, ୱାଚମ୍ୟାନଙ୍କୁ ନିଯୁକ୍ତି ଦିଆଯାଇଛି ା ପ୍ରତ୍ୟେକ ଦିନ ଏହି ମେଡିକାଲକୁ ୨୦ରୁ ୩୦ ଜଣ ରୋଗୀ ଆସୁଛନ୍ତି । ବେଡର ସୁବିଧା ସହ ଡାକ୍ତରଙ୍କ ଅଭାବ ଯୋଗୁ ରୋଗୀଙ୍କୁ ଉପଯୁକ୍ତ ସ୍ବାସ୍ଥ୍ୟ ସେବା ମିଳୁନାହିଁ । ସେହିପରି ମେଡିକାଲ ବିଲଡିଂ ନ ଥିବାରୁ ରୋଗୀଙ୍କୁ ଆଡମିଶନ କରି ହେଉନାହିଁ । ବାଧ୍ୟ ହୋଇ ଡାକ୍ତର ଫୁଲବାଣୀ ଜିଲା ମୁଖ୍ୟ ଚିକିତ୍ସାଳୟକୁ ରେଫର କରୁଛନ୍ତି ।
ଆହୁରି ବଡ ସମସ୍ୟା ହୋଇଛି ଷ୍ଟାଫ ମାନେ ରହିବା ଲାଗି । ଡାକ୍ତରଙ୍କ କ୍ୱାର୍ଟର୍ସକୁ ମିଶାଇ ମୋଟ ୩ଟି କ୍ୱାର୍ଟର୍ସ ରହିଛି । ଡାକ୍ତରଙ୍କ କ୍ୱାର୍ଟର୍ସରେ ମେଡିକାଲ ଚାଲୁଥିବାରୁ ସବୁ ଷ୍ଟାଫ ବାକି ଦୁଇଟି କ୍ୱାର୍ଟର୍ସରେ ରହିବାକୁ ବାଧ୍ୟ ହେଉଛନ୍ତି । ଗୋଟିଏରେ ମହିଳା ଏବଂ ଅନ୍ୟଟିରେ ଡାକ୍ତରଙ୍କୁ ମିଶାଇ ସବୁ ପୁରୁଷ ଷ୍ଟାଫ ରହୁଛନ୍ତି । ବିଦ୍ୟୁତ୍‌ ବ୍ୟବସ୍ଥା ଠିକ୍‌ ନ ଥିବାରୁ ଖରାପ ହୋଇପଡିଥିବା ସୋଲାର ବ୍ୟବସ୍ଥାକୁ ଷ୍ଟାଫମାନେ ପ୍ରୟାସ ରି ଠିକ୍‌ କରିଛନ୍ତି  । ଏହି ମେଡିକାଲ ଉପରେ ଡଙ୍ଗା, ଡୁଗୁଡା, କିଲୁମାହା, ମହାପାତ୍ର, ଗୁଡୁ, ବଡଝରି, କାର୍ନାରଦେଇ, ସୁଡ୍ରେଜୁ, ସାକାଡି, ପାତଳସୁଗା, ବାନ୍ଧଣପାଜୁ, କରଡା, ସମାପାଜୁ, କୁଟିବାରୀ, ଘାଟିତଳ, କାକେନ୍ଦ୍ରି ଆଦି ୨୦ଟି ଗ୍ରାମର ଲୋକେ ନିର୍ଭର କରନ୍ତି। ପୂର୍ବତନ ଏମ୍‌ପି ଏହି ମେଡିକାଲକୁ ନିଜସ୍ବ ପାଣ୍ଠିରୁ ଏକ ଆମ୍ବୁଲାନ୍ସ ଦେଇଥିଲେ। ଗୁରୁତର ରୋଗୀଙ୍କୁ ରେଫର କରିବା, ଗର୍ଭବତୀଙ୍କୁ ଆଣି ମେଡିକାଲରେ ପହଞ୍ଚାଇବା ଲାଗି। କିଛି ବର୍ଷ ହେବ ମେଡିକାଲ ବନ୍ଦ ପଡିବାରୁ ଆମ୍ବୁଲାନ୍ସକୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଛି ା ଆଗରୁ ମେଡିକାଲ ବନ୍ଦ ଥିଲା । ଆମେ ବାଧ୍ୟ ହୋଇ ଫୁଲବାଣୀ ଯାଉଥିଲୁ । ଏବେ ଆମ୍ବୁଲାନ୍ସ ନ ଥିବାରୁ ଅଟୋରେ ରୋଗୀଙ୍କୁ ନିଆଯାଉଛି । କିଛି ଦିନ ହେବ ମେଡିକାଲ ଖୋଲିଛି ା ହେଲେ ଡାକ୍ତରଙ୍କ ଅଭାବରୁ ସବୁ ପ୍ରକାର ଚିକିତ୍ସା ସେବା ମିଳୁନାହିଁ । ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ପ୍ରକାଶ ଚନ୍ଦ୍ର ମଲ୍ଲିକ, ଶାନ୍ତିଲତା କହଁର, ବୁନ୍ଦେଇ ମଲ୍ଲିକ ପ୍ରମୁଖ ଗ୍ରାମବାସୀ ପ୍ରକାଶ କରିଛନ୍ତି। ପୂର୍ବତନ ଏମ୍‌ପି ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ଏହାକୁ ଆଦର୍ଶ ପଞ୍ଚାୟତ ଭାବେ ଗ୍ରହଣ କରିଥିଲେ । ଲୋକେ ଆଶା ବାନ୍ଧିଥିଲେ ସେମାନଙ୍କ ଦୁଃଖ ଦୂରହେବ। ସବୁଠୁ ଗୁରୁତ୍ୱପୂର୍ଣ୍ଣ ସ୍ବାସ୍ଥ୍ୟସେବା ମିଳିବ । ହେଲେ ସେପରି ହେଲା ନାହିଁ । ଯେଉଁଭଳି ଥିଲେ ଏବେ ବି ସେପରି ଅଛନ୍ତି । ସ୍ବାସ୍ଥ୍ୟସେବା ପାଇଁ ସବୁବେଳେ ହଇରାଣ ହେଉଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ହର୍ମୁଜକୁ ନେଇ ବଡ଼ ସର୍ତ୍ତ ରଖିଲାଣି ଇରାନ, ଗୋଟିଏ ଦିନରେ ମାତ୍ର ଏତିକି ଜାହାଜକୁ ମିଳିବ ଅନୁମତି

ତେହରାନ୍‌,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ମଧ୍ୟରେ, ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୁଷିଆର ସରକାରୀ ଖବର…

ଇରାନ-ଆମେରିକା ଯୁଦ୍ଧବିରତି ଭାରତ ପାଇଁ ପାଲଟିଲା ସଞ୍ଜିବନୀ, ସିଧାସଳଖ ମିଳିବ ଲାଭ

ନୂଆଦିଲ୍ଲୀ,୯।୪: ଇରାନ ଏବଂ ଆମେରିକା ମଧ୍ୟରେ ୧୪ ଦିନିଆ ଅସ୍ତ୍ରବିରତିରୁ ଭାରତକୁ ଗୁରୁତ୍ୱପୂର୍ଣ୍ଣ ଲାଭ ମିଳିବ। ପଶ୍ଚିମ ଏସିଆରେ ଉତ୍ତେଜନା ହ୍ରାସ ପାଇବା ସହିତ, ଭାରତର ଶକ୍ତି…

ଓଡ଼ିଆ ପକ୍ଷ: ପାଠକଙ୍କ ମନମୋହିଲା ମହାପୁରୁଷଙ୍କ ଜୀବନିକାହାଣୀ

ପୁରୁଷୋତ୍ତମପୁର,୯ା୪(ସବିତା ମିଶ୍ର): ଓଡ଼ିଆ ପକ୍ଷ ପାଳନ ଅବସରରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ନିର୍ବାହୀଅଧିକାରୀ ସଙ୍ଗିତା ସେଠୀଙ୍କ ତତ୍ତ୍ବାବଧନରେ ଆସ ବହିଟିଏ କିଣିବା କାର୍ଯ୍ଯକ୍ରମ ଅନୁଷ୍ଠିତ…

‘ଅସ୍ତ୍ରବିରତି ଭୁଲ’: ପାକିସ୍ତାନରେ ଆମେରିକା ସହିତ ଆଲୋଚନା ପୂର୍ବରୁ ଇରାନ ‘ୟୁରାନିୟମ ଏନରିଚମେଣ୍ଟ’ ଉପରେ ଟାଣିଲା ରେଡଲାଇନ!

ତେହରାନ,୯।୪: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧରେ ଯୁଦ୍ଧବିରତି ପରେ, ଇରାନର ପରମାଣୁ ସଂସ୍ଥା ମୁଖ୍ୟ ମହମ୍ମଦ ଇସଲାମି ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି।…

ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…

ଯୁଦ୍ଧ ବିରତି ପରେ ବି ଚାଲିଛି ଯୁଦ୍ଧ: ଲେବାନନ ଉପରେ ଆକ୍ରମଣ କଲା ଇସ୍ରାଏଲ, ଇରାନ ନେଲା ପ୍ରତିଶୋଧ

ଜେରୁଜେଲମ,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ହେବାର କିଛି ଘଣ୍ଟା ପରେ, ମଧ୍ୟପ୍ରାଚ୍ୟରେ ପରିସ୍ଥିତି ପୁଣି ଖରାପ ହୋଇଗଲା। ଇସ୍ରାଏଲ ଲେବାନନ ଉପରେ ଏକ…

ହାଇଓ୍ବା ଅଟକାଇ ଡ୍ରାଇଭର-ହେଲପରଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟିନେଲେ ଟଙ୍କା

ମହାକାଳପଡ଼ା,୯ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ବନ୍ଧପଡ଼ା ଛକରେ ରାଜନଗର ଥାନା ଅନ୍ତର୍ଗତ ବଡ଼ପଲ୍ଲୀ ଗ୍ରାମର ବିଜୁ ଓରଫ ସଞ୍ଜୟ ପ୍ରଧାନ, ଠାକୁରପାଟଣା ଗ୍ରାମର ଅଙ୍କୁଶ ଜେନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri