ରୋଗୀଙ୍କ ମୃତ୍ୟୁକୁ ନେଇ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଲଙ୍କାକାଣ୍ଡ

ବଲାଙ୍ଗୀର ଅଫିସ, ୮।୩: ବଲାଙ୍ଗୀର ଭୂର୍ଷିପାଲି ଗ୍ରାମର ଜଣେ ଯୁବକଙ୍କର ଚିକିତ୍ସାଧୀନ ଅବସ୍ଥାରେ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ସୋମବାର ସକାଳେ ମୃତ୍ୟୁ ଘଟିଥିଲା । ଚିକିତ୍ସା ଅବହେଳାରୁ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗରେ ହସ୍ପିଟାଲରେ ଉତ୍ତେଜନା ଦେଖାଦେଇଛି। ରୋଗୀ ପରିଜନମାନେ ଉତ୍ତ୍ୟକ୍ତ ହୋଇ ସେଠାରେ ଥିବା ଡାକ୍ତର ଓ ନର୍ସଙ୍କୁ ଆକ୍ରମଣ କରିବା ସହ ଭଙ୍ଗାରୁଜା କରିଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆକ୍ରମଣକାରୀଙ୍କୁ କାବୁ କରିଥିଲେ । ପୋଲିସ କାର୍ଯ୍ୟାନୁଷ୍ଠାନରେ ରୋଗୀ ପରିଜନ ମଧ୍ୟ ଆହତ ହୋଇଛନ୍ତି । କିଛି ସମୟ ପାଇଁ ହସ୍ପିଟାଲ ପରିସର ରଣକ୍ଷେତ୍ର ପାଲଟିଥିଲା । ଏହି ଘଟଣାରେ ପୋଲିସ ୯ଜଣଙ୍କୁ ଅଟକ ରଖିଛି । ଉଭୟ ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି।