Categories: ଜାତୀୟ

ଆଇସିୟୁରେ ରୋଗୀଙ୍କୁ କାମୁଡ଼ିଲା ମୂଷା

ହାଇଦରବାଦ,୩।୪: ହସ୍ପିଟାଲର ଆଇସିୟୁରେ ଭର୍ତ୍ତି ଥିବା ଜଣେ ୩୮ ବର୍ଷୀୟ ବ୍ୟକ୍ତିଙ୍କୁ ମୂଷା କାମୁଡ଼ି ଦେଇଥିଲା। ଯାହା ପରେ ପୀଡ଼ିତଙ୍କୁ ଅନ୍ୟ ହସ୍ପିଟାଲକୁ ପଠାଯାଇଥିଲା। ହେଲେ ସେଠାରେ ତାଙ୍କ ମୃତ୍ୟୁ ଘଟିଥିଲା। ଏଭଳି ଘଟଣା ଘଟିଛି ତେଲେଙ୍ଗାନାର ଓ୍ବାରାଙ୍ଗାଲର ଏକ ଜଣାଶୁଣା ସରକାରୀ ହସ୍ପିଟାଲରେ।

ନିଜାମ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସସେସ୍‌ ଡ. କେ ମନୋହର କହିଛନ୍ତି, ଅତ୍ୟଧିକ ମଦ୍ୟପାନ ଯୋଗୁ ଶ୍ରୀନିବାସଙ୍କ ଲିଭର ପାନକ୍ରିଆସ୍‌ ଏବଂ କିଡ୍‌ନୀ ସଂକ୍ରମଣ ହୋଇଥିଲା। ଏଣୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ତାଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କଲା ବେଳେ ମଧ୍ୟ ସେ ହୃଦଘାତର ସମ୍ମୁଖୀନ ହୋଇଥିଲେ। ଏଠାକୁ ଆସିଲା ବେଳକୁ ତାଙ୍କର ପଲସ ଏବଂ ବିପି ଖୁବ୍‌ କମ୍‌ ଥିଲା। ମୂଷା କାମୁଡ଼ିବାରୁ ନୁହେଁ ତାଙ୍କ ମୃତ୍ୟୁ ଉପରୋକ୍ତ ସ୍ବାସ୍ଥ୍ୟଜନିତ ସମସ୍ୟା ଯୋଗୁ ହୋଇଛି।

ତେବେ ମୃତକ ଶ୍ରୀନିବାସଙ୍କ ଭାଇ ଶ୍ରୀକାନ୍ତ କହିଛନ୍ତି ଘଟଣାଟି ୩୦ ତାରିଖରେ ଘଟିଥିଲା। ଆମେ ଏହାକୁ ଆମ ଭାଗ୍ୟ ମାନି ନେଇଛୁ। ଆମ ପାଖରେ କୌଣସି ବିକଳ୍ପ ନ ଥିଲା। କିନ୍ତୁ ମୂଷା କାମୁଡିବାରୁ ମୋ ଭାଇଙ୍କ ରକ୍ତସ୍ରାବ ହୋଇଥିଲା। ତାଙ୍କ ବେଡ୍‌ ରକ୍ତ ଲାଗିଥିବାରୁ ମୁଁ କମ୍ପ୍ଲେନ କରିଥିଲି। ଏହି ଘଟଣା ଯୋଗୁ ନିଶ୍ୱାସପ୍ରଶ୍ୱାସ ବିଭାଗର ଆଇସିୟୁକୁ ସସ୍‌ପେଣ୍ଡ କରାଯାଇଛି।

Share