କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆଙ୍କୁ ସମନ ପଠାଇଲେ କୋର୍ଟ

ନୂଆଦିଲ୍ଲୀ,୩।୮: ଦିଲ୍ଲୀର ପଟିଆଲା ହାଉସ କୋର୍ଟ ଏକ ମାନହାନ ମାମଲାରେ ଅଲିମ୍ପିକ ପଦକ ବିଜେତା କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆଙ୍କୁ ସମନ ଜାରି କରିଛନ୍ତି। କୋର୍ଟ ସେପ୍ଟେମ୍ବର ୬ରେ ହାଜର ହେବା ପାଇଁ ପୁନିଆଙ୍କୁ କହିଛନ୍ତି। କୁସ୍ତି କୋଚ ନରେଶ ଦାହିଆ ବଜରଙ୍ଗ ପୁନିଆଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରିଛନ୍ତି, ଯେଉଁଥିରେ ଶୁଣାଣି କରି କୋର୍ଟ ବଜରଙ୍ଗଙ୍କୁ ସମନ ପଠାଇଛନ୍ତି।

ଅଭିଯୋଗକାରୀ ନରେଶ ଦାହିଆ ମାନହାନି ଅଭିଯୋଗ ଆଣି କହିଛନ୍ତି ଯେ, ମେ’୧୦ରେ ଯନ୍ତରମନ୍ତରଠାରେ ବିରୋଧ ପ୍ରଦର୍ଶନ ସମୟରେ ବଜରଙ୍ଗ ପୁନିଆ ପ୍ରେସ କନ୍‌ଫରେନ୍ସରେ ତାଙ୍କ ବିରୋଧରେ ଅପମାନଜନିତ ଟିପ୍ପଣୀ ରଖିଥିଲେ।

Share