‘ପଠାନ୍‌ ଏକ ଫିଲ୍ମ ନୁହେଁ, ଏହା ଏକ ଇମୋଶନ୍‌’

ମୁମ୍ବାଇ: ବଲିଉଡ ଅଭିନେତା ଅର୍ଜୁନ କପୁର ତାଙ୍କ ଫିଲ୍ମ ‘କୁତେ’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ନିକଟରେ ଅଭିନେତା ତାଙ୍କର ପ୍ରିୟ ଚଳଚ୍ଚିତ୍ର ଏବଂ ଶାହରୁଖ ଖାନଙ୍କ ପ୍ରତି ଥିବା ପ୍ରେମ ବିଷୟରେ କହିଥିଲେ। ତେବେ ଶାହରୁଖଙ୍କୁ ତାଙ୍କ ପିଢିର ସବୁଠାରୁ ଉଜ୍ଜ୍ୱଳ ସିନେମାଟିକ୍‌ ଅଭିନେତା ବୋଲି କହିଛନ୍ତି ଅଭିନେତା। ଏଥିସହ ସେ ‘ଦିଲୱାଲେ ଦୁଲହନିଆ ଲେ ଜାୟେଙ୍ଗେ’ ଦେଖିବା ପାଇଁ ଲୋକଙ୍କୁ ସର୍ବଦା ପରାମର୍ଶ ଦିଅନ୍ତି।

ଏକ ସାକ୍ଷାତକାରରେ ଅର୍ଜୁନ କହିଛନ୍ତି, ମୁଁ ଶାହରୁଖ ଖାନଙ୍କର ଜଣେ ବଡ଼ ପ୍ରଶଂସକ ଏବଂ ସିନେମା ହଲ୍‌ରେ ତାଙ୍କ ଚଳଚ୍ଚିତ୍ର ଦେଖିବାକୁ ଭଲ ପାଏ। ମୁଁ ଭାବୁଛି ସେ ପିଢିର ସବୁଠାରୁ ଉଜ୍ଜ୍ୱଳ ସିନେମାଟିକ୍‌ ଅଭିନେତା। ତାଙ୍କର ପ୍ରତ୍ୟେକ ସିନ୍‌, ପ୍ରତ୍ୟେକ ଶଟ୍‌ ସହିତ ବଡ ପରଦାର ଅନୁଭୂତି ନେଇ ଆସନ୍ତି। ଏପରିକି ‘ବ୍ରହ୍ମାସ୍ତ୍ର’ରେ ତାଙ୍କ ଝଲକ ଦେଖି ମୋର ଉତ୍ସାହ ବଢିଯାଇଥିଲା। ସେ ଆହୁରି କହିଛନ୍ତି ଯେ, ଶାହାରୁଖଙ୍କ ‘ପଠାନ’ କେବଳ ଫିଲ୍ମ ନୁହେଁ, ଏହା ଏକ ଇମୋଶନ୍‌। ଏଥିସହ ଫିଲ୍ମ ପାଇଁ ପୂରା ଟିମ୍‌କୁ ଅଭିନନ୍ଦନ ଜଣାଇଛନ୍ତି।

Share