‘ପଠାନ୍‌’ ପାଇଁ ୧୦୦ କୋଟି ଚାର୍ଜ କରିଛନ୍ତି ଶାହାରୁଖ

ବମ୍ବେ: ନୂଆ ବର୍ଷରେ ରିଲିଜ ହେବ ସୁପରଷ୍ଟାର ଶାହାରୁଖ ଖାଁଙ୍କ ଫିଲ୍ମ ‘ପଠାନ୍‌’। ଦୀର୍ଘ ୪ ବର୍ଷ ଧରି ବଡ ପରଦାରୁ ଦୂରରେ ଥିବାରୁ ପ୍ରଶଂସକମାନେ ଉତ୍କଣ୍ଠାର ସହ ଫିଲ୍ମକୁ ଅପେକ୍ଷା କରି ରହିଛନ୍ତି। ନିକଟରେ ଏହାର ଗୀତ ‘ବେଶର୍ମ ରଙ୍ଗ’ ରିଲିଜ ହୋଇଥିଲା, ଯାହାକୁ ବେଶ ପସନ୍ଦ କରାଯାଉଛି। ତେବେ ଫିଲ୍ମ ଲାଗି ବହୁତ ପରିଶ୍ରମ କରିଛନ୍ତି ଶାହାରୁଖ। ପରିଶ୍ରମ ଦ୍ୱିଗୁଣା ହୋଇଥିବା ହେତୁ ମୋଟା ପାଉଣା ମଧ୍ୟ ସେ ନେଇଛନ୍ତି।

ଶାହାରୁଖ ‘ପଠାନ୍‌’ ଲାଗି ୧୦୦ କୋଟି ଟଙ୍କା ନେଇଛନ୍ତି। ନାୟିକା ଦୀପିକା ପାଦ୍ୟୁକୋନ ପ୍ରାୟ ୧୫ କୋଟି ଟଙ୍କା ଚାର୍ଜ କରିଛନ୍ତି। ସେହିଭଳି ଅଭିନେତା ଜନ ଆବ୍ରାହମ ୨୦ କୋଟି ନେଇଛନ୍ତି।

କହିରଖୁଛୁ, ଏକ ରିପୋର୍ଟ ଅନୁସାରେ ଫିଲ୍ମର ଶୁଟିଂ ୮ ଦେଶରେ ହୋଇଛି। ୨୫୦ କୋଟି ଟଙ୍କା ବଜେଟରେ ଏହା ନିର୍ମାଣ ହୋଇଛି। ୨୦୨୩ ଜାନୁୟାରୀ ୨୫ରେ ରିଲିଜ ହେବ ‘ପଠାନ୍‌’। ହିନ୍ଦୀ, ତାମିଲ, ତେଲୁଗୁ ଭାଷାରେ ଫିଲ୍ମ ରିଲିଜ କରାଯିବ।

Share