‘ପଠାନ୍‌’ ପାଇଁ ୧୦୦ କୋଟି ଚାର୍ଜ କରିଛନ୍ତି ଶାହାରୁଖ

ବମ୍ବେ: ନୂଆ ବର୍ଷରେ ରିଲିଜ ହେବ ସୁପରଷ୍ଟାର ଶାହାରୁଖ ଖାଁଙ୍କ ଫିଲ୍ମ ‘ପଠାନ୍‌’। ଦୀର୍ଘ ୪ ବର୍ଷ ଧରି ବଡ ପରଦାରୁ ଦୂରରେ ଥିବାରୁ ପ୍ରଶଂସକମାନେ ଉତ୍କଣ୍ଠାର ସହ ଫିଲ୍ମକୁ ଅପେକ୍ଷା କରି ରହିଛନ୍ତି। ନିକଟରେ ଏହାର ଗୀତ ‘ବେଶର୍ମ ରଙ୍ଗ’ ରିଲିଜ ହୋଇଥିଲା, ଯାହାକୁ ବେଶ ପସନ୍ଦ କରାଯାଉଛି। ତେବେ ଫିଲ୍ମ ଲାଗି ବହୁତ ପରିଶ୍ରମ କରିଛନ୍ତି ଶାହାରୁଖ। ପରିଶ୍ରମ ଦ୍ୱିଗୁଣା ହୋଇଥିବା ହେତୁ ମୋଟା ପାଉଣା ମଧ୍ୟ ସେ ନେଇଛନ୍ତି।

ଶାହାରୁଖ ‘ପଠାନ୍‌’ ଲାଗି ୧୦୦ କୋଟି ଟଙ୍କା ନେଇଛନ୍ତି। ନାୟିକା ଦୀପିକା ପାଦ୍ୟୁକୋନ ପ୍ରାୟ ୧୫ କୋଟି ଟଙ୍କା ଚାର୍ଜ କରିଛନ୍ତି। ସେହିଭଳି ଅଭିନେତା ଜନ ଆବ୍ରାହମ ୨୦ କୋଟି ନେଇଛନ୍ତି।

କହିରଖୁଛୁ, ଏକ ରିପୋର୍ଟ ଅନୁସାରେ ଫିଲ୍ମର ଶୁଟିଂ ୮ ଦେଶରେ ହୋଇଛି। ୨୫୦ କୋଟି ଟଙ୍କା ବଜେଟରେ ଏହା ନିର୍ମାଣ ହୋଇଛି। ୨୦୨୩ ଜାନୁୟାରୀ ୨୫ରେ ରିଲିଜ ହେବ ‘ପଠାନ୍‌’। ହିନ୍ଦୀ, ତାମିଲ, ତେଲୁଗୁ ଭାଷାରେ ଫିଲ୍ମ ରିଲିଜ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସମୁଦ୍ର ତଟକୁ ସ୍ବଚ୍ଛ ରଖିବା ପାଇଁ ପ୍ରୟାସ, ବରୁଣ ଦେବତାଙ୍କୁ ବନ୍ଦାପନା କରି…

ମହାକାଳପଡ଼ା,୧୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ପୁରାଣରେ ବର୍ଣ୍ଣିତ ସମୁଦ୍ରକୂ ବରୁଣ ଦେବତା ରୂପେ ପୂଜା କରାଯାଏ। ଶନିବାର ପୂର୍ବାହ୍ନରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତ ଶାସନ…

ଡିଜେ ସାଉଣ୍ଡରେ ଅସ୍ତବ୍ୟସ୍ତ ଜନଜୀବନ:ରୋଗୀଙ୍କ ଚିକିତ୍ସାରେ ବାଧା

ବାଲିଗୁଡ଼ା, ୧୯/୯ (ସଞ୍ଜୟ କୁମାର ପାଣିଗ୍ରାହୀ): ପୂଜା, ପର୍ବପର୍ବାଣି ଓ ବିଭିନ୍ନ ଉତ୍ସବ ଅବସରରେ ଡିଜେ ସାଉଣ୍ଡର ଅତ୍ୟଧିକ ବ୍ୟବହାର ଏବେ ସାଧାରଣ ଲୋକଙ୍କ ପାଇଁ ଅସୁବିଧାର…

ବଟେଶ୍ୱର ବେଳାଭୂମିରେ ‘ସ୍ୱଚ୍ଛ ସାଗର, ସୁରକ୍ଷିତ ସାଗର

ଗଞ୍ଜାମ, ୧୯/୯ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ ଅନ୍ତର୍ଗତ କଣ୍ଟିଆଗଡ଼ସ୍ଥିତ ବଟେଶ୍ୱର ବେଳାଭୂମିଠାରେ ଶନିବାର ‘ସ୍ୱଚ୍ଛ ସାଗର, ସୁରକ୍ଷିତ ସାଗର’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।…

ଉପ-ନିର୍ବାଚନକୁ ନେଇ ମମତାଙ୍କୁ ବଡ଼ ଆଶ୍ୱସ୍ତି; ଏହି ଆସନରେ ହେଲା ଟୁଇଷ୍ଟ

କୋଲକାତା,୧୯।୯: ରେଜିନଗର ବିଧାନସଭା ଉପ-ନିର୍ବାଚନ ପାଇଁ ମମତା ବାନାର୍ଜୀଙ୍କ ଶିବିରର ପ୍ରାର୍ଥୀ ରବିଉଲ ଆଲାମ ଚୌଧୁରୀଙ୍କ ନାମାଙ୍କନକୁ ନେଇ ଶନିବାର ଏକ ନୂଆ ରାଜନୈତିକ ମୋଡ଼ ସାମ୍ନାକୁ…

ଗାଈକୁ ବଞ୍ଚାଇବାକୁ ଯାଇ ଓଲଟିଲା ଟୁରିଷ୍ଟ ବସ୍: ୧୫ରୁ ଊର୍ଦ୍ଦ୍ବ ଗୁରୁତର

ନୀଳଗିରି, ୧୯।୯, (ପ୍ରଶାନ୍ତ କୁମାର ବିଶ୍ବାଳ): ଶେରଗଡ଼ ନୀଳଗିରି ଦେଇ ମୟୁରଭଞ୍ଜକୁ ସଂଯୋଗ କରୁଥିବା ୧୯ନଂ ରାଜ୍ୟ ରାଜପଥର ଗୁହିରା ଏବଂ ଛତ୍ରପୁର ମଝି ରାସ୍ତା ଭୁଡୁରୁବଣି…

ଡେଙ୍ଗୁ ରୋଗୀଙ୍କ ପାଇଁ ହସ୍ପିଟାଲରେ ମିଳୁନି ସ୍ଥାନ, ଚଟାଣରେ ଚାଲିଛି ଚିକିତ୍ସା; ୧୮ ଦିନରେ ୭୯ ମୃତ୍ୟୁ

ଢାକା,୧୯।୯: ବର୍ତ୍ତମାନ ବାଂଲାଦେଶ ଏକ ଭୟଙ୍କର ଡେଙ୍ଗୁ ପ୍ରକୋପର ସାମ୍ନା କରୁଛି। ରାଜଧାନୀ ଢାକା ଏବଂ ଏହାର ଆଖପାଖ ଅଞ୍ଚଳରେ ଏହି ରୋଗ ଦ୍ରୁତ ଗତିରେ ବ୍ୟାପୁଥିବାରୁ…

ଦୁଇ ମୋଟରସାଇକେଲ ମୁହାଁମୁହିଁ, ଶିକ୍ଷକ ଗୁରୁତର ହୋଇ…

ପଟ୍ଟାଙ୍ଗି,୧୯ା୯(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ପଡାଲଗୁଡ଼ା ଛକ ନିକଟରେ ଦୁଇ ମୋଟରସାଇକେଲ ମୁହାଁମୁହିଁ ଧକ୍କା ହେବା ଫଳରେ ବିଦ୍ୟାଳୟକୁ ଯାଉଥିବା ଶିକ୍ଷକ…

ଅକ୍ଟୋବର ୧୫ରୁ ବଦଳିଯିବ UPI ପେମେଣ୍ଟ କରିବାର ପଦ୍ଧତି; ଗ୍ୟାସ ସିଲିଣ୍ଡର ପାଇଁ ନଗଦ ଟଙ୍କା ଦେବାକୁ ପଡ଼ିବ ନା ନାହିଁ? ଜାଣନ୍ତୁ…

ନୂଆଦିଲ୍ଲୀ,୧୯।୯: ସାରା ଦେଶରେ LPG ସିଲିଣ୍ଡରର ବହୁଳ ବ୍ୟବହାର ହୋଇଥାଏ; ତେଣୁ, ଯଦି ଆପଣ ମଧ୍ୟ ଘରେ LPG ସିଲିଣ୍ଡର ବ୍ୟବହାର କରନ୍ତି, ତେବେ ଏହି ସୂଚନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?