ବଦଳୁଛି ନାଲୁହା ନଦୀ ଗତିପଥ

କୁଆମରା,୨୨।୬(ଡି.ଏନ.ଏ.) – ମୟୂରଭଞ୍ଜ ଜିଲା ଗୋପବନ୍ଧୁ ନଗର ବ୍ଲକ ଦେଇ ପ୍ରବାହିତ ନାଲୁହା ନଦୀ ଏବେ ବିପଦ ସାଜିଛି। ଗତିପଥ ବଦଳାଉ ଥିବାରୁ ପାର୍ଶ୍ୱବର୍ତ୍ତୀ ୨ ଗାଁ ଏହା ଗର୍ଭରେ ଲୀନ ହେବା ଆଶଙ୍କା ଦେଖାଦେଇଛି। ପଥର ପ୍ୟାକିଂ ନ ହେବା ଯୋଗୁ କୂଳ ଖାଇ ଏହା ଗାଁ ଆଡ଼କୁ ମାଡ଼ି ଆସୁଛି।
ନାଲୁହା ନଦୀ ଖଡ଼ିକାପଦାଠାରେ ଗଙ୍ଗାହରରେ ମିଶିଛି। ଏହି ସ୍ଥାନକୁ ଦୋମୁହାଣି କୁହାଯାଏ। ତେବେ ଦୁମୁହାଣିଠାରୁ ପଶ୍ଚିମକୁ ୫ଶହ ମିଟର ଦୂରରେ ନାଲୁହା ନଦୀର ଦୁଇ କୂଳରେ ଦୁଇଟି ଗ୍ରାମ ରହିଛି। ଦକ୍ଷିଣ ପାଶ୍ୱର୍ର୍ରେ କୁଆମରା ପଞ୍ଚାୟତର କସିବଣୀ ଓ ଉତ୍ତର ପାର୍ଶ୍ୱରେ ପଶୁଦା ପଞ୍ଚାୟତର ଭୋଳପଦା ଗ୍ରାମ। ଉକ୍ତ ଦୁଇଟି ଗ୍ରାମ ସମ୍ପୂର୍ଣ୍ଣ ଭାବେ ନଦୀକୂଳକୁ ଲାଗି ରହିଥିବା ବେଳେ ମୋଟ ୪୪ଟି ପରିବାର ସ୍ଥାୟୀ ବାସିନ୍ଦା ଭାବେ ବାସ କରୁଛନ୍ତି। ତେବେ ପ୍ରତିବର୍ଷ ବନ୍ୟା ଜଳରେ ଏହି ଗାଁର ବହୁ ଘରଦ୍ବାର ଓ ଚାଷ ଜମି ନଦୀ ଗର୍ଭରେ ଲୀନ ହେବାରେ ଲାଗିଛି। ଗତ ଫାଇଲିନ ସମୟରେ କସିବଣୀ ଗ୍ରାମର ସମସ୍ତ ପରିବାର ଘର ମାଟିରେ ମିଶି ଯାଇଥିବା ବେଳେ ଭୋଳପଦା ଗ୍ରାମର ୧୦ଟି ପରିବାର ସର୍ବସ୍ବାନ୍ତ ହୋଇଥିଲେ। ନଦୀ କୂଳରେ ଥିବା ପ୍ରାୟ ୫ ଏକର ଚାଷ ଜମି ଗତ ସାତ ଆଠ ବର୍ଷ ମଧ୍ୟରେ ନଦୀ ଗର୍ଭରେ ଲୀନ ହୋଇଗଲାଣି। ଉକ୍ତ ଦୁଇଟି ଗ୍ରାମର ମୁଖ୍ୟ ସମସ୍ୟା ହେଉଛି ନଦୀ କୂଳ କ୍ଷୟ। ନଦୀ କୂଳ ଖାଇବାର ମୁଖ୍ୟ କାରଣ ହେଉଛି ପ୍ରତି ବର୍ଷ ବେଆଇନ ଇଟା ଭାଟି ଗଢ଼ି ଉଠିବା ଓ ନଦୀରୁ ବାଲି ଉତ୍ତୋଳନ ହେବା। ପ୍ରତି ବର୍ଷ ଇଟା ଭାଟି ମାଲିକମାନେ ନଦୀ କୂଳରୁ ମାଟି ତାଡି ଇଟା ତିଆରି କରିବା ଫଳରେ ମୃତ୍ତିକା କ୍ଷୟ ହେଉଛି। ୧୯୯୯ ମହାବାତ୍ୟାରେ କେତେକ ଜମି ବାଲିଚର ହୋଇ ପଡ଼ିଥିଲା। ଅଦ୍ୟାବଧି ତାହା ଚାଷ ଉପଯୋଗୀ ହୋଇ ପାରିନାହିଁ। ବନ୍ୟା ଆସିବା ମାତ୍ରେ ଦୁଇ ଗ୍ରାମର ଲୋକେ ଗାଁ ଛାଡ଼ି ଦୂର ଓ ଉଚ୍ଚ ସ୍ଥାନକୁ ପଳାଇ ଯାଆନ୍ତି। ବର୍ଷା ଋତୁ ସମୟ ୪ ମାସ ଉକ୍ତ ଦୁଇ ଗ୍ରାମର ଲୋକେ ଆତଙ୍କିତ ଅବସ୍ଥାରେ ଦିନ କାଟନ୍ତି। ଗ୍ରାମ ଓ ଚାଷ ଜମିର ସୁରକ୍ଷା ନିମନ୍ତେ ନଦୀର ଦୁଇ ପାର୍ଶ୍ୱରେ ପଥର ପ୍ୟାକିଂ ପାଇଁ ଦୀର୍ଘ ଦୁଇ ବର୍ଷ ଧରି ଉଭୟ ଗ୍ରାମର ଲୋକେ ଦାବି କରି ଆସୁଥିଲେ ମଧ୍ୟ ଏ ଦିଗରେ ପ୍ରଶାସନର ନୀରବତା ନେଇ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି। ନିର୍ବାଚନ ସମୟରେ ବିଭିନ୍ନ ଦଳର ନେତା ସମସ୍ୟା ସମାଧାନ କରିଦେବାର ପ୍ରତିଶ୍ରୁତି ଦେଇଥାନ୍ତି ମାତ୍ର ନିର୍ବାଚନ ସରିଲେ କେହି ଏଥିପ୍ରତି ଗୁରୁତ୍ୱ ଦେଉ ନ ଥିବା ଗ୍ରାମବାସୀ କହିଛନ୍ତି। ତେବେ ନଦୀର ଦୁଇ ପାର୍ଶ୍ୱରେ ପଥର ପ୍ୟାକିଂ ନ ହେବା ଯୋଗୁ ଆଗାମୀ ଦିନରେ ଏହି ଦୁଇଟି ଗ୍ରାମ ସମ୍ପୂର୍ଣ୍ଣ ନଦୀ ଗର୍ଭରେ ଲୀନ ହୋଇଯିବା ଆଶଙ୍କାକୁ ଏଡ଼ାଇ ଦେଇ ହେବ ନାହିଁ। ନାଲୁହା ନଦୀର ଭୋଳପଦାଠାରେ ପୋଲ ନିର୍ମାଣ ପାଇଁ ୩ଥର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କାର୍ଯ୍ୟ କରିବାର ନଁା ଗନ୍ଧ ନାହିଁ। ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ଦୁଇ ଗ୍ରାମର ଲୋକେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରବି ଧାନ ବିକ୍ରି ପଞ୍ଜିକରଣ ଅବଧି ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

କୋକସରା,୩୧।୩(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଇନ୍ଦ୍ରାବତୀ ଉଠା ଜଳସେଚନ ଅଞ୍ଚଳର ଚାଷୀମାନେ ଚଳିତ ବର୍ଷ ରବି ଚାଷ ଧାନ ବିକ୍ରି ପଞ୍ଜିକରଣରୁ ବାଦ ପଡ଼ିଛନ୍ତି। ଫଳରେ କୋକସରା ବ୍ଳକ…

ଉତ୍କଳ ପ୍ରଦେଶ ଗଠନରେ ବଡ଼ଖେମୁଣ୍ଡିର ଅବଦାନ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ବଡ଼ଖେମୁଣ୍ଡି ହାଇସ୍କୁଲ ପରିସରରେ ମଙ୍ଗଳବାର ଉତ୍କଳ ସମ୍ମିଳନୀ ଗଞ୍ଜାମ ଜିଲା ଶାଖା ଆନୁକୂଲ୍ୟରେ ପବିତ୍ର ଉତ୍କଳ ଦିବସ ଅବ୍ୟବହିତ…

ଲୁଚାଇ ରଖିଥିଲେ: ମିଳିଲା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ମାଓବାଦୀ ସାମଗ୍ରୀ

ଫୁଲବାଣୀ,୩୧।୩(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଦାରିଙ୍ଗିବାଡି ଥାନା ଅଞ୍ଚଳରେ କୋମ୍ବିଂ ଅପରେଶନ ବେଳେ ସୁରକ୍ଷାକର୍ମୀ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜଙ୍ଗଲରୁ ଜବତ କରିଛନ୍ତି। ଜବତ…

କଢ଼ାଗଲା ଝଡ଼ ବତାସରେ ଛିଣ୍ଡିଥିବା ତ୍ରିରଙ୍ଗା: ପୁଣି ଗାନ୍ଧିଛକରେ ଉଡିଲା …

ବରଗଡ଼,୩୧।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଗାନ୍ଧିଛକରେ ଉଡୁଥିବା ଛିଣ୍ଡା ତ୍ରିରଙ୍ଗାକୁ ମଙ୍ଗଳବାର ଅପସାରିତ କରାଯାଇଛି। ଅପସାରଣ ପରେ ସେଠାରେ ନୂଆ ତ୍ରିରଙ୍ଗା ଉଡୁଛି। ଏଠାରେ ଉଲ୍ଲେଖନୀୟ, ସହର…

ଆପଣାଇଥିଲେ ଅନ୍ୟ ଧର୍ମ: ୧୭ ଘଣ୍ଟା ହେଲା ପଡ଼ିଛି ମୃତଦେହ, ଶ୍ମଶାନରେ ମିଳୁନି

ଉମରକୋଟ,୩୧।୩(ସନ୍ତୋଷ ଶତପଥୀ): ଦୀର୍ଘ ୧୭ ଘଣ୍ଟା ହେବ ଘରେ ପଡି ରହିଛି ମୃତଦେହ। ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲାଉମରକୋଟ ଥାନା ପୂଜାରୀଭରଣ୍ଡୀ ଗ୍ରାମରେ ।…

ଜିଲାସ୍ତରୀୟ ଅନ୍ତର୍ଜାତୀୟ ଟ୍ରାନ୍ସଜେଣ୍ଡର ଦୃଶ୍ୟତା ଦିବସ ପାଳନ:  ଉଲ୍ଲେଖନୀୟ ଅବଦାନ ପାଇଁ ୫ ଟ୍ରାନ୍ସଜେଣ୍ଡରଙ୍କୁ…

ଛତ୍ରପୁର,୩୧।୩(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ପ୍ରଶାସନ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଜିଲାସ୍ତରୀୟ ଅନ୍ତର୍ଜାତୀୟ ଟ୍ରାନ୍ସଜେଣ୍ଡର ଦୃଶ୍ୟତା ଦିବସ ୨୦୨୬ ପାଳିତ ହୋଇଯାଇଛି…

କାମରେ ହେଲା କଥା କଟାକଟି, ଘରକୁ ଫେରିବା ବେଳେ ଛକିକି ହାଣିଲେ..

ବନ୍ତ,୩୧। ୧(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ଥାନା ଅଞ୍ଚଳରେ କଥାକଟାକଟିରୁ ଛୁରା ମାଡ଼ । ପୋଲିସ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଥିବା ବେଳେ…

୧ ଏପ୍ରିଲରୁ ୧୫ ଦିନ ଧରି ଚାଲିବ ସ୍ବ-ଗଣନା, ଏହି ୱେବସାଇଟ ମାଧ୍ୟମରେ ଦେବେ ସବୁ ତଥ୍ୟ, ଜିଲାପାଳ କହିଲେ…

ଛତ୍ରପୁର,୩୧।୩ (ଦିଲ୍ଲୀପ ସାମଲ ): ପ୍ରଥମ ପର୍ଯ୍ୟାୟର ଗୃହ ତାଲିକା ଓ ଗୃହ ଗଣନା (ସ୍ବ-ଗଣନା) ଆସନ୍ତାକାଲି ଅର୍ଥାତ୍‌ ୧ ଏପ୍ରିଲରୁ ୧୫ ଏପ୍ରିଲ ୨୦୨୬ ପର୍ଯ୍ୟନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri