Posted inଜାତୀୟ

୬ ଦୋଷୀଙ୍କ ମୁକ୍ତି ପଥ ଫିଟିପାରେ

ନୂଆଦିଲ୍ଲୀ/ଚେନ୍ନାଇ, ୧୯ା୫: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ଏ.ଜି. ପେରାରିଭଲନ୍‌ ମୁକୁଳିବା ପରେ ଦୋଷୀ ସାବ୍ୟସ୍ତ ହୋଇ ଜେଲଦଣ୍ଡ ଭୋଗୁଥିବା ସନ୍ଥନ, ମୁରୁଗାନ, ନଳିନୀ, ରବର୍ଟ ପାୟସ୍‌, ଜୟକୁମାର ଓ ରବୀନ୍ଦ୍ରନ୍‌ଙ୍କ ମୁକ୍ତି ପଥ ପରିଷ୍କାର ହୋଇଛି। ପେରାରିଭଲନ୍‌ ୩୦ ବର୍ଷରୁ ଊର୍ଦ୍ଧ୍ୱ ସମୟ କାରାଦଣ୍ଡ ଭୋଗିସାରିଥିବାରୁ ତାଙ୍କୁ ଅବଶିଷ୍ଟ ଦଣ୍ଡରୁ ମୁକ୍ତ କରାଯାଉ ବୋଲି ୨୦୧୮ରେ ତାମିଲନାଡ଼ୁ ସରକାର ସୁପାରିସ କରିଥିଲେ। ଏହାସତ୍ତ୍ୱେ ତାଙ୍କୁ ମୁକ୍ତ କରା ନ ଯିବାରୁ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ରାଜକ୍ଷମା ଆବେଦନ ଉପରେ ବିଚାର କରିବା ପାଇଁ ରାଜ୍ୟପାଳ ଓ ରାଷ୍ଟ୍ରପତିଙ୍କ ମଧ୍ୟରୁ କିଏ ଉପଯୁକ୍ତ କର୍ତ୍ତୃପକ୍ଷ ତାକୁ ନେଇ ଏହି ମାମଲାରେ ଆଇନଗତ ବିବାଦ ଦେଖାଦେଇଥିଲା। ଭାରତୀୟ ଦଣ୍ଡ ସଂହିତା (ଆଇପିସି) ଦଫା ୩୦୨ ସମ୍ପର୍କିତ ରାଜକ୍ଷମା ଉପରେ ରାଷ୍ଟ୍ରପତି ହିଁ ନିଷ୍ପତ୍ତି ନେଇପାରିବେ ବୋଲି କେନ୍ଦ୍ର ସରକାର ଯୁକ୍ତି ବାଢ଼ିଥିଲେ। ଜଷ୍ଟିସ୍‌ ଏଲ୍‌. ନାଗେଶ୍ୱର ରାଓଙ୍କ ଅଧ୍ୟକ୍ଷତାରେ ତଥା ବି.ଆର୍‌. ଗବାଇଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ରାଜୀବ ଗାନ୍ଧୀ ହତ୍ୟାକାଣ୍ଡର ସମସ୍ତ ୭ ଦୋଷୀଙ୍କୁ ଦଣ୍ଡାଦେଶ ଅବଧି ଶେଷ ହେବା ପୂର୍ବରୁ ମୁକ୍ତ କରିବା ପାଇଁ ତାମିଲନାଡ଼ୁ କ୍ୟାବିନେଟ୍‌ ରାଜ୍ୟପାଳଙ୍କୁ ପରାମର୍ଶ ଦେଇଥିଲା।

ଆଜୀବନ କାରାଦଣ୍ଡାଦେଶ ଭୋଗୁଥିବା ପେରାରିଭଲନ୍‌ଙ୍କୁ ତୁରନ୍ତ ମୁକ୍ତ କରିବା ପାଇଁ ସମ୍ବିଧାନର ଅନୁଚ୍ଛେଦ ୧୬୧ ଅନୁସାରେ ରାଜକ୍ଷମା ଆବେଦନ ଉପରେ ରାଜ୍ୟପାଳ ନିଷ୍ପତ୍ତି ନେବାରେ ଅତ୍ୟଧିକ ବିଳମ୍ବ କରିବାରୁ ତାଙ୍କୁ ମୁକ୍ତ କରାଯାଇଛି। ପ୍ରକାଶ ଯେ, ୨୦୨୨ ମେ’ ୧୧ରେ ରାଜ୍ୟ ସରକାରଙ୍କ ସୁପାରିସକୁ ଗ୍ରହଣ କରି ଅଦାଲତ ଏହି ମାମଲାର ରାୟ ସଂରକ୍ଷିତ ରଖିଥିଲେ।

ନିଷ୍ପତ୍ତି ନେବେ ତାମିଲନାଡ଼ୁ ସରକାର

ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ଜେଲଦଣ୍ଡ ଭୋଗୁଥିବା ଅବଶିଷ୍ଟ ୬ ଦୋଷୀଙ୍କ ମୁକ୍ତି ନିଷ୍ପତ୍ତି ନିଆଯିବ ବୋଲି ବୁଧବାର ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍‌. କେ. ଷ୍ଟାଲିନ୍‌ କହିଛନ୍ତି। ସୁପ୍ରିମକୋର୍ଟ ଏ. ଜି. ପେରାରିଭଲନ୍‌ଙ୍କ ମୁକ୍ତି ପାଇଁ ନିର୍ଦ୍ଦେଶ ଦେବା ପରେ ଖବରଦାତାଙ୍କୁ ଷ୍ଟାଲିନ୍‌ କହିଛନ୍ତି, ସର୍ବୋଚ୍ଚ ଅଦାଲତଙ୍କ ରାୟକୁ ସରକାର ଅନୁଧ୍ୟାନ କରିବେ। ଏଥିସହ ଆଇନ ବିଶେଷଜ୍ଞମାନଙ୍କ ସହତ ବିଚାରବିମର୍ଶ କରି ସେମାନଙ୍କ ମୁକ୍ତି ପାଇଁ ଆବଶ୍ୟକ ପଦକ୍ଷେପ ନେବେ। ପ୍ରକାଶ ଯେ, ୧୯୯୧ରେ ଥେନମୋଝି ରାଜରନତ୍ମ୍‌ (ଧାନୁ) ନାମ୍ନୀ ଶ୍ରୀଲଙ୍କା ନାଗରିକ ତଥା ଏଲ୍‌ଟିଟିଇର ଆତ୍ମଘାତୀ ମହିଳା ବିସ୍ଫୋରଣ ଘଟାଇ ରାଜୀବଙ୍କୁ ହତ୍ୟା କରିବା ପରଠୁ ସମସ୍ତ ଦୋଷୀ ଜେଲରେ ଦଣ୍ଡାଦେଶ ଭୋଗୁଛନ୍ତି।

୨ ବ୍ୟାଟେରି ପାଇଁ ଜେଲରେ ୩୧ ବର୍ଷ

ରାଜୀବ ଗାନ୍ଧୀ ୧୯୯୧ ସାଧାରଣ ନିର୍ବାଚନ ପାଇଁ ମେ’ ୨୧ରେ ତାମିଲନାଡ଼ୁର ଶ୍ରୀପେରୁମ୍ବୁଦୁରରେ ପ୍ରଚାର କରୁଥିବାବେଳେ ଆମତ୍ଘାତୀ ବିସ୍ଫୋରଣରେ ପ୍ରାଣ ହରାଇଥିଲେ। ଏହି ରାଜନୈତିକ ହତ୍ୟାକାଣ୍ଡ କେବଳ ଭାରତ ନୁହେଁ, ବରଂ ସାରା ବିଶ୍ୱରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ସେତେବେଳେ ଏ.ଜି. ପେରାରିଭଲନ୍‌ଙ୍କୁ ମାତ୍ର ୧୯ ବର୍ଷ ହୋଇଥିଲା। ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ତଥା ଲିବରେଶନ୍‌ ଟାଇଗର୍ସ ଅଫ୍‌ ତାମିଲ ଇଲମ୍‌ (ଏଲ୍‌ଟିଟିଇ)ର ଶିବାଶରଣଙ୍କ ପାଇଁ ପେରାରିଭଲନ୍‌ ଦୁଇଟି ୯-ଭୋଲ୍ଟ ବ୍ୟାଟେରି କିଣି ଆଣିଦେଇଥିଲେ। ଉକ୍ତ ବ୍ୟାଟେରିକୁ ରାଜୀବଙ୍କ ହତ୍ୟା ପାଇଁ ପ୍ରସ୍ତୁତ ବୋମାରେ ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଥିଲା। ୧୯୯୮ରେ ଆତଙ୍କବାଦ ନିରୋଧୀ କୋର୍ଟ ପେରାରିଭଲନ୍‌ଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଥିଲେ। ପରବର୍ଷ ସୁପ୍ରିମକୋର୍ଟ ଏହାକୁ ବଳବତ୍ତର ରଖିଥିଲେ ହେଁ ୨୦୧୪ରେ ଆଜୀବନ କାରାଦଣ୍ଡରେ ପରିବର୍ତ୍ତିତ କରିଥିଲେ। ଗତ ମାର୍ଚ୍ଚରେ ଶୀର୍ଷ ଅଦାଲତ ତାଙ୍କୁ ଜାମିନ ଦେଇଥିଲେ। ଜାମିନ ପାଇବା ପରେ ସେ ଜେଲରୁ ତୁରନ୍ତ ମୁକ୍ତି ପାଇଁ ସୁପ୍ରିମକୋର୍ଟରେ ଅପିଲ କରିଥିଲେ। ଅନ୍ୟପକ୍ଷେ କେନ୍ଦ୍ର ସରକାର ଏହାକୁ ବିରୋଧ କରିଥିଲେ। ତାମିଲନାଡୁ ରାଜ୍ୟପାଳ ଏହି ପ୍ରସଙ୍ଗ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟକୁ ବିଚାର ପାଇଁ ପଠାଇଛନ୍ତି। ତେବେ ରାଷ୍ଟ୍ରପତି ଏହା ଉପରେ କୌଣସି ନିଷ୍ପତ୍ତି ନେଇ ନ ଥିବା କେନ୍ଦ୍ର ପକ୍ଷରୁ ଯୁକ୍ତି ବଢ଼ାଯାଇଥିଲା। ସୁପ୍ରିମକୋର୍ଟ ପେରାରିଭଲନ୍‌ଙ୍କୁ ବୁଧବାର ମୁକ୍ତ କରିଛନ୍ତି।

ଷ୍ଟାଲିନ୍‌ଙ୍କୁ ଧନ୍ୟବାଦ ଦେଲେ

ପେରାରିଭଲନ୍‌ ଜେଲରୁ ମୁକୁଳିବା ପରେ ଚେନ୍ନାଇ ବିମାନବନ୍ଦରରେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ଙ୍କୁ ସାକ୍ଷାତ୍‌ କରିଛନ୍ତି। ଏଥିସହ ତାଙ୍କ ମୁକ୍ତି ପାଇଁ ପ୍ରୟାସ କରିଥିବାରୁ ରାଜ୍ୟ ସରକାରଙ୍କୁ ସେ ଧନ୍ୟବାଦ ଦେଇଛନ୍ତି। ସତ୍ୟ ଓ ନ୍ୟାୟ ଆମ ସପକ୍ଷରେ ରହିଛି। ଲୋକଙ୍କ ସମର୍ଥନ ଓ ଭଲ ପାଇବା ନ ଥିଲେ ଏହା ସମ୍ଭବ ହୋଇ ନ ଥାଆନ୍ତା। ମୃତ୍ୟୁଦଣ୍ଡର ଆବଶ୍ୟକତା ନ ଥିବା ମଁୁ ଦୃଢ଼ ଭାବେ ବିଶ୍ୱାସ କରେ ବୋଲି ପେରାରିଭଲନ୍‌ କହିଛନ୍ତି। ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍‌ ସୁପ୍ରିମକୋର୍ଟଙ୍କ ଏହି ରାୟକୁ ସ୍ବାଗତ କରିଛନ୍ତି।

କେନ୍ଦ୍ରକୁ ଦୋଷ ଦେଲା କଂଗ୍ରେସ

କେନ୍ଦ୍ର ସରକାରଙ୍କ ଶସ୍ତା ରାଜନୀତି ଯୋଗୁ ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀଙ୍କ ମୁକ୍ତିର ବାଟ ଫିଟିଥିବା କଂଗ୍ରେସ ପକ୍ଷରୁ ସମାଲୋଚନା କରାଯାଇଛି। ଏଆଇସିିସି ସାଧାରଣ ସମ୍ପାଦକ ରଣଦୀପ ସୂର୍ଯ୍ୟଓ୍ବୋଲା କହିଛନ୍ତି, ଏହି ଘଟଣାକ୍ରମକୁ ନେଇ କେବଳ କଂଗ୍ରେସ କର୍ମୀମାନେ ନୁହନ୍ତି, ବରଂ ସମସ୍ତ ଭାରତୀୟ ଦୁଃଖିତ। ଜଣେ ଆତଙ୍କବାଦୀଙ୍କୁ ଆତଙ୍କବାଦୀ ଭଳି ବ୍ୟବହାର କରାଯିବା ଉଚିତ। ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ହତ୍ୟାକାରୀଙ୍କୁ ସୁପ୍ରିମକୋର୍ଟ ମୁକ୍ତ ପାଇଁ ନିର୍ଦ୍ଦେଶ ଦେବା ଆମ ସମସ୍ତଙ୍କୁ ବ୍ୟଥିତ ଓ ନିରାଶ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଚାଷୀ ଶୁଣିଲେ ହୋଇଯିବେ ଖୁସି

ନୂଆଦିଲ୍ଲୀ,୩୦।୩: ଦେଶରେ ଆଗାମୀ ଖରିଫ ଋତୁକୁ ନେଇ ଚାଷୀମାନେ କିଛି ଆଶ୍ୱସ୍ତି ପାଇଛନ୍ତି। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପ୍ରଚୁର ପରିମାଣରେ ସାର ଗଚ୍ଛିତ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ଦିଗପହଣ୍ଡିରେ ଅସାମାଜିକ ଯୁବକଙ୍କ ଆତଙ୍କ: ଦେଶୀମଦ ପାଇଁ କରୁଛନ୍ତି ଚୋରି

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହରରେ ଅସାମାଜିକ ଯୁବକଙ୍କ ଆତଙ୍କରାଜ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପୁଞ୍ଜିକଂୟା ଛକ, ବଜାର ସାହି, ଜନତା ଲେନ, ମେଡିକାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri