ଫେମସ ଜର୍ନାଲରେ ପତଞ୍ଜଳିର ଗବେଷଣା

ଭୁବନେଶ୍ୱର,୧୨।୯: ପତଞ୍ଜଳି ଯୋଗପୀଠର ସାଧାରଣ ସମ୍ପାଦକ ଆଚାର୍ଯ୍ୟ ବାଳକୃଷ୍ଣଙ୍କ ନେତ୍ୱତୃରେ ଅନେକ ନୂତନ ଗୁଣାତ୍ମକ ଔଷଧ ପତଞ୍ଜଳି ଅନୁସନ୍ଧାନ ସଂସ୍ଥାନ ପକ୍ଷରୁ ପ୍ରସ୍ତୁତ କରାଯାଇଛି। ବିଶେଷ କରି ଜଡ଼ି ବୁଟି ସାମଗ୍ରୀ ଉପରେ ଗବେଷଣା କରି ପତଞ୍ଜଳି ଅନୁସନ୍ଧାନ ସଂସ୍ଥାନ ଅନେକ ନୂଆ ଔଷଧ ପ୍ରସ୍ତୁତ କରିଛି। ଏପରିକି ଅଷ୍ଟ୍ରେଲିଆର ସ୍ବିନବର୍ଣ୍ଣ ବିଶ୍ବବିଦ୍ୟାଳୟର ପ୍ରଫେସର ଏବଂ ପତଞ୍ଜଳି ଅନୁସନ୍ଧାନ ସଂସ୍ଥାନ ପକ୍ଷରୁ କରାଯାଇଥିବା ଏକ ମିଳିତ ଗବେଷଣାରୁ ପ୍ରସ୍ତୁତ ବିଭିନ୍ନ ଆୟୁର୍ବେଦିକ ଔଷଧ ଶରୀର ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇଛି। ଏ ନେଇ ଆଚାର୍ଯ୍ୟ ବାଳକୃଷ୍ଣ କହିଛନ୍ତି, ଏହି ନୂତନ ଗବେଷଣାଗୁଡିକ ବିଶ୍ବ ପ୍ରସିଦ୍ଧ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟର ଫେମସ ମାଇକ୍ରୋବାୟୋଲୋଜି ଇକୋଲୋଜି ଜର୍ନାଲରେ ସାମିଲ କରାଯାଇଛି। ଏପରିକି ଉକ୍ତ ଜର୍ନାଲରେ ପତଞ୍ଜଳିର ଗବେଷଣା ସମ୍ପର୍କିତ ବିଭିନ୍ନ ଦିଗ ଉପରେ ବିସ୍ତୃତ ଆଲୋଚନା କରାଯାଇଛି। ସେହିଭଳି ଭାରତୀୟ ଆୟୁର୍ବେଦର ଶକ୍ତିକୁ ବିଦେଶୀ ବୈଜ୍ଞାନିକମାନେ ମଧ୍ୟ ଗ୍ରହଣ କରୁଥିବା ବେଳେ ଅଧିକ ଗବେଷଣା ପାଇଁ ଉତ୍ସାହ ଦେଖାଇଥିବାରୁ ଆଚାର୍ଯ୍ୟ ଖୁସି ପ୍ରକଟ କରିଛନ୍ତି। ଏହା ପୂର୍ବରୁ ମଧ୍ୟ ପତଞ୍ଜଳିର ଗବେଷଣାକୁ ଏଲସିଭିଅର, ସ୍ପ୍ରିଙ୍ଗର, ଫ୍ରଣ୍ଟିୟର, ନେଚର, ମଲିକ୍ୟୁଲ୍ସ, ବାୟୋମଲିକ୍ୟୁଲ୍ସ, ଜର୍ନାଲ ଅଫ ସେପାରେଶନ ସାଇନ୍ସ, ଜର୍ନାଲ ଅଫ ଇନଫ୍ଲେମେଶନ ରିସର୍ଚ୍ଚ, ନାନୋସ୍କେଲ ଆଡଭାନ୍ସେସ ଆଦିରେ ଦେଖିବାକୁ ମିଳିଥିଲା। ଅପରପକ୍ଷରେ ପତଞ୍ଜଳି ସମ୍ପୂର୍ଣ୍ଣ ବୈଜ୍ଞାନିକ ପଦ୍ଧତିରେ କାର୍ଯ୍ୟ କରୁଥିବା ବେଳେ ଏନ୍‌ଏବିଏଲ୍‌ ମାନ୍ୟତାପ୍ରାପ୍ତ ଲାବ୍‌ ଓ ପଶୁଙ୍କ ଦେହରେ ପରୀକ୍ଷଣ ସମେତ ଅନ୍ୟାନ୍ୟ ସବୁ ପ୍ରକାର ସୁବିଧା ପତଞ୍ଜଳି ଅନୁସନ୍ଧାନ ସଂସ୍ଥାନରେ ଉପଲବ୍ଧ ବୋଲି ଆଚାର୍ଯ୍ୟ ମତପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri