ପତଞ୍ଜଳିର ନିଃଶୁଳ୍କ ଇଣ୍ଟିଗ୍ରେଟେଡ୍‌ ଯୋଗ ଶିବିର

ଭୁବନେଶ୍ୱର,୩୧ା୧୨(ଅନୁରାଧା ମହାରଣା): ପତଞ୍ଜଳି ଯୋଗପୀଠର ସହାୟକ ସଂସ୍ଥା ପତଞ୍ଜଳି ଯୋଗ ସମିତି, ରାଜସ୍ଥାନ ଏବଂ ଚୌମୁ ଭାରତ ସ୍ବାଭିମାନ ଟ୍ରଷ୍ଟ ପକ୍ଷରୁ ରାଜସ୍ଥାନର ଜୟପୁରଠାରେ ଏକ ସ୍ବତନ୍ତ୍ର ଏକଦିବସୀୟ ନିଃଶୁଳ୍କ ଇଣ୍ଟିଗ୍ରେଟେଡ୍‌ ଯୋଗ ଶିବିର ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଯୋଗଗୁରୁ ରାମଦେବଙ୍କ ଶିଷ୍ୟ ତଥା ଭାରତ ସ୍ବାଭିମାନ ଟ୍ରଷ୍ଟ ହରିଦ୍ୱାରର କେନ୍ଦ୍ରୀୟ ପ୍ରଭାରୀ ଡ. ସ୍ବାମୀ ପରମାର୍ଥ ଦେବ ଯୋଗଦେଇ କହିଥିଲେ , ଯୋଗକୁ ଆମେ ପ୍ରତିଟି ବ୍ୟକ୍ତି ପାଖରେ ପହଞ୍ଚାଇବା ସହ ସମସ୍ତଙ୍କୁ ଯୋଗୀ ଭାବେ ଗଢ଼ିବା ପାଇଁ ଲକ୍ଷ୍ୟ ରଖିଛୁ। ଅପରପକ୍ଷରେ ଯୋଗଗୁରୁ ରାମଦେବ ଭର୍ଚୁଆଲ ମାଧ୍ୟମରେ ଯୋଗଦେଇ ଉକ୍ତ ଶିବିରର ଆଭିମୁଖ୍ୟ ସମ୍ପର୍କରେ ବିସ୍ତୃତ ଭାବେ ଅବଗତ କରାଇଥିଲେ। ସେହିଭଳି ଜୟପୁର ଗ୍ରାମୀଣ ଭାରତ ସ୍ବାଭିମାନ ଟ୍ରଷ୍ଟର ଜିଲା ପ୍ରଭାରୀ ହନୁମାନ ସିଂହ ରୋଲାନିଆ କହିଥିଲେ, ଚୌମୁର ରାଜବିଳାସ ଗାର୍ଡେନରେ ଆୟୋଜିତ ଏହି ବିଶାଳ ଯୋଗ ସମ୍ମିଳନୀରେ ଲକ୍ଷାଧିକ ଯୋଗସାଧକ ଯୋଗଦେଇ ଶିବିରକୁ ସଫଳ କରାଇଛନ୍ତି। ଭାରତ ସ୍ବାଭିମାନ ଟ୍ରଷ୍ଟର ମୁଖ୍ୟ କେନ୍ଦ୍ରୀୟ ପ୍ରଭାରୀ ଅରବିନ୍ଦ ପାଣ୍ଡେ ଏବଂ ଭାରତୀୟ ଶିକ୍ଷା ବୋର୍ଡର ରାଜ୍ୟ ପ୍ରମୁଖ କୁଳଭୂଷଣ ବୈରାଠି, ମହିଳା ଯୋଗ ସମିତି ରାଜ୍ୟ ପ୍ରଭାରୀ ସରିତା ଗୁର୍ଜର, କିଷାନ ସେବା ସମିତିର ରାଜ୍ୟ ପ୍ରଭାରୀ ସର୍ଦ୍ଦାର ବଳଦେବ ସିଂହ, ପତଞ୍ଜଳି ଯୋଗ ସମିତିର ରାଜ୍ୟ ପ୍ରଭାରୀ ପବନ କୁମାର, ଯୁବ ଭାରତର ରାଜ୍ୟ ପ୍ରଭାରୀ ସନ୍ଦୀପ କାସନିଆ, ପୂର୍ବତନ ବିଧାୟକ ରାମଲାଲ ଶର୍ମା, ଡା. ଶ୍ରବଣ କୁମାର ବରାଳ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ରାଜସ୍ଥାନର ଜୟପୁର, ଦୌସା, ଅଲବର, କୋଟା ଭଳି ଅନେକ ଅଞ୍ଚଳର ଯୋଗ ସାଧକଙ୍କ ସମେତ ଯୋଗଗୁରୁ ରାମଦେବଙ୍କ ଶିଷ୍ୟମାନେ ଉକ୍ତ ଶିବିରରେ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବେଆଇନ ଚୋରା ବାଲି ଚାଲାଣ: ୨ ହାଇୱାକୁ ମାଡିବସିଲା…

ପୋଲିସ।ପାଟଣା,୬।୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ସାହାରପଡା ଫାଣ୍ଡି ପୋଲିସ ସାହାରପଡା ପେଟ୍ରୋଲ ପମ୍ପ ନିକଟରୁ ଶନିବାର ଭୋର ସକାଳୁ ୨ଟି ଚୋରା ବାଲି...

ଇଣ୍ଡିଗୋ ବିମାନ ରଦ୍ଦ ପରେ ବି କେମିତି ଧଡାଧଡ ବିକ୍ରି ହେଉଛି ଟିକେଟ! ୩ ଗୁଣା ଅଧିକ ଦାମରେ ବି କିଣୁଛନ୍ତି ଲୋକେ

ନୂଆଦିଲ୍ଲୀ,୬।୧୨: ଇଣ୍ଡିଗୋ ଏୟାରଲାଇନ୍ସ ଅନେକ ଦିନ ଧରି ସଂଘର୍ଷ କରୁଛି। ଡିସେମ୍ବର ୨ରୁ ବିମାନ ବାତିଲ ଚାଲିଛି। ଇଣ୍ଡିଗୋ ପ୍ରତିଦିନ ୫୦୦ରୁ ଅଧିକ ବିମାନ ବାତିଲ...

ଶେଷରେ ଟସ୍‌ ଜିତିଲା ଭାରତ: ଖୁସିକୁ ରୋକି ନ ପାରି ରାହୁଲ କରିଦେଲେ…

ନୂଆଦିଲ୍ଲୀ,୬।୧୨: ଦକ୍ଷିଣ ଆଫ୍ରିକା ବିପକ୍ଷରେ ତୃତୀୟ ଦିନିକିଆରେ ଭାରତୀୟ ଅଧିନାୟକ କେଏଲ ରାହୁଲ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଭାରତ ୨୦...

ଏହିସବୁ ଭାରତୀୟ ଖାଦ୍ୟ ଖାଇଲେ ପୁଟିନ୍‌: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୨।୬: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମ୍ମାନାର୍ଥେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଆୟୋଜିତ ରାଜ୍ୟ ଭୋଜିରେ କଶ୍ମୀର ଅଖରୋଟ ଗୁଚ୍ଚି ଦୁନ ଚେଟିନ ଏବଂ...

ପୁଟିନ ଫେରୁ ଫେରୁ ପୂରଣ ହେଲା ଭାରତର ବଡ଼ ଇଚ୍ଛା, ପ୍ରମାଦ ଗଣିବେ ଚାଇନା-ପାକିସ୍ତାନ

ନୂଆଦିଲ୍ଲୀ,୬।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଛାଡିବା ପରେ ଏକ ବଡ଼ ଖବର ଆସିଛି। ଏହି ନୂତନ ବିକାଶ ସ୍ବଦେଶୀ ଯୁଦ୍ଧ ବିମାନ କାର୍ଯ୍ୟକ୍ରମକୁ...

Featured Video Play Icon

ଝିଅ ବାହାଘର ପାଇଁ ଟଙ୍କା ଦେବେ ସରକାର, ଭୋଜି ପାଇଁ ମିଳିବ…

ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା ସରକାର।...

ଧନୁଯାତ୍ରା ପାଇଁ ଶୁଭସ୍ତମ୍ଭ: ପ୍ରସ୍ତୁତି ଜୋରଦାର…

ନୂଆପଡ଼ା,୬ା୧୨ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ଲଖନା ଗାଁରେ ଶୁକ୍ରବାର ୧୭ତମ ଧନୁଯାତ୍ରା ପାଇଁ ନୂତନ କମିଟି ଗଠନ ସହ ଶୁଭସ୍ତମ୍ଭ...

ମୃତବ୍ୟକ୍ତିଙ୍କ ସୁନା ଅଳଙ୍କାର ପାଖରେ ରଖୁଛନ୍ତି କି? ପଡିପାରେ ନକରାତ୍ମକ ଶକ୍ତି, ଜାଣନ୍ତୁ ଗରୁଡ ପୁରାଣ କ’ଣ କହୁଛି

ସୁନାକୁ ସୌଭାଗ୍ୟ ଏବଂ ସକାରାତ୍ମକ ଶକ୍ତିର ବାହକ ବୋଲି ବିବେଚନା କରାଯାଏ। ଏହାର ଚମକ ଏବଂ ଆକର୍ଷଣ ସମସ୍ତଙ୍କୁ ଆକର୍ଷିତ କରେ। ସୁନା ଅଳଙ୍କାର, ବିଶେଷକରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri