ଓମିକ୍ରନ୍‌ ଜେଏନ୍‌-୧ ଉପରେ ଗବେଷଣା କରିବ ପତଞ୍ଜଳି

ଭୁବନେଶ୍ୱର,୧୯।୧(ଅନୁରାଧା ମହାରଣା): କରୋନା ମହାମାରୀ ସମୟରେ ପତଞ୍ଜଳି ରିସର୍ଚ୍ଚ ଫାଉଣ୍ଡେଶନର ବୈଜ୍ଞାନିକମାନେ ବ୍ୟାପକ ଗବେଷଣା ପୂର୍ବକ କରୋନିଲ ଆବିଷ୍କାରକରି ଚିକିତ୍ସା ଓ ସ୍ବାସ୍ଥ୍ୟସେବାରେ ଆୟୁର୍ବେଦର ସଫଳତାକୁ ପ୍ରଦର୍ଶିତ କରିଥିଲେ। ବର୍ତ୍ତମାନ କରୋନାର ନୂଆ ଭାରିଆଣ୍ଟ ଉପରେ ଗବେଷଣା କରିବାକୁ ଚାଇନାର ସାଇନୋ ବାୟୋଲୋଜିକାଲ ଲାବ୍‌ରୁ ସ୍ପାଇକ୍‌ ପ୍ରୋଟିନ୍‌ ମଗାଯାଇଛି। ଏହ ଉପରେ ପତଞ୍ଜଳି ଅନୁସନ୍ଧାନ ସଂସ୍ଥାନର ବୈଜ୍ଞାନିକମାନେ ଗବେଷଣା କରିବେ। କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଜେଏନ୍‌.-୧ ସଂକ୍ରମଣ ବଢ଼ିବାରେ ଲାଗିଛି। କରୋନା ଚିକିତ୍ସା କ୍ଷେତ୍ରରେ ନିଜର ଗବେଷଣା କାର୍ଯ୍ୟକୁ ଆଗକୁ ବଢ଼ାଇବା କ୍ରମରେ ପତଞ୍ଜଳି ଅନୁସନ୍ଧାନ ସଂସ୍ଥାନ ଦ୍ବାରା ସାଇନୋ ବାୟୋଲୋଜିକାଲ ଲାବ୍‌ରୁ ମଗାଯାଇଥିବା ସ୍ପାଇକ୍‌ ପ୍ରୋଟିନ୍‌ ଉପରେ ନୂତନ ଗବେଷଣା ଆରମ୍ଭ କରାଯାଇଛି। ଏହି ଅବସରରେ ପତଞ୍ଜଳି ଯୋଗପୀଠର ମହାସଚିବ ଆଚାର୍ଯ୍ୟ ବାଲକ୍ରିଷ୍ଣା କହିଛନ୍ତି, କରୋନା ମହାମାରୀ ସାରା ବିଶ୍ୱରେ ଆତଙ୍କ ଖେଳାଇ ଦେଇଥିଲା ଏବଂ ଜନସାଧାରଣଙ୍କୁ ଅସହ୍ୟ ଯନ୍ତ୍ରଣା ଦେଇଥିଲା। ଏବେ ଜେଏନ୍‌.-୧ ସଂକ୍ରମଣ ବ୍ୟାପିବାରେ ଲାଗିଛି। ଏହି ଭୂତାଣ ଦ୍ୱାରା ହେଉଥିବା ରୋଗର ଚିକିତ୍ସା ପାଇଁ ଗବେଷଣା କରିବାକୁ ସ୍ପାଇକ୍‌ ପ୍ରୋଟିନ୍‌ର ଆବଶ୍ୟକତା ରହିଛି। ପତଞ୍ଜଳି କିଭଳି ଆୟୁର୍ବେଦିକ ଔଷଧ ଉପରେ ଗବେଷଣା କରି ତାହାର ପ୍ରସ୍ତୁତି କରୁଛି ଏବଂ ଆଧୁନିକ ଚିକିତ୍ସା ବିଜ୍ଞାନର ଯେଉଁ ମାନକ ତଥା ପାରାମିଟର୍ସ ରହିଛି ସେ ସମ୍ପର୍କରେ ସମଗ୍ର ବିଶ୍ୱକୁ ପତଞ୍ଜଳି ଅବଗତ କରାଇବାକୁ ଚାହିଁଛି। ପତଞ୍ଜଳି ଅନୁସନ୍ଧାନ ସଂସ୍ଥାନର ପ୍ରମୁଖ ବୈଜ୍ଞାନିକ ଡା. ଅନୁରାଗ କହିଛନ୍ତି, ଓମିକ୍ରନ୍‌ ଜେଏନ୍‌.-୧ ଭୂତାଣରୁ ସ୍ପାଇକ୍‌ ପ୍ରୋଟିନ୍‌ ଉପରେ କରୋନିଲର ପ୍ରୟୋଗ ଦ୍ବାରା ସଂକ୍ରମଣ ନିୟନ୍ତ୍ରଣ ସମ୍ପର୍କରେ ଟ୍ରାଏଲ କରାଯିବ। ଏହାର ପରିଣାମ ଭୂତାଣୁ ନିୟନ୍ତ୍ରଣ ଦିଗରେ ସହାୟକ ହେବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri