ଗଳଗଣ୍ଡ ରୋଗ ଦୂରକରୁଛି ପତଞ୍ଜଳି ଥାଇରୋଗ୍ରିଟ୍‌

ଭୁବନେଶ୍ୱର,୨7।୬(ଅନୁରାଧା ମହାରଣା): ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ପତଞ୍ଜଳି ଯୋଗପୀଠର ଅଗ୍ରଣୀ ପ୍ରତିଷ୍ଠାନ ପତଞ୍ଜଳି ଆୟୁର୍ବେଦକୁ ନିକଟରେ ଅନ୍ତର୍ଜାତୀୟସ୍ତରର ସମ୍ମାନ ସହ ସ୍ବୀକୃତି ପ୍ରଦାନ କରାଯାଇଛି। ଏପରିକି ପତଞ୍ଜଳି ଆୟୁର୍ବେଦ ସଂସ୍ଥାନର ଗବେଷଣା ଓ ଅଭିଜ୍ଞ ଗବେଷକ (ବୈଜ୍ଞାନିକ)ଙ୍କ ଦ୍ୱାରା ରିସର୍ଚ୍ଚରୁ ଏକ ଅମୂଲ୍ୟ ଔଷଧୀୟ ଗୁଣଥିବା ହର୍ବାଲ ମେଡିସିନ୍‌ ଥାଇରୋଗ୍ରିଟ୍‌ ସମ୍ପର୍କରେ ବିସ୍ତୃତ ସୂଚନା ବିଶ୍ୱର ପ୍ରସିଦ୍ଧ ରିସର୍ଚ୍ଚ ଜର୍ନାଲରେ ପ୍ରକାଶ ପାଇଛି।

ଉଲ୍ଲେଖଯୋଗ୍ୟ ହାଇପୋଥାଇରୋଡିଜମ୍‌ ବା ଗଳଗଣ୍ଡ ରୋଗରେ ଅନେକ ସଂଖ୍ୟାରେ ଲୋକ ପୀଡ଼ିତ ହେଉଥିବାବେଳେ ଆଧୁନିକ ଚିକିତ୍ସା କ୍ଷେତ୍ରରେ ହର୍‌ମୋନାଲ ରିପ୍ଲେସ୍‌ମେଣ୍ଟ ଥେରାପି ଦ୍ୱାରା ଚିକିତ୍ସା କରାଯାଉଛି। ଏହି ରୋଗ ହୃଦ୍‌ରୋଗ, ବନ୍ଧ୍ୟାଦୋଷ ଭଳି ସମସ୍ୟା ସୃଷ୍ଟି କରିବା ସହ ଶିଶୁଙ୍କ ମାନସିକ ବିକାଶକୁ ମଧ୍ୟ ପ୍ରଭାବିତ କରିଥାଏ। ମାତ୍ର ଆୟୁର୍ବେଦ ଓ ପ୍ରାଚୀନ ଚିକିତ୍ସା ବିଜ୍ଞାନ ଆଧାରରେ ପତଞ୍ଜଳି ଦ୍ୱାରା ପ୍ରସ୍ତୁତ ଥାଇରୋଗ୍ରୀଟ୍‌ ଦ୍ୱାରା ଏହି ରୋଗରୁ ମୁକ୍ତି ମିଳୁଥିବା ସଂସ୍ଥା ପକ୍ଷରୁ ଦାବି କରାଯାଇଛି। ବିଶ୍ୱସ୍ତରୀୟ ରିସର୍ଚ୍ଚ ଜର୍ନାଲ କ୍ଲିନିକାଲ ଫାଇଟୋସାଇନ୍ସରେ ଏହା ଉପରେ କରାଯାଇଥିବା ଅନୁସନ୍ଧାନମୂଳ ଲେଖା ପ୍ରକାଶ ପାଇଛି। ଏନେଇ ପତଞ୍ଜଳି ପକ୍ଷରୁ ସୂଚନା ଦିଆଯାଇଛି। ଏହି ଅବସରରେ ଆଚାର୍ଯ୍ୟ ବାଲକ୍ରିଷ୍ଣା କହିଛନ୍ତି, ପତଞ୍ଜଳି ପ୍ରସ୍ତୁତ ଥାଇରୋଗ୍ରୀଟ୍‌ ସମଗ୍ର ବିଶ୍ୱର ଗଳଗଣ୍ଡ ରୋଗୀଙ୍କୁ ରୋଗମୁକ୍ତ କରିବାରେ ସହାୟକ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ୟୁରୋପ, ଆମେରିକା ପରେ ଭାରତ ଟାର୍ଗେଟରେ ଏସବୁ ଧନୀ ଦେଶ; ଖୁବଶୀଘ୍ର ହେବ ବାଣିଜ୍ୟ ଚୁକ୍ତି

ନୂଆଦିଲ୍ଲୀ,୫।୨: ଅନେକ ଆଲୋଚନା ପରେ ଭାରତ ୟୁରୋପ, ଆମେରିକା ସହିତ ବାଣିଜ୍ୟ ଚୁକ୍ତି କରିବାରେ ସଫଳ ହୋଇଛି। ଏହି ଚୁକ୍ତି ଭାରତ ଅର୍ଥନୀତି ପାଇଁ ଖୁବ ସୁଯୋଗ…

Baba Venga: ଡରାଉଛି ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ; ୨୦୨୬ରେ ବଢିବ ନା ଶସ୍ତା ହେବ ସୁନା?

ପ୍ରସିଦ୍ଧ ବୁଲଗେରିଆନ୍ ଭବିଷ୍ୟବ୍ୟକ୍ତା ବାବା ଭେଙ୍ଗା, ଚଳିତ ବର୍ଷ ପାଇଁ ଅନେକ ଭୟଙ୍କର ଚେତାବନୀ ଦେଇଥିଲେ। ସେ ଭବିଷ୍ୟବାଣୀ କରିଥିଲେ ଯେ ବିଶ୍ୱ ଏକ ଗମ୍ଭୀର ଆର୍ଥିକ…

ହୋଲି-ଦୀପାବଳିରେ ମାଗଣା ଗ୍ୟାସ ସିଲିଣ୍ଡର; ଜାଣନ୍ତୁ ଆପଣଙ୍କୁ କିପରି ମିଳିବ ଲାଭ…

ନୂଆଦିଲ୍ଲୀ,୫।୨: ଯଦି ଆପଣ ଦିଲ୍ଲୀରେ ରହୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର। ଦିଲ୍ଲୀର ରେଖା ଗୁପ୍ତା ସରକାର ନିଜର ନିର୍ୱାଚନୀ ପ୍ରତିଶ୍ରୁତି ପୂରଣ କରି…

UPI New Rules: ବଦଳିଲା UPI ଟ୍ରାଞ୍ଜାକ୍ସନ ପଦ୍ଧତି, ଜାଣନ୍ତୁ କେଉଁମାନେ ହେବେ ପ୍ରଭାବିତ

ନୂଆଦିଲ୍ଲୀ,୫।୨: ଭାରତରେ ଡିଜିଟାଲ ପେମେଣ୍ଟ ଆମ ଦୈନନ୍ଦିନ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ପାଲଟିଛି। ପନିପରିବା କିଣିବା ଠାରୁ ଆରମ୍ଭ କରି ଅନଲାଇନ ସପିଂ, ବିଦ୍ୟୁତ୍‌ ବିଲ…

ଏବେ ବି ଆପଣଙ୍କ ପାଖରେ ଅଛି କି ୨୦୦୦ ଟଙ୍କିଆ ନୋଟ: ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୫।୨: ଯଦି ଆପଣଙ୍କ ପାଖରେ ଏବେ ବି ୨୦୦୦ ଟଙ୍କିଆ ନୋଟ ଅଛି, ତେବେ ଭବିଷ୍ୟତରେ ଏହାକୁ ବ୍ୟବହାର କରିବା କଷ୍ଟକର ହୋଇଯିବ। ନଭେମ୍ବର ୨୦୧୬ରେ ସରକାର…

ଭାରତରେ ‘ଡାଟା ସେଣ୍ଟର’ ଆଣିବ ନିଯୁକ୍ତିର ସୁଅ: ଇଣ୍ଟରନେଟ୍ ଯୁଗ ପରି ଆସିବ ବିପ୍ଳବ

ନୂଆଦିଲ୍ଲୀ,୪ା୨: ଭାରତରେ ନିଯୁକ୍ତିର ବନ୍ୟା ସୃଷ୍ଟି କରିବ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI)। ଆଗାମୀ ଦିନରେ ‘ଡାଟା ସେଣ୍ଟର’ଗୁଡ଼ିକ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ପୂର୍ବରୁ ଦେଶରେ…

ଏହି ସ୍ଥାନରେ ଏବେ ବି ଶସ୍ତାରେ ମିଳୁଛି ସୁନା, ଭାରତ ତୁଳନାରେ ଏତେ କମ୍‌…

ନୂଆଦିଲ୍ଲୀ,୪।୨: ପ୍ରତିଦିନ ସୁନାର ମୂଲ୍ୟ ବଦଳୁଛି। ବଜେଟ ଦିନ, ଫେବୃଆରୀ 1 ଏବଂ 2 ରେ ଏକ ବଡ଼ ହ୍ରାସ ପରେ, ସୁନାର ମୂଲ୍ୟ ପୁଣି ଥରେ…

ବଡ଼ ଘୋଷଣା: ଏହି ରୁଟ୍‌ର ଟ୍ରେନ କ୍ୟାନସଲ୍‌, ଦେଖନ୍ତୁ ଲିଷ୍ଟ…

ନୂଆଦିଲ୍ଲୀ,୪।୨: ପ୍ରତିଦିନ ସାରା ଦେଶରେ ଲକ୍ଷ ଲକ୍ଷ ଯାତ୍ରୀ ଟ୍ରେନରେ ଯାତ୍ରା କରନ୍ତି ଏବଂ ଏକ ବଡ଼ ସଂଖ୍ୟାରେ ଉତ୍ତରାଖଣ୍ଡ ଏବଂ ଉତ୍ତର ପ୍ରଦେଶ ମଧ୍ୟରେ ଯାତ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri