କରୋନିଲ ପରେ ଏବେ ବ୍ଲାକ୍‌ ଫଙ୍ଗସ୍‌ ଔଷଧ ତିଆରି କରୁଛି ପତଞ୍ଜଳୀ

ହରିଦ୍ୱାର,୨।୬: କରୋନାର ପ୍ରଥମ ଲହର ସମୟରେ ଯେତେବେଳେ ସମଗ୍ର ଦେଶ ଭାକ୍ସିନକୁ ନେଇ ଚର୍ଚ୍ଚା କରୁଥିଲା, ସେତେବେଳେ ଯୋଗଗୁରୁ ବାବା ରାମଦେବ କରୋନିଲ ଔଷଧ ତିଆରି କରି ସମସ୍ତଙ୍କୁ ଚକିତ କରିଦେଇଥିଲେ। କେବଳ ସେତିକି ନୁହେଁ, କରୋନିଲ ଲଞ୍ଚ ସମୟରେ ପତଞ୍ଜଳୀ ପକ୍ଷରୁ ଦାବି କରାଯାଇଥିଲା ଯେ, କରୋନା ସଂକ୍ରମଣ ସମୟରେ ଏହି ଔଷଧ ରୋଗପ୍ରତିରୋଧକ ଶକ୍ତି ବଢ଼ାଇବାରେ ସହାୟକ ହେବ। ତେବେ କରୋନା ଚିକିତ୍ସା ପାଇଁ କରୋନିଲ ଔଷଧ ପରେ ଏବେ ପତଞ୍ଜଳୀ ଖୁବ୍‌ଶୀଘ୍ର ବଜାରରେ ବ୍ଲାକ୍‌ ଫଙ୍ଗସ୍‌ର ଔଷଧ ଉପଲବ୍ଧ କରାଇବାକୁ ଯାଉଛି। ପତଞ୍ଜଳୀ ରିସର୍ଚ୍ଚ ସେଣ୍ଟର ପକ୍ଷରୁ ବ୍ଲାକ୍‌ ଫଙ୍ଗସ୍‌ ଔଷଧ ପ୍ରସ୍ତୁତି କାର୍ଯ୍ୟ ଯୁଦ୍ଧକାଳୀନ ସ୍ତରରେ କରାଯାଉଛି। ଏନେଇ ପତଞ୍ଜଳୀ ଯୋଗପୀଠର ଏମ୍‌ଡି ଆଚାର୍ଯ୍ୟ ବାଳକୃଷ୍ଣ ସୂଚନା ଦେଇଛନ୍ତି। ସେ କହିଛନ୍ତି, କରୋନା ଚିକିତ୍ସାରେ କରୋନିଲ ଔଷଧ ପ୍ରଭାବଶାଳୀ ପ୍ରମାଣିତ ହେବା ପରେ ବର୍ତ୍ତମାନ ବ୍ଲାକ୍‌ ଫଙ୍ଗସ୍‌ର ଔଷଧ ପ୍ରସ୍ତୁତ କରାଯାଇଛି। ଏତଦ୍‌ ବ୍ୟତୀତ ସେ କହିଛନ୍ତି, ଏହି ଔଷଧକୁ ପ୍ରୟୋଗ କରାଯିବା ସମୟରେ ପଜିଟିଭ୍‌ ଫଳାଫଳ ସାମ୍ନାକୁ ଆସିଥିଲା। ତେବେ ଏହି ଆୟୁର୍ବେଦିକ ଔଷଧ ବ୍ଲାକ୍‌ ଫଙ୍ଗସ୍‌ ସମେତ ଅନ୍ୟ ଫଙ୍ଗସ୍‌ରେ ମଧ୍ୟ ପ୍ରଭାବ ପକାଇବ।


Enter your email to get our daily news in your inbox.

All Right Reserved By Dharitri.Com

ଜାହାଜକୁ ଆରେଷ୍ଟ କର: ବଡ଼ ରାୟ ଦେଲେ ହାଇକୋର୍ଟ

କଟକ,୨୭।୧୨(କାର୍ତ୍ତିକ ସାହୁ):ପାରାଦୀପ ବନ୍ଦରରେ ଅଟକିଥିବା ଏକ ଜାହାଜକୁ ଆରେଷ୍ଟ କରିବାକୁ ହାଇକୋର୍ଟ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଏମ୍‌.ଏସ୍‌. ରମଣଙ୍କୁ ନେଇ ଗଠିତ ଅବକାଶକାଳୀନ ଖଣ୍ଡପୀଠ...

ମୀନ ରାଶିରେ ଚନ୍ଦ୍ରଦେବ, ବର୍ଷର ଶେଷ ଶନିବାରରେ କନ୍ୟା ରାଶି ସମେତ ଏହି ରାଶି ପାଇଁ ଶୁଭ

ଆଜି ଭାବପ୍ରବଣ ସଚେତନତା ଏବଂ ନୀରବ ଆତ୍ମନିରୀକ୍ଷଣର ଦିନ। ମୀନ ରାଶିରେ ଚନ୍ଦ୍ରର ଭ୍ରମଣ ସହାନୁଭୂତି, କଳ୍ପନା ଏବଂ ଆନ୍ତରିକ ଶାନ୍ତିକୁ ପ୍ରୋତ୍ସାହିତ କରେ। ଆଜିର...

କେନ୍ଦ୍ରର କଣ୍ଟ ଜାନୁଆରୀ ୩୧: ସମ୍ପତ୍ତି ତାଲିକା ଦାଖଲ ନ କଲେ….

ନୂଆଦିଲ୍ଲୀ,୨୭ା୧୨ (ପି.ଟି.):ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌) ଅଧିକାରୀମାନେ ଉପଯୁକ୍ତ ସମୟ ମଧ୍ୟରେ ନିଜ ସମ୍ପତ୍ତି ତାଲିକା ଦାଖଲ କରିବେ। ଏଥିରେ ବିଫଳ ହେଲେ ବାବୁମାନଙ୍କ ବିରୋଧରେ...

ଆଜି ଓଡ଼ିଶା ଆସୁଛନ୍ତି ଭାରତର ନିର୍ବାଚନ କମିଶନର, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ କରିବେ ଦର୍ଶନ

ଭୁବନେଶ୍ୱର, ୨୭|୧୨(ସୁନିତ୍‌ ମିଶ୍ର):  ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଶନିବାରଠାରୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଶନିବାର ସେ ପୁରୀରେ...

୩୦ ବ୍ଲକରୁ ଘୁଞ୍ଚିବ ଦାଦନ ଦୁଃଖ: ଶ୍ରମିକଙ୍କୁ ମିଳିବ ୯୮ ଟଙ୍କାର ଟପ୍‌ଅପ୍‌

ଭୁବନେଶ୍ୱର,୨୭।୧୨(ରବିନାରାୟଣ ଜେନା):ରାଜ୍ୟକୁ ଦାଦନମୁକ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯିବାକୁ ଯୋଜନା ରହିଛି। ରାଜ୍ୟ ସରକାର ବଲାଙ୍ଗୀର ଅଞ୍ଚଳର...

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri