ପତଞ୍ଜଳୀ କରଶର୍ମା ହେଲେ ରାଜ୍ୟ ଭାଜପା ମିଡ଼ିଆ ପାନେଲିଷ୍ଟ

ଭଦ୍ରକ,୩୦।୧(ସନାତନ ରାଉତ): ବରିଷ୍ଠ ଖବରଦାତା ତଥା ଭାଜପା ପ୍ରାକ୍ତନ ବନ୍ତ ବ୍ଲକ ସଭାପତି ପତଞ୍ଜଳୀ କର ଶର୍ମାଙ୍କୁ ଦଳର ରାଜ୍ୟ ଗଣମାଧ୍ୟମ ପାନେଲିଷ୍ଟ ଭାବେ ମନୋନୀତ କରାଯାଇଛି। ସୋମବାର ଭାଜପା ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଭାଜପା ରାଜ୍ୟ ମିଡ଼ିଆ ସେଲର ୧୨ଜଣ ପାନେଲିଷ୍ଟଙ୍କ ମଧ୍ୟରେ ଭଦ୍ରକ ଜିଲାରୂ ପତଞ୍ଜଳୀ କରଶର୍ମାଙ୍କୁ ମନୋନୟନ ତାଲିକାରେ ରଖାଯାଇଛି।

କରଶର୍ମା ଏହା ପୂର୍ବରୁ ଗତ ଦୁଇ ବର୍ଷ ହେଲା ରାଜ୍ୟ ଭାଜପା ବୁଦ୍ଧିଜୀବୀ ପ୍ରକୋଷ୍ଠର ସଦସ୍ୟ ଏବଂ ନିକଟରେ ନରେନ୍ଦ୍ର ମୋଦୀ ଆପ୍‌ ଅଭିଯାନର ସଂଯୋଜକ ଭାବେ କାର୍ଯ୍ୟ କରୁଥିଲେ। ପୂର୍ବରୁ ୨୦୧୨ରୁ ୨୦୧୪ ଯାଏ ବନ୍ତ ବ୍ଲକ ସଭାପତି ଭାବେ ସୂଚାରୁ ରୂପେ ଦାୟିତ୍ୱ ନିର୍ବାହ କରିବା ସହ ୨୦୧୭ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭଦ୍ରକ ଜିଲାର ୧୪ ନମ୍ବର ଜିଲା ପରିଷଦ ଜୋନ ଆଗରପଡା ମହତାବ ମଣ୍ଡଳରୁ ଭାଜପାର ଜିଲା ପରିଷଦ ପ୍ରାର୍ଥୀ ହୋଇ ଦଳକୁ ଏକ ସମ୍ମାନଜନକ ସ୍ଥିତିରେ ପହଞ୍ଚାଇ ଥିଲେ।

ଗତ ୨୮ ବର୍ଷ ହେଲା ରାଜ୍ୟର ବିଭିନ୍ନ ଜିଲାରେ ସାମ୍ବାଦିକତା ଦାୟିତ୍ୱ ନିର୍ବାହ କରିଆସିଥିବା କରଶର୍ମା ବନ୍ତ ପ୍ରେସ କ୍ଲବର ପ୍ରତିଷ୍ଠାତା ସଭାପତି ତଥା ବନ୍ତ ନାଗରିକ ଅଧିକାର ସୁରକ୍ଷା ପରିଷଦ ଆବାହକ ଏବଂ ଅନ୍ତରାଷ୍ଟ୍ରୀୟ ଉପଭୋକ୍ତା କଲ୍ୟାଣ ସମିତିର ରାଜ୍ୟ ସଭାପତି ଭଳି ଅନେକ ସାମାଜିକ ସଂଗଠନ କାର୍ଯ୍ୟରେ ନିଜକୁ ନିୟୋଜିତ କରିଆସିଛନ୍ତି। ଆଗକୁ ସାଧାରଣ ନିର୍ବାଚନ ଥିବାବେଳେ ଶାସକ ବିଜେଡି ଦଳ ସହ ଟକ୍କର ଦେଇ ରାଜ୍ୟରେ ସତ୍ତା ପରିବର୍ତ୍ତନ କ୍ଷେତ୍ରରେ ଏହି ପାନେଲିଷ୍ଟ ତାଲିକାରେ ସ୍ଥାନ ପାଇଥିବା ଅନୁଭବୀମାନେ ଭାଜପାର ଏହି ନୂତନ ମିଡ଼ିଆ ସେଲ୍‌କୁ ପ୍ରଭାବୀ କରିପାରିବେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।